Indus Valley Times

ନରେଗା ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାମକୁ ପୁନଃ ଯୋଡ଼ିବା ଏବଂ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

 Breaking News

ନରେଗା ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାମକୁ ପୁନଃ ଯୋଡ଼ିବା ଏବଂ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନରେଗା ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାମକୁ ପୁନଃ ଯୋଡ଼ିବା ଏବଂ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
January 10
20:38 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୦/୧: ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜି ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କୁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟା ଯିବା ସମ୍ପର୍କରେ ସଚେତନ କରାଯାଇଛି।
ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଜୀବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ବରିଷ୍ଟ କଂଗ୍ରେସ ନେତା ଶ୍ରୀ ଜୟଦେବ ଜେନା ଯୋଗଦେଇ କହିଲେ ଯେ ୟୁପିଏ ସରକାର ସମୟରେ ବେକାରୀ ଲୋକଙ୍କୁ କାମ ଦେବା ଉଦ୍ଦେଶ୍ୟରେ ପ୍ରଣୟନ ହୋଇଥିବା ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ କୋଟି କୋଟି ଜନସାଧାରଣ ଉପକୃତ ହେଉଥିଲେ।
ଖୁବ ନିକଟରେ ବିଜେପି ଷଡଯନ୍ତ୍ର କରି ମହାତ୍ମା ଗାନ୍ଧୀଙ୍କ ନାମକୁ ହଟାଇ ନୂତନ ଯୋଜନା କରି ଏହି ଯୋଜନାର ଲକ୍ଷ୍ୟ ପୂରଣ ଦିନରେ ପ୍ରତିବନ୍ଧକ ସାଜିଛନ୍ତି ।
ଏହାକୁ କଂଗ୍ରେସ ଦଳ ତୀବ୍ର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି । ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହାକୁ ପୂର୍ବଭଳି ମହାତ୍ମା ଗାନ୍ଧୀଙ୍କ ନାମ ନ ଯୋଡ଼ନ୍ତି କଂଗ୍ରେସ ଦଳ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦୃଢ଼ ପ୍ରତିବାଦ କରିବ ବୋଲି ଶ୍ରୀ ଜୟଦେବ ଜେନା କହିଥିଲେ।
ସେହିଭଳି ରାଜ୍ୟରେ ବିଜୁଳି ଉପଭୋକ୍ତା ମାନଙ୍କୁ ଟାଟା କମ୍ପାନୀ ଯେଉଁଭଳି ଭାବରେ ଶୋଷଣ କରୁଛି ତାହା ଅତ୍ୟନ୍ତ କ୍ଷୋଭର ବିଷୟ । ଉପଭୋକ୍ତା ମାନଙ୍କ ପାଇଁ ଥିବା ବ୍ୟବସ୍ଥାକୁ କାର୍ଯ୍ୟ କରାଯାଉ ନାହିଁ। ମନମୁଖି ଶୁଳ୍କ, ସ୍ମାଟ ମିଟର ପାଇଁ ଦେୟ ଉପଭୋକ୍ତା ମାନଙ୍କୁ ଆର୍ଥିକ ସଂକଟ ମଧ୍ୟକୁ ଠେଲି ଦେଇଛି ବୋଲି ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ କହିଥିଲେ।
ସେହିପରି ରାଜ୍ୟରେ ଧାନର ଅଭାବି ବିକ୍ରୀ ଉତ୍କଟ ହେଲାଣି । ଚାଷୀଭାଇ ମାନେ ଅମଳ କରିଥିବା ଧାନକୁ ସରକାର ଉଠାଉ ନାହାନ୍ତି। ମଣ୍ଡିରେ ଶହ ଶହ ବସ୍ତା ଧାନ ପଡ଼ିରହିଛି।
ଯେତିକି ଧାନ ଉଠୁଛି କଟନି ଛଟନି ଚାଷୀଭାଇ ମାନଙ୍କୁ ଅତ୍ୟନ୍ତ ବାଧୁଛି । ଏ ସମସ୍ତ ଦିଗ ପ୍ରତି ସରକାର ସଚେତନ ନହେଲେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ରାଜୀବ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଟ କଂଗ୍ରେସ ନେତା ପୃଥ୍ୱିବଲଭ ପଟ୍ଟନାୟକ,ସ୍ୱାଗତିକା ପଟ୍ଟନାୟକ,ପ୍ରଦୀପ ସ୍ୱାଇଁ,ଶିଶିର ପରିଡ଼ା,ରଞ୍ଜିତ ମହାପାତ୍ର, ଅମିତ ମହାନ୍ତି, ଅଶୋକ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031