Indus Valley Times

ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି : ପ୍ରଭାତୀ ପରିଡ଼ା

 Breaking News

ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି : ପ୍ରଭାତୀ ପରିଡ଼ା

ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି : ପ୍ରଭାତୀ ପରିଡ଼ା
December 11
19:23 2024

ଭୁବନେଶ୍ୱର,୧୧/୧୨: ଆଜି ବି ଆନ୍ଦୋଳନରେ ମିଶନ ଶକ୍ତି ମହିଳା । ୩ ଦିନ ହେଲା ଲୋୟର ପିଏମଜିରେ ଗର୍ଜୁଛନ୍ତି ମହିଳା । ମିଶନ ଶକ୍ତି ଅଧିନରେ ୬ଟି କ୍ୟାଡର କାମ କରୁଥିବା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ମାନେ ୯ ମାସର ବକେୟା ଦରମା ଦାବିରେ ଲୋୟର ପିଏମଜିରେ ଧାରଣାରେ ବସି ରହିଛନ୍ତି।
ତେବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ବିଧାନସଭା ଉଠୁଛି ପଡୁଛି। ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବୟାନକୁ ନେଇ ରାଜନୀତିରେ ନିଆଁ ଲାଗିଥିବାବେଳେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ବୟାନ ଦେଇଛନ୍ତି।
ସେ କହିଛନ୍ତି, ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି। ଏହି ପ୍ରସଙ୍ଗରେ ସରକାର ମୁକ ବସିବା ମିଛ। ସଚିବ, ରାଜ୍ୟ କମିଶନ ସମସ୍ତେ ସେମାନଙ୍କୁ ଭେଟିଛନ୍ତି। ସେମାନେ ଆନ୍ଦୋଳନରୁ ଉଠିଯିବେ ବୋଲି କହିଲେ, କିନ୍ତୁ ଉଠିଲେ ନାହିଁ। ଏନେଇ ସରକାର ପଦକ୍ଷେପ ନେବେ।
ତେବେ ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି। ସେମାନେ ମିଶନ ଶକ୍ତିର କମ୍ୟୁନିଟି ଷ୍ଟାଫ। ଯେଉଁମାନଙ୍କର ୫ ବର୍ଷର ଅବଧି ସରିଛି, ସେମାନେ ଦରମା ପାଇସାରିଛନ୍ତି। ଯେଉଁମାନଙ୍କର ୫ ବର୍ଷ ପୁରିନି, ଦରମା ପାଇଁ ନଭେମ୍ବର ୪ରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଭାତୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031