Indus Valley Times

ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ, ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ

 Breaking News

ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ, ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ

ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ, ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ
June 11
18:34 2026

ଭୁବନେଶ୍ୱର, ୧୧/୬ : ଓଡ଼ିଶା ରାଜନୀତିରେ ଆଉ ଏକ ବଡ଼ ସମୀକରଣର ସଙ୍କେତ। ବିଜେଡି ଛାଡ଼ିବାର ମାତ୍ର କିଛି ଦିନ ମଧ୍ୟରେ ବିଜେପି ଟିକେଟ୍‌ରେ ରାଜ୍ୟସଭାକୁ ପହଞ୍ଚିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମାନ୍ତରାୟ। ରାଜ୍ୟସଭା ଉପନିର୍ବାଚନରେ ତାଙ୍କ ବିପକ୍ଷରେ କେହି ପ୍ରାର୍ଥୀ ନ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷିତ ହୋଇଛନ୍ତି।
ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ, ଦେବାଶିଷ ହିଁ ଏକମାତ୍ର ପ୍ରାର୍ଥୀ ଥିବାରୁ ଭୋଟଗ୍ରହଣର ଆବଶ୍ୟକତା ପଡ଼ିନଥିଲା। ଏହା ସହ ସେ ଅନାୟାସରେ ସଂସଦର ଉଚ୍ଚ ସଦନକୁ ପ୍ରବେଶ କରିଛନ୍ତି।
ଗତ ମେ ୨୫ ତାରିଖରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ ଦେବାଶିଷ। ଦୀର୍ଘଦିନ ଧରି ବିଜେଡିର ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ ଥିବା ସାମାନ୍ତରାୟଙ୍କ ଏହି ପଦକ୍ଷେପ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଇସ୍ତଫା ପରେ ସେ ପଦ୍ମ ଶିବିରରେ ଯୋଗ ଦେଇଥିଲେ ଏବଂ ବିଜେପି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ବଡ଼ ବାର୍ତ୍ତା ଦେଇଥିଲା।
ଦେବାଶିଷଙ୍କ ନିର୍ଦ୍ୱନ୍ଦ୍ୱ ବିଜୟକୁ ବିଜେପି ପାଇଁ ଏକ ରାଜନୈତିକ ସଫଳତା ଭାବେ ଦେଖାଯାଉଛି। ଅନ୍ୟପଟେ, ବିଜେଡିରୁ ବିଜେପିକୁ ତାଙ୍କ ଯାତ୍ରା ଓଡ଼ିଶାର ବଦଳୁଥିବା ରାଜନୈତିକ ଚିତ୍ରକୁ ଆହୁରି ସ୍ପଷ୍ଟ କରିଛି।
ଏବେ ସବୁଠୁ ବଡ଼ ପ୍ରଶ୍ନ ରାଜ୍ୟସଭାରେ ଦେବାଶିଷଙ୍କ ନୂଆ ଭୂମିକା ଓଡ଼ିଶା ରାଜନୀତିରେ କେତେ ପ୍ରଭାବ ପକାଇବ? ତେବେ ଏତିକି ସ୍ପଷ୍ଟ, ବିଜେଡି ଛାଡ଼ିବାର କିଛି ଦିନ ମଧ୍ୟରେ ରାଜ୍ୟସଭାର ଟିକେଟ୍ ଓ ନିର୍ଦ୍ୱନ୍ଦ୍ୱ ବିଜୟ ଦେବାଶିଷଙ୍କ ରାଜନୈତିକ କ୍ୟାରିୟରକୁ ନୂଆ ମୋଡ଼ ଦେଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031