Indus Valley Times

ନ୍ୟୁଜରେ ରହିବା ପାଇଁ ବାତାବରଣକୁ ଅଶାନ୍ତ କରୁଛନ୍ତି , ସକରାତ୍ମକ ମତ ଦିଅନ୍ତୁ ବିରୋଧୀ: ସାଂସଦ ଅପରାଜିତା

 Breaking News

ନ୍ୟୁଜରେ ରହିବା ପାଇଁ ବାତାବରଣକୁ ଅଶାନ୍ତ କରୁଛନ୍ତି , ସକରାତ୍ମକ ମତ ଦିଅନ୍ତୁ ବିରୋଧୀ: ସାଂସଦ ଅପରାଜିତା

July 17
13:44 2025

ଭୁବନେଶ୍ୱର,୧୭/୭: ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସାରା ରାଜ୍ୟ ଉଠୁଛି ପଡୁଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ଗତକାଲି ବିଜେଡି ଭୁବନେଶ୍ୱର ଓ ବାଲେଶ୍ୱରରେ ଚକା ଜାମ୍ କରିଥିବାବେଳେ ଆଜି ପୂରା ଓଡ଼ିଶାର ଅଖଚକ ବନ୍ଦ କରିଛି କଂଗ୍ରେସ। ତେବେ କଂଗ୍ରେସର ବନ୍ଦ ଡାକରା ନେଇ ମୋହନ ସରକାରଙ୍କ ବଢିଛି ଟେନଶନ। ସେଥିପାଇଁ କାଲି ରାତି ଅଧ ଯାଏ ସିଏମ ବାସଭାବନରେ ବସିଛି ବଡ଼ ବୈଠକ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଦେଖିବାକୁ ମିଳିଛି।
ତେବେ କଂଗ୍ରେସର ଆନ୍ଦୋଳନ ଭିତରେ ଭାଜପା ପକ୍ଷରୁ ଆସିଛି ବଡ଼ ଖବର। ପ୍ରେସମିଟ୍ କରି ଭାଜପା ଦେଇଛି ବଡ଼ ବୟାନ। ଭାଜପାର ଏହି ପ୍ରେସମିଟ୍ ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି। ଭାଜପା ଏମପି ଅପରାଜିତା ଷଡଙ୍ଗୀ ପ୍ରେସମିଟ୍ କରି କହିଛନ୍ତି, ସୌମ୍ୟାଙ୍କ ପାଇଁ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଥିଲା।
ବାଲେଶ୍ୱର ପରେ ତାଙ୍କୁ ଏମ୍ସରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ପରିସ୍ଥିତି ଯେପରି ପଦକ୍ଷେପ ନେବା ଦରକାର ସେପରି ବିହିତ ପଦକ୍ଷେପ ନିଆଯାଇଛି।
ଅଧ୍ୟାପକଙ୍କୁ ନିଲମ୍ବନ କରିବା ସହ ଗିରଫ କରାଯାଇ କୋର୍ଟ ପଠାଯାଇଛି। ଅଭିଯୋଗ ନ ଆସିଥିଲେ ମଧ୍ୟ ଆମ ସରକାର ଏହି ଘଟଣାକୁ ଦୃଷ୍ଟିରେ ଦେଖି ନିଜଆଡୁ କଠୋର ପଦକ୍ଷେପ ନେଇଛନ୍ତି। ସେହିପରି କମିଟି ଗଠନ କରାଯାଇ ଏଫଏମ ପ୍ରିନ୍ସପାଲଙ୍କୁ ମଧ୍ୟ ଗିରଫ କରାଯାଇଛି। ଆମ ସରକାର ସୌମ୍ୟାଙ୍କ ଚିକିତ୍ସାରେ ସବୁ ଖର୍ଚ୍ଚ ବହନ କରିଥିଲେ। ଆମର ବିଧାୟକ, ମନ୍ତ୍ରୀ ସମସ୍ତେ ଏମ୍ସ ପହଞ୍ଚି ଲଗାତାର ସ୍ଥିତି ଅନୁଧ୍ୟାନ କରିଥିଲେ।
ପୂର୍ବରୁ ନବୀନ ପଟ୍ଟନାୟକ ସରକାରରେ ଥିଲେ। ସେତେବେଳେ ଏପରି ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମେଡିକାଲ ଯାଇଥିଲେ କି? ଘଟଣାରେ ବିରୋଧୀ ବାତାବରଣକୁ ଅଶାନ୍ତ କରିବା ଜାଣିଛନ୍ତି। ଆନ୍ଦୋଳନ ପୂର୍ବରୁ ଆତ୍ମସମୀକ୍ଷା କରିବା ଜରୁରୀ ଥିଲା। କଂଗ୍ରେସ ଓ ବିଜେଡି ଲଗାତାର ହଇରାଣ କରୁଛନ୍ତି। ଡାହାଣୀ ହେଇକି ଲାଗୁଛନ୍ତି, ଗୁଣିଆ ହେଇକି ଝାଡ଼ୁଛନ୍ତି। ଦୁଇ ବିରୋଧୀ ସରକାରରେ ଥିବାବେଳେ ବହୁ ଝିଅ-ମହିଳାଙ୍କ ସହ ଏପରି ଘଟଣା ଘଟିଛି ହେଲେ ସେମାନେ ଏପରି ଆକ୍ସନ ନେଇଥିଲେ କି? ସେହି ସମୟରେ ରାଷ୍ଟ୍ରପତି କେବେ ଭୁବନେଶ୍ୱର ଆସିଥିଲେ କି? ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ତାଙ୍କ କାର‌୍ୟ୍ୟକ୍ରମରେ ଆସିଥିବାବେଳେ ସେ ନିଜ ଇଚ୍ଛାନୁସାରେ ଆମ ଝିଅକୁ ଦେଖିବାକୁ ଆସିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31