Indus Valley Times

ନୟାଗଡ଼ : ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

 Breaking News

ନୟାଗଡ଼ : ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

December 02
18:14 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨/୧୨ : ନୟାଗଡ଼ ଭିନ୍ନକ୍ଷମ ଦିବସ ଅବସରରେ ଦିବ୍ୟାଙ୍ଗ ସଂଘ ତରଫରୁ ଏକ ଶୋଭାଯାତ୍ରା କରି ଭିନ୍ନକ୍ଷମ ମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେ ସମ୍ପର୍କରେ ଏକ ଦାବି ପତ୍ର ନୟାଗଡ଼ ଏଡିଏମଙ୍କୁ ପ୍ରଦାନ କରିଛନ୍ତି। ବିଦ୍ୟାଳୟ ସ୍ତରରେ ଭିନ୍ନକ୍ଷମ ପିଲାମାନଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ RPWD ଆକ୍ଟ ୨୦୧୬ ରେ ଉଲ୍ଲେଖ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହାକୁ ପାଳନ କରୁନାହାନ୍ତି।
ଭିନ୍ନକ୍ଷମ ପିଲାମାନେ ବିଦ୍ୟାଳୟରେ ନାମ ଲେଖାଇଲେ ମଧ୍ୟ ତାଲିମି ପ୍ରାପ୍ତ ସ୍ବତନ୍ତ୍ର ଶିକ୍ଷକ ଙ୍କୁ ନିଯୁକ୍ତି ନହେବାରୁ ପିଲା ମାନମାନେ ପାଠ ପଢିବା ପାଇଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। Rehabilitation council of Indiaରେ ନାମ ପଞ୍ଜିକରଣ କରିନଥିବା ଶିକ୍ଷକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଙ୍କୁ ପଢ଼ାଇ ପାରିବେ ନାହିଁ ନିୟମ ଥିବା ବେଳେ ଏହାକୁ ଉଲ୍ଲଘଂନ କଲେ ଦଣ୍ଡବିଧିର ବ୍ୟବସ୍ଥା ମଧ୍ୟ ରହିଛି।
କିନ୍ତୁ ସରକାର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ବ୍ଲକ ରେ ମାତ୍ର ଦୁଇ ଜଣ ଶିକ୍ଷକ ଙ୍କୁ ନିଯୁକ୍ତି ଦେଇ ଚୁପ୍ ବସିଛନ୍ତି ସରକାର। ଦୁଇଜଣ ଶିକ୍ଷକ ବ୍ଲକ ରେ ବୁଲିବୁଲି ପାଠ ପଢ଼ାଇବା ଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ରେ ବାଧା ସୃଷ୍ଟି ହେଉଛି।
ଅତିଶିଘ୍ର ତାଲିମ୍ ପ୍ରାପ୍ତ ଶିକ୍ଷକ ନିଯୁକ୍ତି ପାଇଁ ସଂଘ ତରଫରୁ ଦାବି ହେଉଛି। ସର୍ବୋଚ୍ଚ ନ୍ୟାୟାଳୟ ଛଅ ମାସ ମଧ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।
ଆଗାମୀଦିନରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରାନଗଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମିଶି ରାଜ୍ୟ ବ୍ୟାପି ଆନ୍ଦୋଳନ କରିବେ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031