Indus Valley Times

ପଟ୍ଟାମୁଣ୍ଡାଇରେ ତୁରଭୁଜ ଖାଇ ପରିବାର ୫ ଜଣ ଅସୁସ୍ଥ, ଜଣେ ନାବାଳକ ମୃତ

 Breaking News

ପଟ୍ଟାମୁଣ୍ଡାଇରେ ତୁରଭୁଜ ଖାଇ ପରିବାର ୫ ଜଣ ଅସୁସ୍ଥ, ଜଣେ ନାବାଳକ ମୃତ

ପଟ୍ଟାମୁଣ୍ଡାଇରେ ତୁରଭୁଜ ଖାଇ ପରିବାର ୫ ଜଣ ଅସୁସ୍ଥ, ଜଣେ ନାବାଳକ ମୃତ
May 16
17:14 2026

ପଟ୍ଟାମୁଣ୍ଡାଇ,୧୬/୫ : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର କୁପୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ନାବାଳକଙ୍କର ଜୀବନ ଯାଇଥିବାବେଳେ ଅନ୍ୟ ୩ ଜଣ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଖାଦ୍ୟ ବିଷାକ୍ତ ହେତୁ ଏପରି ଘଟିଥିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନାନୁଯାୟୀ, କୁପୁଣି ଗାଁର ଅନନ୍ତ ସେନାପତି ଓ ତାଙ୍କ ପରିବାର ଶୁକ୍ରବାର ତରଭୁଜ ଖାଇଥିଲେ। ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସେମାନଙ୍କର ବାନ୍ତି ଓ ପତଳା ଝାଡ଼ା ହୋଇଥିଲା। ପରିବାରର ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ।
ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ବବୃବାହନ ସେନାପତି ଓ ସ୍ବାଧୀନ ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବଡ ଡାକ୍ତରଖାନାରେ ନାବାଳକ ସ୍ବାଧୀନ(୧୨)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ତେବେ ତରଭୁଜ ନା ଆଉକିଛି କାରଣରୁ ଏଭଳି ଅଭାବନୀୟ ଘଟଣା ହେଲା ତାହା ସ୍ପଷ୍ଟ ହୋଇନାହିଁ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031