Indus Valley Times

ପାର୍ବଣ ପାଇଁ ପୋଲିସ ତାର ଉପସ୍ଥିତି ଜାହିର କଲା ,ଶାନ୍ତିଶୃଙ୍ଖଳା ସହ ପାଳନ ପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

 Breaking News

ପାର୍ବଣ ପାଇଁ ପୋଲିସ ତାର ଉପସ୍ଥିତି ଜାହିର କଲା ,ଶାନ୍ତିଶୃଙ୍ଖଳା ସହ ପାଳନ ପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

September 28
17:18 2025

ଅରୁଣ ସାହୁଙ୍କ ରିପୋର୍ଟ
କନ୍ଧମାଳ, ୨୮/୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ କନ୍ଧମାଳ ଏସପି ହରିଶ ବିଶି ଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଫ୍ଲାଗମାର୍ଚ୍ଚ କରାଯାଇଛି ।
ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝିଙ୍କ ନେତୃତ୍ୱ ରେ ଏସଆଇ ଲଷ୍ମୀ ମାଝୀ, ଜୟନ୍ତ ସେଠୀ, ଏଏସଆଇ ଅର୍ଜୁନ ଶବର, ଶ୍ରୀନିବାସ ରାଓ ସଦଳବଳ ଦାରିଙ୍ଗବାଡି ଥାନାରୁ ଫ୍ଲାଗମାର୍ଚ୍ଚ କରି ଚାରିଛକ, ତିନିଛକ, ଶିବମନ୍ଦିର ସାହି, ଲଷ୍ମୀବଜାର,ତୁଡୁକିବାଡ଼ି, ଜାଗୃତି ସାହି, ୫୯ ନଂ ଜାତୀୟରାଜପଥ ଆଦି ଅଞ୍ଚଳରେ ସଶସ୍ତ୍ର ପୋଲିସ ବାହିନୀ ଘୁରି ବୁଲିଥିଲେ ।
ଆଗକୁ ପାର୍ବଣ ଏହି ପୂଜା ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ପୋଲିସ ତାର ଉପସ୍ଥିତି ଜାହିର କରାଇଛି ଦଶହରା ପର୍ବ ଏବଂ ଗାଜଲଷ୍ମୀ ପୂଜା ଚଳିତ ଥର ବଡ଼ ଧୁମ୍ ଧାମ୍ ରେ ପାଳନ ପାଇଁ ପ୍ରସ୍ତୁତୀ ଚାଲିଛି ପୂଜା ପାର୍ବଣ ପାଇଁ ଲୋକମାନେ ଯେମିତି ନିଜ ପ୍ରସ୍ତୁତୀ ଚଳାଇଛନ୍ତି ।
ସେହିପରି ପୋଲିସ ପକ୍ଷରୁ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି କୁ ତଦାରଖ ପାଇଁ ଏହି ଫ୍ଲାଗମାର୍ଚ୍ଚ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଡିଏସପି କନକ ମାଝୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930