Indus Valley Times

ପୁଅକୁ ଧରି ନଈକୁ ଡେଇଁଲେ ମା’: ପୁଅ ମୃତ, ମହିଳାଙ୍କ ପତ୍ତା ମିଳୁନି

 Breaking News

ପୁଅକୁ ଧରି ନଈକୁ ଡେଇଁଲେ ମା’: ପୁଅ ମୃତ, ମହିଳାଙ୍କ ପତ୍ତା ମିଳୁନି

August 14
17:41 2024

କଟକ, ୧୪/୮ : କଟକ ଜିଲ୍ଲା ସାଲେପୁରର ନେମାଳ ବ୍ରିଜରୁ ଜଣେ ମହିଳା ନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ି‌ଥିବ ଜଣାଯାଇଛି।ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ପୁଅର ମୃତଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ମା’ର ପତ୍ତା ମିଳିନାହିଁ।
ମୃତ ପୁଅର ବୟସ ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ଘର ନେମାଳ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ମା’ କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ମା’ପୁଅ ନଦୀକୁ କେଉଁ କାରଣ ପାଇଁ ଡେଇଁ ପଡ଼ିଲେ ତାର କାରଣ ଅସ୍ପଷ୍ଟ ରହିଛି। ଗ୍ରୁପ ଲୋନ କରିବା ହେତୁ ମହିଳା ଜଣଙ୍କ ଚିନ୍ତିତ ଥିଲେ, ସେଥିପାଇଁ ନଦୀକୁ ଡେଇଁ ପଡିଥିବା ସମ୍ପକୀୟ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
ନଦୀକୁ ଡେଇଁ ପଡ଼ିଥିବା ମହିଳାଙ୍କ ଝିଅ କହିଛନ୍ତି, ଆଜି ସକାଳେ ମା’ଙ୍କ ସହ ମୋର ଛୋଟ ଭାଇ ଓ ମୁଁ ବଜାର ଆସିଥିଲୁ।ସେଠାରେ ମୋ ଭାଇର ବ୍ଲଡ୍ ଟେଷ୍ଟ କରାଯାଇଥିଲା। ବ୍ଲଡ୍ ଟେଷ୍ଟ କରି ଘରକୁ ଫେରିଲା ବେଳେ ମୋ ଭାଇକୁ ମା’ ପ୍ରଥମେ ନଦୀକୁ ଫିଙ୍ଗି ଦେଇଥିଲା, ପରେ ସେ ନିଜେ ଡେଇଁ ପଡ଼ିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930