Indus Valley Times

ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କଲେ ମୋଦି, କହିଲେ- ପ୍ରତି ପ୍ରବାସୀଙ୍କ ହୃଦୟରେ ଭାରତର ସ୍ପନ୍ଦନ

 Breaking News

ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କଲେ ମୋଦି, କହିଲେ- ପ୍ରତି ପ୍ରବାସୀଙ୍କ ହୃଦୟରେ ଭାରତର ସ୍ପନ୍ଦନ

ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କଲେ ମୋଦି, କହିଲେ- ପ୍ରତି ପ୍ରବାସୀଙ୍କ ହୃଦୟରେ ଭାରତର ସ୍ପନ୍ଦନ
January 09
17:40 2025

ଭୁବନେଶ୍ୱର,୯/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରିଛନ୍ତି।
ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋଦି ଏହି ଦିବସର ଶୁଭାରମ୍ଭ କରିଛନ୍ତି। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ସ୍ବାଗତ କରିଥିଲେ।
ଏହି ଦିବସକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କୁ ଜଗନ୍ନାଥ ଏବଂ ଲିଙ୍ଗରାଜ ଭୂମିରେ ସ୍ବାଗତ। ଆପଣମାନଙ୍କ ପାଇଁ ମୁଁ ଆଜି ବିଦେଶରେ ଗର୍ବିତ। ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମର ଦାୟିତ୍ୱ।
ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଆମେ ଗୁରୁତ୍ୱ ଦେଉଛୁ। ପୂର୍ବରୁ ପ୍ରବାସୀମାନେ ସାହାଯ୍ୟ କରୁଥିଲେ। ଏବେ ସମୟ ବଦଳିଛି। ଆମେ ପ୍ରବାସୀଙ୍କୁ ଗୁରୁତ୍ୱ ଦେଉଛୁ।
କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ; ସବୁଠି ଉତ୍ସବର ବାତାବରଣ। ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ -ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ।
ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ଆୟୋଜନ ହୁଏ। ଧଉଳି ଶାନ୍ତିର ପ୍ରତୀକ। ମୁଁ ଆପଣମାନଙ୍କୁ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031