Indus Valley Times

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କୁନି କୁନି ପିଲାଙ୍କ ସହିତ ରଜ ପର୍ବ ପାଳିତ

 Breaking News

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କୁନି କୁନି ପିଲାଙ୍କ ସହିତ ରଜ ପର୍ବ ପାଳିତ

June 18
11:05 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ୧୮/୬: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରଚାର କ୍ରମରେ ବରିଷ୍ଠ ନାଗରିକ ମଞ୍ଚ ଏହାର ସଭା ଗୃହରେ ରଜ ଉତ୍ସବ ହର୍ଷ ଉଲ୍ଲାସରେ ପାଳନ କରିଛି ।
ଆରମ୍ଭରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ପରେ ମଞ୍ଚର ସଭାପତି ବିଧାନ ଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହେନ୍ଦ୍ର କୁମାର ଦାସଙ୍କ ଜଗନ୍ନାଥଙ୍କୁ ଏକ ଭଜନ ସମ୍ପର୍ପଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଅନୁଷ୍ଠାନର ସଦସ୍ୟଙ୍କ ନାତି ନାତୁଣୀ ନବ୍ୟାଙ୍କିତା ସାହୁ, ଆୟୁଶୀ ନନ୍ଦ, ଅଭିକ୍ଷା ଦାଶ, ଶାକ୍ୟସିଂହ ପଟ୍ଟନାୟକ, ରୁଦ୍ର ନାରାୟଣ ନନ୍ଦ, ଭାଗ୍ୟଶ୍ରୀ ସାହୁ, ଅନନ୍ୟା ଅପରାଜିତା, ସାୟାଂଶି ନନ୍ଦ, ଶ୍ରଦ୍ଧାଶ୍ରୀ ମହାନ୍ତି, ପ୍ରାଜଲ ପ୍ରିୟା ସାହୁ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।
ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଡାକ୍ତର ବାସୁଦେବ ପାତ୍ର, ଡ଼. ପ୍ରମୋଦ ଚନ୍ଦ୍ର ଦାଶ, ଦେବ ପ୍ରସାଦ ମଜୁମଦାର କୁନି କଳାକାରମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ କ୍ଷ ରଜ ପର୍ବ ଉପଲକ୍ଷେ ସ୍ୱହସ୍ତ ପ୍ରସ୍ତୁତ ବିଭିନ୍ନ ପ୍ରକାରର ସୁସ୍ୱାଦୁ ପିଠା ଝରଣା ମିଶ୍ର, ପୁଷ୍ପାଞ୍ଜଳି ମହାନ୍ତି, କମଳିନୀ ପ୍ରଧାନ, ନମିତା ଦାସ, ଶାନ୍ତିଲତା ବଳିୟାରସିଂହ, ଚପଳା ପଣ୍ଡା, ସବିତା ସାହୁ, ଅନସୂୟା ସାମନ୍ତରାୟ, ହୃଷିକେଶ ନନ୍ଦ, ନିରଞ୍ଜନ ସାହୁ, ଗନ୍ଧର୍ବ ସାହୁ, ମହେନ୍ଦ୍ର କୁମାର ମିଶ୍ର, ପ୍ରଦୀପ କୁମାର ମିଶ୍ର, ଦେବରାଜ ମଙ୍ଗରାଜ, ନବକିଶୋର ମହାପାତ୍ର, ଦାମୋଦର ବେହେରା, ମାୟାଧର ପ୍ରଧାନ,ଜୟକୃଷ୍ଣ ନାୟକ ଉପସ୍ଥିତ ସଦସ୍ୟଙ୍କୁ ପରିବେଷଣ କରିଥିଲେ । ସନ୍ତାନ ସନ୍ତତି ବୟସ୍କ ମାତା ପିତାଙ୍କ ସେବା ଯତ୍ନ କରିବା ଦିଗରେ \’ବୋଉ\’ ଉଦ୍ଦେଶ୍ୟରେ ସମର୍ପିତ ସଚେତନତା ଧର୍ମୀ ଏକାଙ୍କିକା \’ଜୀବନ ଏକ ନାଟକ\’ ସଭା ଗୃହରେ ମଞ୍ଚସ୍ଥ ହୋଇଥିଲା ।
ମଞ୍ଚର ସମ୍ପାଦକ ରାମଶଙ୍କରଙ୍କ ରଚନା ଓ ନିର୍ଦ୍ଦେଶନାରେ ଅତଶୀ ପଟ୍ଟନାୟକ,ନବୀନ ସମାନ୍ତସିଂହାର, ବିନୋଦିନୀ ସାମନ୍ତସିଂହାର, ବିରଞ୍ଚି ନାରାୟଣ ପ୍ରଧାନ, କମଳିନୀ ପ୍ରଧାନ,ଶରତ କୁମାର ସାହୁ ଅଭିନୟ କରିଥିଲେ ।
ହରମୋହନ ମହାପାତ୍ର, କ୍ଷେତ୍ରବାସୀ ସାହୁ, ଅଞ୍ଜନ କୁମାର ରାୟ ମଞ୍ଚ ଏବଂ ରବୀନ୍ଦ୍ର କୁମାର ସାହୁ, ଗଗନ ବିହାରୀ ପାଣିଗ୍ରାହୀ, ବିଜୟ କୁମାର ପଣ୍ଡା, ଗଦାଧର ଗୋଛି, ସମରେନ୍ଦ୍ର ମିଶ୍ର, କୁମାର ଚନ୍ଦ୍ର ପଟ୍ଟନାୟକ, ଉତ୍ସବ ପରିଚାଳନା ଏବଂ ରମେଶ କୁମାର ଦାଶ ମଞ୍ଚ ସଂଯୋଜନା, ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930