Indus Valley Times

ବରୁଣେଇ ପାଇକ ସ୍ମାରକୀସ୍ଥଳରେ ସପ୍ତମ ପ୍ରତିଷ୍ଠା ଦିବସ ପାଳିତ

 Breaking News

ବରୁଣେଇ ପାଇକ ସ୍ମାରକୀସ୍ଥଳରେ ସପ୍ତମ ପ୍ରତିଷ୍ଠା ଦିବସ ପାଳିତ

December 08
19:52 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୮/୧୨: ବରୁଣେଇ ପାହାଡ଼ ପାଦଦେଶରେ ଯେଉଁ ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ଡ଼ିସେମ୍ବର ୮ ତାରିଖରେ ପାଇକ ସ୍ମାରକୀର ଶିଳାନ୍ୟାସ କରିଥିଲେ ସେଠାରେ ସେହି ସ୍ମୃତିକୁ ମନେ ପକାଇ ସପ୍ତମ ପ୍ରତିଷ୍ଠା ଦିବସ ଆଜି କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ସଭାପତି ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।
ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସହିତ ବିଭିନ୍ନ ଅଂଚଳରୁ ଆସିଥିବା ବିଶିଷ୍ଟ ବ୍ୟକ୍ତି ଓ ଦଳବେହେରାମାନଙ୍କୁ ସ୍ୱାଗତ କରିଥିଲେ । କଳିଙ୍ଗ ପାଇକ ସଂଗଠନର ମୁଖ୍ୟ ସଂଚାଳକ ଇଂ. ଶିଶିର କୁମାର ନାୟକ ବରୁଣେଇ ପାଇକ ସ୍ମାରକୀ ସ୍ଥଳରେ ନିର୍ମାଣ କାର୍ଯ୍ୟରେ କିଭଳି ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା ତାହା ବର୍ଣ୍ଣନା କରିବା ସହିତ ସମ୍ପ୍ରତି ଚାଲିଥିବା ନିର୍ମାଣ କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ ହେବ ବୋଲି କହିଥିଲେ ।
ପୁଣି ଆଉ ଏକ ପ୍ରକଳ୍ପ କରାଯାଇ ପାହାଡ଼ର ଶୀର୍ଷରେ ବକ୍ସି ଜଗବନ୍ଧୁଙ୍କର ଏକ ସୁଉଚ୍ଚ ପ୍ରତିମୂର୍ତି ତଥା ଗଡ଼ର ବିକାଶ ହେବ ବୋଲି ପ୍ରକାଶ କରିଥିଲେ । ଐତିହାସିକ ସତ୍ୟବାଦୀ ବଳିଆରସିଂହ “ବରୁଣେଇ ପାହାଡ଼ ସ୍ମାରକୀ-ଆରମ୍ଭରୁ ଏଯାବତ” ଶୀର୍ଷକ ଏକ ପ୍ରବନ୍ଧ ପାଠ କରିଥିଲେ ।
ରାମଚଣ୍ଡୀ ଦଳବେହେରା ମୃତ୍ୟୁଞ୍ଜୟ ଛୋଟରାୟ ବାଲିହୁଙ୍କା, ଦଳବେହେରା ଅଜୟ କୁମାର ମାନଧାତା, କୁମାର ଖାତିଆ ଦଳବେହେରା, ସଦାଶିବ ମଙ୍ଗରାଜ, ଡ଼ୁମୁଡ଼ୁମା ଦଳବେହେରା ଅବଦୁଲ କାଲାମ ଆଜାଦ, ଆଡ଼ଭୋକେଟ ବିଜୟ କୁମାର ସାମନ୍ତସିଂହାର, ସାମ୍ବାଦିକ ପ୍ରସନ୍ନ କୁମାର ପାଇକରାୟ, ବିନାୟକ ପାଇକରାୟ, ଡ଼ଃ ଦେବେନ୍ଦ୍ର କୁମାର ମାନସିଂହ, ରମଜାନ୍ ଖାଁ, ରାଜେନ୍ଦ୍ର କୁମାର ନରେନ୍ଦ୍ର, ଶକ୍ତିଧର ମହାପାତ୍ର, ଅବସରପ୍ରାପ୍ତ ଫ୍ଲାଇଟ ଲେଫ୍ଟନାଂଟ ବିଦ୍ୟାଧର ଲେଙ୍କା, ଭାଗିରଥୀ ମଙ୍ଗରାଜ, ଲକ୍ଷ୍ମୀଧର ସାମନ୍ତରାୟ, ଭଗବାନ ପଶ୍ଚିମକବାଟ, ଅଡ଼ଭୋକେଟ ବିକ୍ରମ କେଶରୀ ଚମ୍ପତି, ହାଜି ନସିମୁଦ୍ଦିନ୍ ଖାଁ, ବିଭୁ ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ପାଲଟାସିଂହ, ସୁବାସ ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ସଂକ୍ଷିପ୍ତ ବକ୍ତବ୍ୟ ଦେଇ ପାଇକ ସ୍ମାରକୀ ସ୍ଥଳ ଭବିଷ୍ୟତରେ ଏକ ଆକର୍ଷଣୀୟ କେନ୍ଦ୍ର ରୂପେ ଭାରତ ମାନଚିତ୍ରରେ ସ୍ଥାନ ପାଇବ ବୋଲି ଆଶା ପୋଷଣ କରିଥିଲେ । କୃଷ୍ଣଚନ୍ଦ୍ର ହରିଚନ୍ଦନ ଧନ୍ୟବାଦ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930