Indus Valley Times

ବୌଦ୍ଧରେ ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧରେ ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୌଦ୍ଧରେ ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
February 14
13:07 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୨ ବୌଦ୍ଧ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ଏହାର ମୁକାବିଲା ସଂପର୍କିତ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଓ ଅଂଶୁଘାତର ସଫଳ ମୁକାବିଲା ନିମନ୍ତେ ଆଲୋଚନା କରାଯାଇଥିଲା ।
ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର, ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ, ଲିକ୍ୟୁଇଡ ଓ ପାନୀୟଜଳ ମହଜୁଦ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକମାନଙ୍କ କାର୍ଯ୍ୟସ୍ଥଳରେ ସ୍ୱତନ୍ତ୍ର ପାଣିର ବ୍ୟବସ୍ଥା କରିବା ସହିତ ସକାଳ ୧୧ଟାରୁ ଅପରାହ୍ନ ସାଢେ ତିନିଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାବେଳେ ଅଂଶୁଘାତ ଆଶଙ୍କା ରହିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନକରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଅଚଳ ଥିବା ନଳକୂପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା, ପାନୀୟଜଳ ସଙ୍କଟ ଥିବା ଅଞ୍ଚଳଗୁଡିକୁ ଚିହ୍ନଟ କରି ଆବଶ୍ୟକସ୍ଥଳେ ଭ୍ରମ୍ୟମାଣ ଟ୍ୟାଙ୍କର ଦ୍ୱାରା ପିଇବା ପାଣିର ସୁବ୍ୟବସ୍ଥା କରିବା, ଗ୍ରୀଷ୍ମପ୍ରବାହକୁ ଦେଖି ଶିକ୍ଷାନୁଷ୍ଠାନଗୁଡିକର ସମୟ ପରିବର୍ତନ କରିବା,ଯାନବାହାନରେ ଯାତ୍ରୀ ପରିବହନ ସମୟ ପରିର୍ବତନ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଅଂଶୁଘାତର ସଫଳ ମୁକାବିଲା ପାଇଁ ପ୍ରତିବ୍ଲକ,ତହସିଲ, ଚିକିତ୍ସାଳୟ ସମେତ ସମସ୍ତ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲି ତୁରନ୍ତ ଆବଶ୍ୟକୀୟ ସେବା, କୁଲର ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକସ୍ଥଳେ ଜିଲ୍ଲାର ଏନଏସି ଏବଂ ବ୍ଲକ ଗୁଡିକର ଜନଗହଳିସ୍ଥାନ ଗୁଡିକରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ନିୟନ୍ତ୍ରଣ କକ୍ଷରେ ନିୟୋଜିତ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଆଶାକର୍ମୀ,ଅଙ୍ଗନବାଡି କର୍ମୀ,ସ୍ୱେଛାସେବୀ ଓ ପଞ୍ଚାୟତରାଜ ସଦସ୍ୟ, ସମସ୍ତ କାଉନସିଲର, ଜନସାଧକ୍ଷରଣ ଙ୍କୁ ସାମିଲ କରି ଅଂଶୁଘାତର ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ ଦିଆଯାଇଥିବା ସୂଚନା ମୁତବାକ ବିଗତ ପାଞ୍ଚବର୍ଷ ମଧ୍ୟରେ ପ୍ରତିବର୍ଷ ଏକଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଘଟୁଥିବାବେଳେ ୨୦୨୪ ମଇ ମାସରେ ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରୀରେ ପହଞ୍ଚି ଥିଲା ।
ତେଣୁ ଆଗାମୀ ଗ୍ରୀଷ୍ମରେ ତାପମାତ୍ରା ବୃଦ୍ଧି ପାଇବା ଆଶଙ୍କା ଥିବାରୁ ସତର୍କ ଓ ସଚେତନ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ସମସ୍ତ ଅଧିକାରୀ ନିଜ ନିଜ ସ୍ତରରେ ବୈଠକ ଡାକି ପୂର୍ବରୁ ସଚେତନ ପାଇଁ ପରାମର୍ଶ ଦେବା ସହ ଯୋଜନା ପ୍ରସ୍ତୁତ କରିବା ପାଇଁ ବୈଠକ ରେ ଆଲୋଚନା କରାଯାଇଥିଲା ।
ବିଦ୍ୟାଳୟ ରେ ପିତାମାତା, ଶିକ୍ଷକ ବୈଠକ ରେ ପିଲାଙ୍କ ପିତାମାତା ଙ୍କୁ ସଚେତନ କରିବା, ଶିକ୍ଷାନୁଷ୍ଠାନ ମାନଙ୍କ ରେ ପିଇବା ପାଣି ବ୍ୟବସ୍ଥା, ଗ୍ରାମ ପଂଚାୟତ ପଏଣ୍ଟ ରେ ଛାଇ ବ୍ୟବସ୍ଥା, ଆବଶ୍ୟକ ପଡିଲେ କାର୍ଯ୍ୟାଳୟ ଛାତ ଗୁଡିକ ଧଳା ରଙ୍ଗ କରିବା, ଗାଈ ଗୋରୁ ଙ୍କ ପାଇଁ ପାଣି ବ୍ୟବସ୍ଥା, ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପଶୁ, ପକ୍ଷୀ ଙ୍କ ପାଇଁ ଛୋଟ ଛୋଟ ପାଣିକୁଣ୍ଡ, ବନବିଭାଗ ପକ୍ଷ ରୁ ଜଙ୍ଗଲ ରେ ପଶୁ, ପକ୍ଷୀ ଙ୍କ ପାଇଁ ପାଣି ପାତ୍ର, ସହାୟକ ବ୍ୟବସ୍ଥା, ଏପରିକି ସମସ୍ତେ ନିଜ ବଗିଚା, ଛାତ, ବାରଣ୍ଡା ଉପରେ ପାନୀୟ ଜଳ ର ବ୍ୟବସ୍ଥା, ବନ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତି ସଭ୍ୟ ଙ୍କ ସହ ବୈଠକ, ଶିକ୍ଷା ବିଭାଗ ଏବଂ ଜ଼ିଲ୍ଲା ମଙ୍ଗଳ ବିଭାଗ ର ଛାତ୍ରାବାସ ରେ ମଧ୍ୟ ଔଷଧ,ପାଣି ଆଦି ମହଜୁଦ ରଖିବା, ଟ୍ରାଫିକ ଛକ ରେ ମଧ୍ୟ ଅନୁରୂପ ବ୍ୟବସ୍ଥା ସହ ଗ୍ରୀନ ସ୍ୟାଡ ର ବ୍ୟବସ୍ଥା, ଖରା ରୁ ରକ୍ଷା ପାଇବା ପାଇଁ ପଗଡି, ଟୋପି, ଛତା, ଜୋତା, ପାଣି ବୋତଲ, ପଇଡ଼ ପାଣି ବ୍ୟବହାର, ବିଭିନ୍ନ ସ୍ଥାନରେ ରେଷ୍ଟ ରୁମ ବ୍ୟବସ୍ଥା,ଯାତ୍ରୀବାହି ବସ ରେ ଓଆର ଏସ, ପାଣି, ମେଡ଼ିସିନ ବ୍ୟବସ୍ଥା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବ ରକୋଣ୍ଡା,ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପଧାନ,ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଉପଜିଲାପାଳ ପ୍ରବୀଣ କୁମାର ବାଣୁଆ,ଡିପିଏଚଓ ଡା. ସଂଘମିତ୍ରା ପଣ୍ଡା, ବୌଦ୍ଧ ଏବଂ ହରଭଙ୍ଗା ର ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଂଶୁଘାତ ପୂର୍ବରୁ ନେଇଥିବା ଆଗୁଆ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ।
ଅତିରିକ୍ତ ଜ଼ିଲ୍ଲାପାଳ, ସି ଡି ଓ, ଜ଼ିଲ୍ଲା ପରିଷଦ, ଉପ ଜ଼ିଲ୍ଲାପାଳ ନିଜ ନିଜ ବକ୍ତବ୍ୟ ରେ ମଣିଷ ସହ ପଶୁ ଉଭୟଙ୍କ ଜୀଵନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରିବା ସହ ସେମାନଙ୍କ ର ସୁରକ୍ଷା ଆମ ସମସ୍ତ ଙ୍କ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ ।
ବୈଠକରେ ଜିଲା ଜରୁରୀକାଳୀନ ଅଧିକାରୀ ସୁଧର୍ମା ମଲ୍ଲିକ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିବାବେଳେ ବିପର୍ଯ୍ୟୟ ପରିଚାଳନାର ଜିଲା ସଂଯୋଜକ ସଂଜୟ କୁମାର ଝା ବୈଠକକୁ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031