Indus Valley Times

ବୌଦ୍ଧରେ ଏକକ ଅଭିଭାବକ ଏବଂ ପିତୃ ମାତୃ ନଥିବା ଶିଶୁଙ୍କ ସର୍ଭେ ଆରମ୍ଭ

 Breaking News

ବୌଦ୍ଧରେ ଏକକ ଅଭିଭାବକ ଏବଂ ପିତୃ ମାତୃ ନଥିବା ଶିଶୁଙ୍କ ସର୍ଭେ ଆରମ୍ଭ

ବୌଦ୍ଧରେ ଏକକ ଅଭିଭାବକ ଏବଂ ପିତୃ ମାତୃ ନଥିବା ଶିଶୁଙ୍କ ସର୍ଭେ ଆରମ୍ଭ
July 09
22:01 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୭ : ବୌଦ୍ଧ ଜିଲ୍ଲାରେ ପିତୃ ମାତୃ ନ ଥିବା ଓ ଏକକ ଅଭିଭାବକ ଥିବା ଶିଶୁ ମାନଙ୍କ ସର୍ଭେ ପ୍ରକିୟା ଆରମ୍ଭ ହୋଇଛି। ଏହି ଅବସରରେ ବୁଧବାର ଦିନ ଅପରାହ୍ନରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ,ବୌଦ୍ଧ ପକ୍ଷରୁ ଆୟୋଜିତ ଶିବିରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ ଏବଂ ସଠିକ ଭାବରେ ପ୍ରଶିକ୍ଷଣ ନେଇ ସମୟ ସୀମା ମଧ୍ୟରେ ତଥ୍ୟ ସଂଗ୍ରହ କରି ସରକାରଙ୍କ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟରେ ସମସ୍ତ ନଥିପତ୍ର କୁ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇ ସଠିକ ଓ ନିର୍ଭୁଲ ଭାବରେ ତଥ୍ୟ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ ।
ପ୍ରଶିକ୍ଷକ ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ , ସର୍ଭେ ପାଇଁ ବ୍ୟବହାର ସମସ୍ତ ନିୟମାବଳୀ କୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଅନୁଷ୍ଟାନିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ମଲ୍ଲିକ,ଓ ଚିତ୍ରସେନ ସାହୁ ସର୍ଭେ ପାଇଁ ବ୍ୟବହୃତ ସମସ୍ତ ଫୋର୍ମାଟ କୁ ଆଲୋଚନା କରିଥିଲେ ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ମାଷ୍ଟର ଟ୍ରେନର ଭାବରେ ଜିଲ୍ଲାର ସମସ୍ତ ସିଡିପିଓ, ଆସିଡିସ ସୁପରଭାଇଜରଅଂଶ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ କନକଳତା ନାୟକ , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ମଲ୍ଲିକ ଊପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସୌମ୍ୟରଂଜନ ଜେନା,ରୀତିଶ କୁମାର ପ୍ରଧାନ ଓ ସତ୍ୟନାରାୟଣ ସାହୁ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930