Indus Valley Times

ବୌଦ୍ଧ ଜ଼ିଲ୍ଲାରେ ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ଜିଲ୍ଲା ଉଦଦେଷ୍ଟା କମିଟି ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧ ଜ଼ିଲ୍ଲାରେ ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ଜିଲ୍ଲା ଉଦଦେଷ୍ଟା କମିଟି ବୈଠକ ଅନୁଷ୍ଠିତ

ବୌଦ୍ଧ ଜ଼ିଲ୍ଲାରେ ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ଜିଲ୍ଲା ଉଦଦେଷ୍ଟା କମିଟି ବୈଠକ ଅନୁଷ୍ଠିତ
June 01
10:03 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୬ : ବୌଦ୍ଧ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି ।
ବେଆଇନ ଲିଙ୍ଗ ନିରୁପଣ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଆଇନ ୧୯୯୪ ରୁ ଲାଗୁ କରାଯାଇଛି । ବୌଦ୍ଧ ଜିଲ୍ଲାରେ ସର୍ବମୋଟ ୭ ଗୋଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ପଂଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୩ ଗୋଟି କାର୍ଯ୍ୟ କରୁଅଛି ।
ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଗଣାରେ ଅଲଟ୍ରାସାଉଣ୍ଡ ସେବା ଯୋଗାଇ ଦିଆଯାଉଅଛି । ସର୍ବେକ୍ଷଣ ଅନୁଯାୟୀ ବୌଦ୍ଧଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି ।
ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ୨୦୨୪-୨୫ ରେ କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ ନବ ଜନ୍ମିତ ଝିଅଙ୍କ ସଂଖ୍ୟା ପୁଅ ତୁଳନାରେ ଅଧିକ ରହିଥିବାବେଳେ ଜିଲା ମୁଖ୍ୟାଳୟ ଓ ହରଭଙ୍ଗା ବ୍ଲକରେ କମ ରହିଛି ।
ଏହାର କାରଣ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଥିବା ସତ୍ୱେ ବେସରକାରୀ କ୍ଲିନିକ ଗୁଡିକରେ ଅଲଟ୍ରାସାଉଣ୍ଡ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଏ ସଂପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବେସରକାରୀ କ୍ଲିନିକ୍ ଗୁଡିକରେ ଲିଙ୍ଗ ନିରୁପଣ ଆଇନ ଉଲଂଘନ କରାଯାଉଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।
କୌଣସି ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ନେଇ ସୂଚନା ପ୍ରଦାନ କରାଗଲେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ରାଶି ଟ ୨୫୦୦୦/- ପ୍ରଦାନ କରାଯିବା ସହିତ ତାଙ୍କର ନାମ ଓ ସମସ୍ତ ତଥ୍ୟକୁ ଗୋପନ ରଖିବା ସହ ଆଇନଗତ ମାମଲାର ସମ୍ମୁଖିନ ହେବାକୁ ପଡିବନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟଚିକିତ୍ସାଧିକାରୀ ଡା.ମଦନ ମୋହନ ପ୍ରଧାନ,ଏ.ଡି.ପି.ଏଚ.ଓ ଡା. ବିକେଆରସି ଦେଓ ହେମ୍ବ୍ରମ, ଏଡିଏମଓ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ,ଶିଶୁ ରୋଗ ବିଶେଷଜ୍ଞ ଡ. ବିଜୟ କୁମାର ସାହୁ,ସ୍ତ୍ରୀ ଓ ପ୍ରସୁତୀ ରୋଗ ବିଶେଷଜ୍ଞ ଡ. ଦେବାନନ୍ଦ ସୁବୁଦ୍ଧି ଓ ଡ. ସୁଦର୍ଶନ ମେହେର , ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଏହି ବୈଠକ କୁ ଆସିଷ୍ଟାଣ୍ଟ ମ୍ୟାନେଜର, ଲିଗାଲ ଆଫେୟାର୍ସ, (ଏନ ଏଚ ଏମ )ସୌମ୍ୟ ରଞ୍ଜନ ମଲ୍ଲିକ ପାୱାର ପଏଣ୍ଟ ମାଧ୍ୟମ ରେ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031