Indus Valley Times

ବୌଦ୍ଧ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ-୨୦୨୫ ” ଉଦ‌ଯାପିତ

 Breaking News

ବୌଦ୍ଧ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ-୨୦୨୫ ” ଉଦ‌ଯାପିତ

ବୌଦ୍ଧ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ-୨୦୨୫ ” ଉଦ‌ଯାପିତ
September 20
09:52 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୯ : ସ୍ଥାନୀୟ ଶିଶୁଯତ୍ନ ଅନୁଷ୍ଠାନ ରାମକୃଷ୍ଣ ବାଳାଶ୍ରମ, ବିରନରସିଂହପୁର ବୌଦ୍ଧ ଠାରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ-୨୦୨୫ ” ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଅଛି ।
ଆଜିର ଏହି ଉଦ‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉପ ଜିଲ୍ଳାପାଳ ବୌଦ୍ଧ ଶ୍ରୀଯୁକ୍ତ ବିନୟ କୁମାର ଭୋଇ ଯୋଗଦେଇ ଶିଶୁ ମାନେ ଅନୁଶାସନ ଓ ପରମ୍ପରାକୁ ଅନୁସରଣ କରିବା ସହ ଓ ସମାୟନବର୍ତ୍ତିତା ହେବା ପାଇଁ ପରାମର୍ଶ ଦେଇଥିଲେ ।
ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି କିଛି ଛାତ୍ରଛାତ୍ରୀ କିଭଳି ସଫଳତାର ସ୍ବାଦ ପାଇଛନ୍ତି ତାହାର ଉଦାହରଣ ମଧ୍ୟ ରଖି ଥିଲେ । ପାଠ ପଢିବା ପାଇଁ ଅର୍ଥ ବାଧକ ନୁହେଁ, ଏବଂ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ସରକାର ସବୁବେଳେ ତତ୍ପର ରହିବେ ବୋଲି କହିଥିଲେ ।
ସରକାର ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମାନଙ୍କର ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ, ବିକାଶ ତଥା ଚିହ୍ନଟିକରଣ କରି ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ସମ୍ମାନୀତ କରିବାପାଇଁ ସୁଯୋଗ ସୃଷ୍ଟି କରିଛନ୍ତି ଏବଂ ସେମାନଙ୍କର ଅଂଶଗ୍ରହଣ କରିବାର ଅଧିକାର କୁ ସୁନିଶ୍ଚିତ କରିଛନ୍ତି ବୋଲି କହିଥିଲେ ।
ସମ୍ମାନୀତ ଅତିଥି ଭାବରେ ଗୋଷ୍ଠି ଉନ୍ନୟନ ଅଧିକାରୀ ହରଭଙ୍ଗା ଶ୍ରୀଯୁକ୍ତ ବିଜୟ କୁମାର ପ୍ରଧାନ ଯୋଗଦେଇ ଶିଶୁ ମାନଙ୍କ ପ୍ରତିଭା କୁ ପ୍ରଶଂସା କରିବା ସହ କୌଣସି ଅସୁବିଧା ହେଲେ ଜିଲ୍ଲା ପ୍ରଶାସନର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି ଶ୍ରୀଯୁକ୍ତ ଦାମୋଦର ସାହୁ ଯୋଗ ଦେଇ ପ୍ରତିଯୋଗିତା ଗୁଡିକରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ସୁନାମ ଅର୍ଜନ କରିବା ପାଇଁ ଉତ୍ସାହିତ କରିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ ଯୋଗଦେଇ ସ୍ବାଗତଂ ଭାଷଣ ସହ ଅତିଥି ପରିଚୟ ଏବଂ ଦୁଇଦିନ ଧରି ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । ଏବଂ ସମ୍ପାଦକ ରାମକୃଷ୍ଣ ବାଳାଶ୍ରମ ଶ୍ରୀଯୁକ୍ତ ନଵୀନ ଚନ୍ଦ୍ର ବଘାର ତାଙ୍କର ବକ୍ତବ୍ୟ ରଖିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031