Indus Valley Times

ବୌଦ୍ଧ ହରଭଙ୍ଗା ବ୍ଲକ୍ ରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି: ୧୫୦ ଅଭିଯୋଗ ଗ୍ରହଣ, ୨୫ଟିର ତତ୍କାଳ ସମାଧାନ ଜନ ସମସ୍ୟାର ତ୍ୱରିତ ସମାଧାନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

 Breaking News

ବୌଦ୍ଧ ହରଭଙ୍ଗା ବ୍ଲକ୍ ରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି: ୧୫୦ ଅଭିଯୋଗ ଗ୍ରହଣ, ୨୫ଟିର ତତ୍କାଳ ସମାଧାନ ଜନ ସମସ୍ୟାର ତ୍ୱରିତ ସମାଧାନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ବୌଦ୍ଧ ହରଭଙ୍ଗା ବ୍ଲକ୍ ରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି: ୧୫୦ ଅଭିଯୋଗ ଗ୍ରହଣ, ୨୫ଟିର ତତ୍କାଳ ସମାଧାନ ଜନ ସମସ୍ୟାର ତ୍ୱରିତ ସମାଧାନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
July 13
18:58 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୭ : ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନିକ ସେବାକୁ ଅଧିକ ଜନମୁଖୀ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ସୋମବାର ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମିନାଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା।
ଶିବିରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ଜନସାଧାରଣ ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ। ଏହି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ମହେନ୍ଦ୍ର କୁମାର ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ।
ମୋଟ ୧୫୦ଟି ଅଭିଯୋଗ ମଧ୍ୟରୁ ୧୩୯ଟି ବ୍ୟକ୍ତିଗତ ଏବଂ ୧୧ଟି ଗୋଷ୍ଠୀଗତ ଅଭିଯୋଗ ଗ୍ରହଣ କରାଯାଇଥିଲା।
ସେଥିମଧ୍ୟରୁ ୨୫ଟି ଅଭିଯୋଗର ସ୍ଥଳରେ ହିଁ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବର୍ଷା ଋତୁକୁ ଦୃଷ୍ଟିରେ ରଖି ଘର ଭଙ୍ଗା, ରାସ୍ତା ମରାମତି,ପାନୀୟ ଜଳ ଓ ବିଦ୍ୟୁତ୍ ସେବା ସମ୍ବନ୍ଧୀୟ ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ରେଡକ୍ରସ ପାଣ୍ଠିରୁ ଦୁଇଜଣ ଅସହାୟ ବ୍ୟକ୍ତି, କମଳପୁରର ବସନ୍ତ ମହାକୁଡ଼ ଏବଂ ଧୁଙ୍ଗିଆମୁଣ୍ଡାର ସୁମିତ୍ରା ବେହେରାଙ୍କୁ ୫ ହଜାର ଟଙ୍କା ଲେଖାଏଁ ତତ୍କାଳ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ।
ଶିବିର ପରିଚାଳନାରେ ହରଭଙ୍ଗା ବିଡିଓ ତଥା ତହସିଲଦାର କର୍ଣ୍ଣ ସୁନା,ଡେପୁଟି କଲେକ୍ଟର ପରିପୂର୍ଣ୍ଣା ଦେବୀ , ରଶ୍ମିରେଖା ନାୟକ ବ୍ଲକ୍ ର ସମସ୍ତ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ।
ଶିବିରରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଲାଇନ ବିଭାଗର ଯନ୍ତ୍ରୀ, ବ୍ଲକ ସ୍ତରୀୟ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31