Indus Valley Times

ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣା, ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

 Breaking News

ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣା, ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣା, ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
September 10
20:34 2026

ଭୁବନେଶ୍ୱର,୧୦/୯ : ବାଲେଶ୍ଵର ଜିଲ୍ଲା ଭୋଗରାଇରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହି ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସେ ଉଚ୍ଚସ୍ତରୀୟ ନିର୍ଦ୍ଦେଶ ଦେଇଛନ୍ତି ।
ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣ ପାଇଁ ଓଡ଼ିଶାକୁ କୌଣସି ପରିସ୍ଥିତିରେ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ ଏବଂ ଚାଲାଣକାରୀଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
ସୂଚନା ଅନୁସାରେ ଏହି ବେଆଇନ କାରବାର ସହ ଜଡ଼ିତ ସମସ୍ତ ନେଟୱର୍କକୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କେନ୍ଦ୍ରୀୟ ସଂସ୍ଥା ସହ ସମନ୍ୱୟ ଅର୍ଥାତ୍ ଭାରତ ସରକାରଙ୍କ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସହ ମିଳିତ ଭାବେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ଉଦ୍ଧାର ହୋଇଥିବା ଶିଶୁ ଓରାଙ୍ଗଉଟାନମାନଙ୍କୁ ଚବିଶ ଘଣ୍ଟିଆ ସୁରକ୍ଷା ଓ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଏହି ଘଟଣାର ମୂଳ ଖୋଜିବା ପାଇଁ ବାଲେଶ୍ଵରରେ ତଦନ୍ତ ଆରମ୍ଭ କରିଛି ।
ଓରାଙ୍ଗଉଟାନ ଠାବ ହେବା ପୂର୍ବ ରାତିରେ ସେହି ଅଞ୍ଚଳରେ ଯାତାୟାତ କରିଥିବା ଏକ କଳା ରଙ୍ଗର ଥାର ଗାଡ଼ିର ସିସିଟିଭି ଫୁଟେଜ୍‌କୁ ନେଇ ଯାଞ୍ଚ ଚାଲିଛି । ଏହି ପ୍ରାଣୀଗୁଡ଼ିକ ମିଆଁମାର ବାଟ ଦେଇ ଭାରତରେ ପ୍ରବେଶ କରିଥିବା ଏବଂ ସମୁଦ୍ର କିମ୍ବା ସ୍ଥଳପଥରେ ଓଡ଼ିଶାକୁ ଅଣାଯାଇଥିବା ନେଇ ସନ୍ଦେହ କରାଯାଉଛି ।
ତେବେ ଉଦ୍ଧାର କରାଯାଇଥିବା ୫ଟି ଯାକ ଶିଶୁଙ୍କୁ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କ୍ୱାରେଣ୍ଟାଇନରେ ସ୍ୱତନ୍ତ୍ର ନଜରରେ ରଖାଯାଇଛି । ଏମାନଙ୍କୁ ସ୍ଥାୟୀ ଭାବେ ନନ୍ଦନକାନନରେ ରଖିବା ପାଇଁ ସେଣ୍ଟ୍ରାଲ ଜୁ ଅଥରିଟି (CZA) ପାଖରୁ ଅନୁମତି ମଗାଯାଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930