Indus Valley Times

ସାଇବର ଅପରାଧ ଓ ଫେକ୍ ଆଇଡିରେ ଅପପ୍ରଚାର ପ୍ରସଙ୍ଗ ନେଇ ଜିଲ୍ଲା ସଭାପତି ଓ ଏସ୍‌ପିଙ୍କ ସହ ଆଲୋଚନା

 Breaking News

ସାଇବର ଅପରାଧ ଓ ଫେକ୍ ଆଇଡିରେ ଅପପ୍ରଚାର ପ୍ରସଙ୍ଗ ନେଇ ଜିଲ୍ଲା ସଭାପତି ଓ ଏସ୍‌ପିଙ୍କ ସହ ଆଲୋଚନା

ସାଇବର ଅପରାଧ ଓ ଫେକ୍ ଆଇଡିରେ ଅପପ୍ରଚାର ପ୍ରସଙ୍ଗ ନେଇ ଜିଲ୍ଲା ସଭାପତି ଓ ଏସ୍‌ପିଙ୍କ ସହ ଆଲୋଚନା
November 27
10:09 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୭/୧୧:
ବାଲିଗୁଡ଼ାର ଜଣେ ଯୁବ, ଶିକ୍ଷିତ ତଥା ଜନସାଧାରଣଙ୍କ ମଧ୍ୟରେ ପରିଚିତ ଚେହେରା ଅମିତ କୁମାର ନାୟକ ଫୁଲବାଣୀ ଗସ୍ତ କରି ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ପ୍ରଦୀପ କୁମାର ମହାନ୍ତିଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେଇ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ସେ ବିଜେଡି କନ୍ଧମାଳ ଜିଲ୍ଲା ସଭାପତି ପଦ୍ମନାଭ ବେହେରା ଏବଂ କନ୍ଧମାଳ ଏସ୍‌ପିଙ୍କ ସହ ସାକ୍ଷାତ୍ କରି ବାଲିଗୁଡ଼ା ଅଞ୍ଚଳରେ ବଢ଼ୁଥିବା ସାଇବର ଅପରାଧ ଓ ସୋସିଆଲ ମିଡିଆରେ ଫେକ୍ ଆଇଡି ମାଧ୍ୟମରେ ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ଦିଆଯାଉଥିବା ଅପମାନଜନକ ମନ୍ତବ୍ୟ ଓ ଅପପ୍ରଚାର ସମ୍ପର୍କରେ ଆଲୋଚନା କରିଥିଲେ।
ବିଶେଷ କରି ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ହେଉଥିବା ଅପପ୍ରଚାର ଓ ବ୍ୟକ୍ତିଗତ ସମ୍ମାନହାନି ଭଳି ଘଟଣା ଉପରେ ରୋକ୍ ଲଗାଇବା ସହ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନେବା ଦିଗରେ ଶ୍ରୀ ନାୟକ ଆଲୋଚନା ହୋଇଥିବା ଜଣାପଡ଼ିଛି।
ଏହି ପ୍ରସଙ୍ଗରେ ପୁଲିସ ପ୍ରଶାସନର ହସ୍ତକ୍ଷେପ ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସାକ୍ଷାତ୍ ସମୟରେ ଫୁଲବାଣୀର ବରିଷ୍ଠ ବିଜେଡି ନେତା ତଥା ଫୁଲବାଣୀ ପୌରପାଳିକାର ପ୍ରଥମ ଅଧ୍ୟକ୍ଷ କମଳାକାନ୍ତ ପାଣ୍ଡେ ଏବଂ ବରିଷ୍ଠ ଆଇନଜୀବୀ ତଥା ବିଜେଡି ନେତା ପ୍ରତାପ ପାତ୍ର ଉପସ୍ଥିତ ଥିଲେ। ଅମିତ କୁମାର ନାୟକଙ୍କ ସହ ସୁଧାକର ନାୟକ, ମାନସ ନାୟକ, ପଙ୍କଜ ନାୟକ, ପିଣ୍ଟୁ ଭାଇଙ୍କ ସମେତ ଅନ୍ୟାନ୍ୟ ଯୁବ ସହଯୋଗୀ ମଧ୍ୟ ଯୋଗଦେଇଥିଲେ।
ଯୁବ ନେତୃତ୍ୱ ଓ ଅଭିଜ୍ଞ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଏହି ମିଳନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ୍‌ରେ ସୀମିତ ନରହି ବାଲିଗୁଡ଼ା ଅଞ୍ଚଳର ଜନସ୍ୱାର୍ଥ, ଯୁବ ସମାଜର ସମସ୍ୟା ଏବଂ ଆଗାମୀ ଦିନର ରାଜନୈତିକ ଦିଗକୁ ନୂଆ ଦିଶା ଦେବ ବୋଲି ସମର୍ଥକ ମହଲରେ ଆଶା ପ୍ରକାଶ ପାଇଛି।
ପଥପ୍ରାନ୍ତ ନାଟକରେ ସରକାରୀ ଯୋଜନାର ପ୍ରଚାର, ଚାଷୀଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭାଗର ଅଭିନବ ପ୍ରୟାସ
ବାଲିଗୁଡ଼ା, ୨୭/୧୧ : ଗ୍ରାମାଞ୍ଚଳର ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ହାତକୁ ନିଆଯାଇଛି।
କେବଳ ସଭା, ସମିତି କିମ୍ବା ପ୍ରଚାରପତ୍ର ନୁହେଁ, ବରଂ କଳା ଓ ସଂସ୍କୃତିକୁ ଜନସଚେତନତାର ମାଧ୍ୟମ କରି ପଥପ୍ରାନ୍ତ ନାଟକ ଜରିଆରେ ଗାଁ ଗାଁରେ ସରକାରୀ ଯୋଜନାର ବାର୍ତ୍ତା ପହଞ୍ଚାଯାଉଛି ।
ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାଲିଗୁଡ଼ା ବ୍ଲକ୍‌ର ବଡ଼ଗାଁ, ବାରଖମା ଓ ସିନ୍ଦ୍ରିଗାଁ ଠାରେ ସ୍ୱତନ୍ତ୍ର ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର, ବାଲିଗୁଡ଼ା ପକ୍ଷରୁ ଏହି କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।
ଅନୁଷ୍ଠାନର ସମ୍ପାଦକ ତଥା ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ରଚନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଗୋଠ ହସିଲେ ହସିବ ସଂସାର’ ନାଟକ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ସହ ଚାଷୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ଆର୍ଥିକ ବାର୍ତ୍ତା ପ୍ରଦାନ କରିଥିଲା।
ନାଟକ ମାଧ୍ୟମରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସବ୍‌ସିଡି ବ୍ୟବସ୍ଥା, ପ୍ରାଣୀଧନ ବୀମା, ପ୍ରାଣୀ ଚିକିତ୍ସା ସୁବିଧା ଓ ଘାସ ଚାଷର ଉପକାରିତା ସମ୍ପର୍କରେ ସରଳ ତଥା ମନୋରଞ୍ଜନଧର୍ମୀ ଢଙ୍ଗରେ ଲୋକଙ୍କୁ ବୁଝାଯାଇଥିଲା। ବିଶେଷକରି ଗୋପାଳନ, କୁକୁଡ଼ା ଚାଷ, ଛେଳି ପାଳନ, ଘୁଷୁରି ପାଳନ ଓ ବତକ ଚାଷ ଭଳି ବିଭିନ୍ନ ପ୍ରାଣୀ ସମ୍ପଦ ଭିତ୍ତିକ ଆୟମୂଳକ କାର‌୍ୟ୍ୟକୁ ଆପଣାଇ ଗ୍ରାମାଞ୍ଚଳର ଚାଷୀମାନେ କିପରି ଅଧିକ ରୋଜଗାର କ୍ଷମ ହୋଇପାରିବେ, ସେନେଇ ନାଟକରେ ବାସ୍ତବଧର୍ମୀ ଚିତ୍ର ଉପସ୍ଥାପନ କରାଯାଇଥିଲା। ପାରମ୍ପରିକ ଚାଷ ସହ ପ୍ରାଣୀ ସମ୍ପଦକୁ ଯୋଡ଼ି ଜୀବିକାର ବିକଳ୍ପ ଉତ୍ସ ସୃଷ୍ଟି କରିବା ଏବଂ ସରକାରୀ ସହାୟତାର ସୁଯୋଗ ନେଇ ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ଚାଷୀଙ୍କୁ ଉତ୍ସାହିତ କରାଯାଇଥିଲା।
ନାଟକରେ ରାଜେଶ, ବିଜୟ, ବାବୁଲି, ହ୍ୟାପି, ଦୀପ୍ତି, ସଚ୍ଚି ଓ ବିଷ୍ଣୁ ପ୍ରମୁଖ କଳାକାର ଅଂଶଗ୍ରହଣ କରି ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିଲେ।
କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ, ଏଲ୍‌ଆଇ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ନାଟକ ଉପଭୋଗ କରିବା ସହ ବିଭାଗୀୟ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ।
ସାଧାରଣତଃ ଗ୍ରାମାଞ୍ଚଳର ଅନେକ ଚାଷୀ ସରକାରୀ ଯୋଜନା, ସବ୍‌ସିଡି ଓ ବିଭାଗୀୟ ସୁବିଧା ସମ୍ପର୍କରେ ଆବଶ୍ୟକ ସୂଚନା ପାଇପାରୁ ନଥିବାବେଳେ ଏଭଳି ପଥପ୍ରାନ୍ତ ନାଟକ ସେମାନଙ୍କ ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ସାଜିଛି।
ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ଓ ଆୟବୃଦ୍ଧିର ସମ୍ଭାବନା ସୃଷ୍ଟି କରିବା ଦିଗରେ ବିଭାଗର ଏହି ପ୍ରୟାସକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।
କଳା ଓ ସଂସ୍କୃତି ମାଧ୍ୟମରେ ଚାଷୀଙ୍କୁ ସଚେତନ କରି ସ୍ୱାବଲମ୍ବୀ କରିବାର ଏହି ଉଦ୍ୟମ ଆଗାମୀ ଦିନରେ ଅଧିକ ଗ୍ରାମରେ ପହଞ୍ଚିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ପଥପ୍ରାନ୍ତ ନାଟକରେ ସରକାରୀ ଯୋଜନାର ପ୍ରଚାର, ଚାଷୀଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭାଗର ଅଭିନବ ପ୍ରୟାସ
ବାଲିଗୁଡ଼ା, ୨୭/୧୧ : ଗ୍ରାମାଞ୍ଚଳର ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ହାତକୁ ନିଆଯାଇଛି।
କେବଳ ସଭା, ସମିତି କିମ୍ବା ପ୍ରଚାରପତ୍ର ନୁହେଁ, ବରଂ କଳା ଓ ସଂସ୍କୃତିକୁ ଜନସଚେତନତାର ମାଧ୍ୟମ କରି ପଥପ୍ରାନ୍ତ ନାଟକ ଜରିଆରେ ଗାଁ ଗାଁରେ ସରକାରୀ ଯୋଜନାର ବାର୍ତ୍ତା ପହଞ୍ଚାଯାଉଛି।
ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାଲିଗୁଡ଼ା ବ୍ଲକ୍‌ର ବଡ଼ଗାଁ, ବାରଖମା ଓ ସିନ୍ଦ୍ରିଗାଁ ଠାରେ ସ୍ୱତନ୍ତ୍ର ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର, ବାଲିଗୁଡ଼ା ପକ୍ଷରୁ ଏହି କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।
ଅନୁଷ୍ଠାନର ସମ୍ପାଦକ ତଥା ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ରଚନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଗୋଠ ହସିଲେ ହସିବ ସଂସାର’ ନାଟକ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ସହ ଚାଷୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ଆର୍ଥିକ ବାର୍ତ୍ତା ପ୍ରଦାନ କରିଥିଲା।
ନାଟକ ମାଧ୍ୟମରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସବ୍‌ସିଡି ବ୍ୟବସ୍ଥା, ପ୍ରାଣୀଧନ ବୀମା, ପ୍ରାଣୀ ଚିକିତ୍ସା ସୁବିଧା ଓ ଘାସ ଚାଷର ଉପକାରିତା ସମ୍ପର୍କରେ ସରଳ ତଥା ମନୋରଞ୍ଜନଧର୍ମୀ ଢଙ୍ଗରେ ଲୋକଙ୍କୁ ବୁଝାଯାଇଥିଲା। ବିଶେଷକରି ଗୋପାଳନ, କୁକୁଡ଼ା ଚାଷ, ଛେଳି ପାଳନ, ଘୁଷୁରି ପାଳନ ଓ ବତକ ଚାଷ ଭଳି ବିଭିନ୍ନ ପ୍ରାଣୀ ସମ୍ପଦ ଭିତ୍ତିକ ଆୟମୂଳକ କାର୍ଯ୍ୟକୁ ଆପଣାଇ ଗ୍ରାମାଞ୍ଚଳର ଚାଷୀମାନେ କିପରି ଅଧିକ ରୋଜଗାର କ୍ଷମ ହୋଇପାରିବେ, ସେନେଇ ନାଟକରେ ବାସ୍ତବଧର୍ମୀ ଚିତ୍ର ଉପସ୍ଥାପନ କରାଯାଇଥିଲା।
ପାରମ୍ପରିକ ଚାଷ ସହ ପ୍ରାଣୀ ସମ୍ପଦକୁ ଯୋଡ଼ି ଜୀବିକାର ବିକଳ୍ପ ଉତ୍ସ ସୃଷ୍ଟି କରିବା ଏବଂ ସରକାରୀ ସହାୟତାର ସୁଯୋଗ ନେଇ ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ଚାଷୀଙ୍କୁ ଉତ୍ସାହିତ କରାଯାଇଥିଲା।
ନାଟକରେ ରାଜେଶ, ବିଜୟ, ବାବୁଲି, ହ୍ୟାପି, ଦୀପ୍ତି, ସଚ୍ଚି ଓ ବିଷ୍ଣୁ ପ୍ରମୁଖ କଳାକାର ଅଂଶଗ୍ରହଣ କରି ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିଲେ।
କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ, ଏଲ୍‌ଆଇ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ନାଟକ ଉପଭୋଗ କରିବା ସହ ବିଭାଗୀୟ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ।
ସାଧାରଣତଃ ଗ୍ରାମାଞ୍ଚଳର ଅନେକ ଚାଷୀ ସରକାରୀ ଯୋଜନା, ସବ୍‌ସିଡି ଓ ବିଭାଗୀୟ ସୁବିଧା ସମ୍ପର୍କରେ ଆବଶ୍ୟକ ସୂଚନା ପାଇପାରୁ ନଥିବାବେଳେ ଏଭଳି ପଥପ୍ରାନ୍ତ ନାଟକ ସେମାନଙ୍କ ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ସାଜିଛି।
ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ଓ ଆୟବୃଦ୍ଧିର ସମ୍ଭାବନା ସୃଷ୍ଟି କରିବା ଦିଗରେ ବିଭାଗର ଏହି ପ୍ରୟାସକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।
କଳା ଓ ସଂସ୍କୃତି ମାଧ୍ୟମରେ ଚାଷୀଙ୍କୁ ସଚେତନ କରି ସ୍ୱାବଲମ୍ବୀ କରିବାର ଏହି ଉଦ୍ୟମ ଆଗାମୀ ଦିନରେ ଅଧିକ ଗ୍ରାମରେ ପହଞ୍ଚିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ : ୫୧ ଟି ବିଦ୍ୟାଳୟର ୯୭ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ,
ବାଲିଗୁଡ଼ା, ୨୭/୧୧: ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ସୃଜନଶୀଳ ଚିନ୍ତାଧାରା ଓ ନବସୃଜନ କ୍ଷମତାର ବିକାଶ ଲକ୍ଷ୍ୟରେ ବାଲିଗୁଡ଼ା ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ-୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ବିଜ୍ଞାନ ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରି ନିଜ ନିଜର ବୈଜ୍ଞାନିକ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଚଳିତ ବର୍ଷର ପ୍ରଦର୍ଶନୀର ମୁଖ୍ୟ ବିଷୟବସ୍ତୁ ‘ଏକ ନିରନ୍ତର ଏବଂ ବିକଶିତ ଭାରତ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ’ ରଖାଯାଇଥିଲା।
ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରଦୀପ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଓ ଧୂପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ।
ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା, ପଦ୍ମଲୋଚନ ପଣ୍ଡା ଏବଂ ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୟାନିଧି ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଏଭଳି ବୈଜ୍ଞାନିକ ପ୍ରୟାସକୁ ଉତ୍ସାହିତ କରିଥିଲେ।
ପ୍ରଦର୍ଶନୀରେ ବାଲିଗୁଡ଼ା ବ୍ଲକ୍‌ର ମୋଟ ୫୧ ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କ ପକ୍ଷରୁ ୯୭ ଟି ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ଛାତ୍ର ଛାତ୍ରୀ ମାନେ ନିଜ ନିଜର ପ୍ରକଳ୍ପ ମାଧ୍ୟମରେ ବିଜ୍ଞାନର ବିଭିନ୍ନ ଦିଗ, ନୂତନ ଚିନ୍ତାଧାରା ଓ ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗିତାକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ମୋଟ ୭ଟି ଉପ-ଥିମ୍‌କୁ ଆଧାର କରି ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଉପ-ଥିମ୍‌ରୁ ଗୋଟିଏ ଲେଖାଏଁ, ମୋଟ ୭ଟି ଶ୍ରେଷ୍ଠ ପ୍ରକଳ୍ପ ଚୟନ କରାଯାଇଥିଲା।
ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କୁ କେବଳ ପାଠ୍ୟପୁସ୍ତକରେ ସୀମିତ ନରଖି ନିଜସ୍ୱ ଚିନ୍ତାଧାରାରୁ ନୂତନ ପ୍ରକଳ୍ପ ତିଆରି କରିବା ଏବଂ ନିଜର ଦକ୍ଷତାକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ଏକ ସୁଯୋଗ ପ୍ରଦାନ କରିଥିଲା।
ଏଥିରେ ସାମିଲ ହୋଇ ଛାତ୍ରଛାତ୍ରୀମାନେ ଖୁସି ଓ ଉତ୍ସାହ ପ୍ରକାଶ କରିଥିବା ସହ ଏଭଳି କାର୍ଯ୍ୟକ୍ରମ ସେମାନଙ୍କ ଭବିଷ୍ୟତରେ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି କରିବ ବୋଲି ଆଶା ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30