Indus Valley Times

ସାଧା ପୋଷାକଧାରୀ ପୋଲିସକୁ ଅପହରଣକାରୀ ଭାବି ନିର୍ଦ୍ଧୁମ ମାଡ଼: କନ୍ଧମାଳରେ କଳାହାଣ୍ଡି ପୋଲିସକୁ ମାଡ଼

 Breaking News

ସାଧା ପୋଷାକଧାରୀ ପୋଲିସକୁ ଅପହରଣକାରୀ ଭାବି ନିର୍ଦ୍ଧୁମ ମାଡ଼: କନ୍ଧମାଳରେ କଳାହାଣ୍ଡି ପୋଲିସକୁ ମାଡ଼

July 11
20:57 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୧/୭: ସାଧା ପୋଷାକଧାରୀ ପୋଲିସକୁ ଅପହରଣକାରୀ ଭାବି ନିର୍ଦ୍ଧୁମ ମାଡ଼ ମାରିଲେ ସାଧାରଣ ଲୋକେ । ଶେଷରେ ତୂମୁଡ଼ିବନ୍ଧ ପୋଲିସକୁ ଡାକି ପୋଲିସର ଜିମା ଦେଇଥିବା ଜଣାପଡ଼ିଛି ।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ଅଞ୍ଚଳରେ । ସୂଚନା ପ୍ରକାରେ ଜଣେ ଅପରାଧୀ ବାଲିଗୁଡ଼ା ଥାନା ଅଞ୍ଚଳରେ ଲୁଚି ରହିଥିବା ମୋବାଇଲ୍ ନମ୍ବର୍ ଟ୍ରାକିଂ ଦ୍ବାରା ଜାଣିବାକୁ ପାଇଥିଲା କଳାହାଣ୍ଡି ଜିଲ୍ଲା ପୋଲିସ୍ ।
ଗତକାଲି ସାଧା ପୋଷାକରେ ତିନିଜଣ ପୋଲିସ୍ ଏକ ଘରୋଇ କାର୍ ରେ ମୋବାଇଲ୍ ଫୋନ୍ ନମ୍ୱର୍ ଲୋକେସନ୍ ଟ୍ରାକିଂ କରିଥିବା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତର ସୁକୁଙ୍ଗିଆ ଅଞ୍ଚଳରେ ପହଁଚିବା ପରେ ନିଜ ପରିଚୟ ଲୁଚାଇ ସମ୍ପୃକ୍ତ ଅପରାଧିକୁ ଫୋନ୍ କରି ଡାକିଥିଲା ପୋଲିସ୍ ।
ଅପରାଧି କୁ ଧରିବା ପାଇଁ ପୋଲିସ୍ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଜଣକ ପୋଲିସକୁ ଜାଣିପାରି ଚତୁରତାର ସହ ସେଠାରୁ ଦୌଡ଼ି ଯାଇ ପାଟିକରି ତାକୁ କିଛି ଅଜଣା ଲୋକ ଅପହରଣ କରି ନେଇଯାଉଥିବା କହିଥିଲ ଗାଁ ଲୋକଙ୍କୁ ।
ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଆଖପାଖ ଅଞ୍ଚଳରେ ଘଟଣା ବିଷୟରେ ପ୍ରଚାର କରିଦେଇଥିଲେ ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରୁ ସାଧା ପୋଷାକଧାରୀ ପୋଲିସ୍ ଫେରିବା ବେଳେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ପନ୍ଦରମାଇଲ୍ ଛକ ନିକଟରେ କିଛି ଲୋକ ସାଧା ପୋଷାକଧାରୀ ପୁଲିସ୍ ଗାଡ଼ିକୁ ଅଟକାଇଥିଲେ ।
ଗାଡ଼ିରୁ ତଳକୁ ଓହ୍ଲାଇ ଲୋକଙ୍କୁ ନିଜ ପରିଚୟ ଦେଇଥିଲେ ପୋଲିସ୍ କର୍ମଚାରୀ ।
କିନ୍ତୁ ପୋଲିସ କର୍ମଚାରୀଙ୍କ କିଛି କଥା ନଶୁଣି ୫୯ ନଂ ଜାତୀୟ ରାଜପଥରେ ଗୋଡ଼ାଇ ଗୋଡ଼ାଇ ତିନିଜଣ ପୋଲିସ୍ କର୍ମଚାରିଙ୍କୁ ନିର୍ଧୁମ୍ ମାଡ଼ ମାରିବା ସହ ପୋଲିସ୍ ରିଭଲଭର, ମୋବାଇଲ୍ ଏବଂ ସାତ ହଜାର ଟଙ୍କା ଛଡ଼ାଇ ନେଇଥିଲେ ଉତ୍ୟକ୍ତ ଲୋକେ ।
ଘଟଣା ସମ୍ପର୍କରେ ଖବରପାଇ ପାଇ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପହଁଚି ସେମାନଙ୍କୁ ଉଦ୍ଧାର କରିବା ସହ ପୋଲିସ ରିଭଲଭର, ମୋବାଇଲ୍ ଓ ଟଙ୍କା ମଧ୍ୟ ପୁନରୁଦ୍ଧାର କରି ଆହତ ପୋଲିସ୍ କର୍ମଚାରୀଙ୍କୁ ଚିକିତ୍ସା କରାଇ କଳାହାଣ୍ଡି ପଠାଇ ଦେଇଥିବା ଜଣାପଡ଼ିଛି ।
ଅନ୍ୟପଟେ ଏନେଇ ତୁମୁଡ଼ିବନ୍ଧ ପୋଲିସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।
ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଲୋଚନା ଚକ୍ର ଆୟୋଜିତ
ବାଲିଗୁଡା, ୧୧/୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଶକ୍ତି ବିଭାଗର ସହଯୋଗ ତଥା ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଉଦ୍ୟମରେ “ସୁରକ୍ଷିତ ବିଦ୍ୟୁତ ବ୍ୟବହାର, ଏହାର ସଂରକ୍ଷଣ, ଓ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ” ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ-କନ୍ଧମାଳ ଜିଲ୍ଲାର ବିଦ୍ୟୁତ ବିଭାଗୀୟ ଉପ ନିରୀକ୍ଷକ ଯନ୍ତ୍ରୀ ସତ୍ୟବ୍ରତ ଦାସ ଓ ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପଖଣ୍ଡର ସାଧାରଣ ବିଦ୍ୟୁତ ବଣ୍ଟନ ବିଭାଗ ତଥା ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଦେବଦତ୍ତ ସାହୁ ଯୋଗଦାନ କରିଥିଲେ।
ଅଧୁନା ସମାଜରେ ଘରେ, ବାହାରେ, କଳକାରଖାନାରେ ବିଦ୍ୟୁତ ଶକ୍ତିର ଉପାଦେୟତା ଦୃଷ୍ଟିରୁ, ଏହାର ସଠିକ ବ୍ୟବହାର, ସଂରକ୍ଷଣ ଏବଂ ବୈକଳ୍ପିକ ଶକ୍ତିର ଅନୁସନ୍ଧାନ ନିମନ୍ତେ ସାମୁହିକ ପ୍ରୟାସ ନିହାତି ଆବଶ୍ୟକ ବୋଲି ଅତିଗଣ ମତପୋଷଣ କରିଥିଲେ। ଘରୋଇ ବିଦ୍ୟୁତ ବ୍ୟବହାର ସମୟରେ ଘଟୁଥ‌ିବା ବିଭିନ୍ନ ଦୁର୍ଘଟଣା ଓ ଏହାର ପ୍ରତିକାର ସମ୍ପର୍କରେ ଗ୍ରାମବାସୀ ତଥା ଶିକ୍ଷାର୍ଥୀଙ୍କୁ ସଚେତନ କରାଯାଇଥିଲା। ପ୍ରୋଜେକ୍ଟର ମାଧ୍ୟମରେ ଅଂଶଗ୍ରହଣକାରୀ ଘଡଘଡ଼ି ବିଜୁଳି ସମୟରେ ନିଜକୁ ସୁରକ୍ଷିତ ରଖିବାର ତାଲିମ ଗ୍ରହଣ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ବାମଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ବେଣୁଧର ବେହେରା,ଦିବ୍ୟସିଂ ପ୍ରଧାନ,ଦୀପକ କୁମାର କହଁର, ଅପର୍ଣ୍ଣା ନାୟକ, ସାଗ୍ନିକା ସେଠି ଓ ସୁଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930