Indus Valley Times

ସିଦ୍ଧିଦାତ୍ରୀ ମା ‘ ସରସ୍ବତୀ ଙ୍କ ପୂଜାର୍ଚନା ମହାସମାରୋହ ରେ ପାଳିତ: ଶତାଧିକ କୁନି ଛୁଆ ଖଡ଼ି ଛୁଇଁଲେ

 Breaking News

ସିଦ୍ଧିଦାତ୍ରୀ ମା ‘ ସରସ୍ବତୀ ଙ୍କ ପୂଜାର୍ଚନା ମହାସମାରୋହ ରେ ପାଳିତ: ଶତାଧିକ କୁନି ଛୁଆ ଖଡ଼ି ଛୁଇଁଲେ

ସିଦ୍ଧିଦାତ୍ରୀ ମା ‘ ସରସ୍ବତୀ ଙ୍କ ପୂଜାର୍ଚନା ମହାସମାରୋହ ରେ ପାଳିତ: ଶତାଧିକ କୁନି ଛୁଆ ଖଡ଼ି ଛୁଇଁଲେ
January 23
21:09 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୩/୧ : ସିଦ୍ଧିଦାତ୍ରୀ ମା ‘ ସରସ୍ବତୀ ଙ୍କ ପୂଜାର୍ଚନା ବାଲିଗୁଡା ଟାଉନ ତଥା ଏହାର ଆଖପାଖ ପୁରପଲ୍ଲୀରେ ପରମ୍ପରା ଓ ବିଧିବିଧାନ ଅନୁସାରେ ଧୁମଧାମରେ ପାଳିତ ହୋଇଯାଇଛି । ସେଥିପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ପୂଜା ଅନୁଷ୍ଠାନ ଚଳଚଞ୍ଚଳ ହୋଇ ଉଠିଥିଲା। ସମସ୍ତଙ୍କ ମନରେ ଉତ୍ସାହ ଦେଖା ଦେଇଥିଲା ।
ସେହିପରି ଆଜିର ଦିନରେ ନୂଆ କରି ପଢା ଆରମ୍ଭ କରୁଥିବା କୁନି ପିଲାମାନେ ମଧ୍ୟ ଖଡ଼ି ଛୁଇଁଛନ୍ତି । କେଉଁଠି ମା’ସରସ୍ବତୀ ଙ୍କ ବିଶାଳ ମୂର୍ତ୍ତି ,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ ।
ଗାଁ ଦାଣ୍ଡ, ସହର, ବଜାର ସବୁ ଚଳଚଞ୍ଚଳ । ରଙ୍ଗୀନ ତୋରଣ ଓ ସୁସଜ୍ଜିତ ପୂଜା ମଣ୍ଡପ ଶୋଭାପାଉଥିବା ବେଳେ ମା’ ଙ୍କ ପୂଜା ପାଇଁ ସବୁଠି ଭରପୁର ଉତ୍ସାହ ଓ ଉତ୍କଣ୍ଠା ।
ବିଭିନ୍ନ ଥିମକୁ ନେଇ ସବୁଠି ପ୍ରସ୍ତୁତ ହୋଇଛି ସୁନ୍ଦର ତୋରଣ ଓ ମୂର୍ତ୍ତି ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଟାଉନ ର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥିବା ବେଳେ ଦିନ ତମାମ ଛାତ୍ର ଛାତ୍ରୀ ଓ ସାଧାରଣ ଭକ୍ତଙ୍କ ସମାଗମ ହୋଇଥିଲା ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସବ ପାଳିତ
ବାଲିଗୁଡା, ୨୩/୧, : ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅମର ନାମ ଲେଖାଇ ଯାଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଓଡ଼ିଶାର ବୀରତ୍ୱପୂର୍ଣ୍ଣ ସଂଗ୍ରାମର ପ୍ରତୀକ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସବ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ଗରିମା ଓ ଦେଶଭକ୍ତିମୟ ପରିବେଶ ମଧ୍ୟରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଅଞ୍ଚଳ ର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାଂସ୍କୃତିକ ଅନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ବୁଦ୍ଧିଜୀବୀ ଓ ଦେଶପ୍ରେମୀ ନାଗରିକ ନିଜ ନିଜ ଅନୁଷ୍ଠାନରେ ଉପସ୍ଥିତ ରହି ଦୁଇ ମହାନ ବରପୁତ୍ରଙ୍କ ଫୋଟୋ ଚିତ୍ର ରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ପରେ ପରେ ଏକ ସଭାର ଆୟୋଜନ କରାଯାଇଥିଲା, ଉକ୍ତ ସଭାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦୃଢ଼ ନେତୃତ୍ୱ, “ଆଜାଦ ହିନ୍ଦ” ଆନ୍ଦୋଳନ ଓ ସଶସ୍ତ୍ର ସଂଗ୍ରାମର ସାହସିକ ପଥ ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲା।
ସେହିପରି ଭାବେ ବୀର ସୁରେନ୍ଦ୍ର ସାଏ ଦୀର୍ଘ ବର୍ଷ ଧରି ଇଂରେଜ ଶାସନ ବିରୋଧରେ ଅବିରତ ସଂଘର୍ଷ କରି ଓଡ଼ିଶାର ମାଟିରୁ ସ୍ୱାଧୀନତାର ଆଗ୍ନିଶିଖାକୁ ପ୍ରଜ୍ୱଳିତ କରିଥିଲେ।
ତାଙ୍କର ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମ ଆଜି ମଧ୍ୟ ଜାତିକୁ ପ୍ରେରଣା ଦେଇ ଆସୁଛି ।ଏଣୁ ଦେଶପ୍ରେମ, ବଳିଦାନ ଓ ସ୍ୱାଧୀନତାର ମୂଲ୍ୟବୋଧକୁ ଆଗାମୀ ପିଢ଼ି ପର‌୍ୟ୍ୟନ୍ତ ପହଞ୍ଚାଇବାର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930