Indus Valley Times

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ; ୧୭ ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ତଦନ୍ତ ରିପୋର୍ଟ

 Breaking News

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ; ୧୭ ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ତଦନ୍ତ ରିପୋର୍ଟ

August 23
20:14 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୩/୦୮: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡକୁ ୧୭ବର୍ଷ ପୂରଣ ହୋଇଛି। ୨୦୦୮, ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ସ୍ୱାମୀଜୀ କନ୍ଧମାଳର ଜଳେଶପଟା ଆଶ୍ରମକୁ ଯାଇଥିବା ସମୟରେ ପ୍ରାୟ ୪୦ରୁ ଅଧିକ ଆତତାୟୀ ଗୁଳି ବର୍ଷଣ କରିବା ଫଳରେ ସ୍ବାମୀଜୀଙ୍କ ସମେତ ତାଙ୍କର ଚାରିଜଣ ଅନୁଗାମୀଙ୍କ ମୃତ୍ୟୁ ଘଟିଥିଲା।
ପରବର୍ତ୍ତୀ ସାମ୍ପ୍ରଦୟିକ ହିଂସାରେ ୩୫ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ଓ ଶତାଧିକ ବାସଗୃହ ନିଆଁରେ ପାଉଁଶ ହୋଇଯାଇଥିଲା। କିନ୍ତୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିବା ଏହି ଲୋମହର୍ଷଣକାରୀ ଘଟଣାରେ ଏ ପର୍ଯ୍ୟ
ନ୍ତ ସ୍ୱାମୀଜୀଙ୍କୁ ନ୍ୟାୟ ମିଳିପାରି ନାହିଁ। ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇପାରି ନାହିଁ। ଆସନ୍ତା ୧୮ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ୨୦୧୫ ମସିହାରୁ ରାଜ୍ୟ ଆଇନ ବିଭାଗରେ ପଡ଼ି ରହିଥିବା ତଦନ୍ତ ରିପୋର୍ଟ ଗୃହରେ ଉପସ୍ଥାପନ ହେବ କି ନାହିଁ, ତାହା ଉପରେ ସାରା ରାଜ୍ୟର ନଜର ରହିଛି।
ବିରୋଧୀ ଆସନରେ ବସିଥିବା ବେଳେ ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପାଇଁ ବିଜେପି କ୍ରମାଗତ ଭାବେ ଦାବି କରି ଆସୁଥିଲା। କିନ୍ତୁ କ୍ଷମତାକୁ ଆସିବାର ଇତିମଧ୍ୟରେ ବର୍ଷେରୁ ଅଧିକ ସମୟ ବିତିଯାଇ ଥିବା ବେଳେ ସ୍ବାମୀଜୀଙ୍କ ହତ୍ୟାକାଣ୍ଡ ରିପୋର୍ଟ ସାର୍ବଜନୀନ ହୋଇପାରି ନାହିଁ। କମିସନଙ୍କ ତଦନ୍ତ ରିପୋର୍ଟର ତର୍ଜମା ଚାଲିଛି ବୋଲି କହି ସରକାର ସମୟ ଗଡ଼ାଇ ଚାଲିଥିବା ଆଲୋଚନା ହେଉଛି।
ଏହି ରିପୋର୍ଟ ବିଧାନସଭାକୁ କେବେ ଆସିବ ଆଉ ଘଟଣାର ସତ୍ୟତା ଓଡ଼ିଶାବାସୀ ଜାଣିବେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ଅଗଷ୍ଟ ୧୬ ରେ ସ୍ବାମୀଜୀଙ୍କ ସ୍ମରଣରେ ଭୁବନେଶ୍ବରରେ ଆୟୋଜିତ ଗଣଦୌଡ଼ରେ ଅଂଶଗ୍ରହଣ କରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ, ଆଇନ ବିଭାଗ ପକ୍ଷରୁ ତଦନ୍ତ ରିପୋର୍ଟର ତର୍ଜମା କରାଯାଉଛି। ଉପଯୁକ୍ତ ସମୟରେ ସରକାର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ।
ଏପରିକି ସେହି ଦିନ ଗଣଦୌଡ଼ ଆୟୋଜନ କରିଥିବା ସାଧୁସନ୍ଥ ସମାଜ ପକ୍ଷରୁ ସ୍ବାମୀଜୀଙ୍କ ହତ୍ୟାକାରୀଙ୍କୁ ଖୋଜି ବାହାର କରିବା ଲାଗି ସରକାରଙ୍କୁ ଆହ୍ବାନ କରିଥିଲେ। ଜନ୍ମାଷ୍ଟମୀ ଦିନ କନ୍ଧମାଳ ଜଳେଶପଟା ଓ ଚକାପାଦ ଆଶ୍ରମରେ ଆୟୋଜିତ ତିରୋଧାନ ଦିବସ କାର‌୍ୟ୍ୟକ୍ରମରେ ଅନ୍ତେବାସୀ ଏବଂ ଶ୍ରଦ୍ଧାଳୁମାନେ ତଦନ୍ତ ରିପୋର୍ଟ ଅଦ୍ୟାବଧି ସାର୍ବଜନୀନ ହୋଇପାରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ।
ତେଣୁ ତର୍ଜମା ନାମରେ ରିପୋର୍ଟ ସାର୍ବଜନୀନ ନ ହେବାକୁ ଅନେକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବିଶେଷକରି ସେ ସମୟରେ ସ୍ବାମୀଜୀଙ୍କୁ ନ୍ୟାୟ ଦେବା ନିମନ୍ତେ ଆନ୍ଦୋଳନ କରି ବିଜେଡି ସରକାରଙ୍କ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଥିବା ସମର୍ଥକମାନେ ବିଜେପିର ଡବଲ ଇଞ୍ଜିନ ସରକାର କେବେ ନ୍ୟାୟ ଦେବ ବୋଲି ପ୍ରଶ୍ନ ଉଠାଇଛନ୍ତି।
ସହରରେ ବୁଲିଲା ଦନ୍ତା ହାତୀ, ଭୟଭୀତ ଲୋକେ : ଜଙ୍ଗଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ
ବାଲିଗୁଡା, ୨୩/୮: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଅଞ୍ଚଳର ଜଙ୍ଗଲ ନିକଟ ବର୍ତ୍ତି ଗାଁ ଗୁଡ଼ିକରେ ଉପଦ୍ରବ କରି ୩ ମଣିଷ,୧୦ରୁ ଉର୍ଦ୍ଧ୍ୱ ଗାଈ ମାରିଥିବାବେଳେ ୨୨ ତାରିଖ ପ୍ରାୟ ରାତି ୨ଟା ହେବ ସ୍ଥାନୀୟ ଧବଳେଶ୍ୱର ମନ୍ଦିରର ନିକଟରେ କିଛି ଖାଇବା ସହ ଗଛ, ପାଚେରୀ ଭାଙ୍ଗିଥିବା ନେଇ ମନ୍ଦିର ପୂଜକ ସନ୍ତୋଷ କୁମାର ମୁନିଙ୍କ ଠାରୁ ସୂଚନା ମିଳିଛି।
ସୂଚନା ଅନୁସାରେ, ଦନ୍ତା ହାତୀଟି ଧବଳେଶ୍ଵର ମନ୍ଦିର ଠାରୁ ଚମ୍ପା ସାହି, କଚେରୀ ସାହି, ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅଞ୍ଚଳ ଦେଇ ନିକଟସ୍ଥ ବିଲ ମାଳରେ ପଶି ଗାମୁଲି ଜଙ୍ଗଲକୁ ପଳେଇ ଯାଇଛି।
ଉକ୍ତ ଦନ୍ତା ହାତୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ପ୍ରତିବାଦରେ ଗତ ୧୯ ତାରିଖରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ୨୦ ଖଣ୍ଡ ଗାଁର ହଜାର ହଜାର ମହିଳା ପୁରୁଷ ଜି.ଉଦୟଗିରି, କଳିଙ୍ଗା ବନ୍ଦ ଡାକରା ଦେଇ ବିଶାଳ ରାଲିରେ ଯାଇ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ବିଡିଓଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ। ହାତୀ ଏବେ ସହର ମଝିରେ ପଶିବା ଖବର ପାଇ ସହର ବାସି ଭୟଭୀତ ଥିବା ଦେଖିବାକୁ ମିଳିଛି। ଏଥି ପ୍ରତି ଜଙ୍ଗଲ ବିଭାଗ ଉଚ୍ଚ କର୍ତ୍ତୃ ପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930