Indus Valley Times

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଖୋରଧାରେ ସମୀକ୍ଷା ବୈଠକ ଦାବି -ଆପତ୍ତିର ତ୍ୱରିତ ନିଷ୍ପତ୍ତି , ଯାଞ୍ଚରେ ସତର୍କତା ପାଇଁ ନିର୍ଦ୍ଦେଶ

 Breaking News

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଖୋରଧାରେ ସମୀକ୍ଷା ବୈଠକ ଦାବି -ଆପତ୍ତିର ତ୍ୱରିତ ନିଷ୍ପତ୍ତି , ଯାଞ୍ଚରେ ସତର୍କତା ପାଇଁ ନିର୍ଦ୍ଦେଶ

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଖୋରଧାରେ ସମୀକ୍ଷା ବୈଠକ ଦାବି -ଆପତ୍ତିର ତ୍ୱରିତ ନିଷ୍ପତ୍ତି , ଯାଞ୍ଚରେ ସତର୍କତା ପାଇଁ ନିର୍ଦ୍ଦେଶ
September 11
10:43 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୧/୯: ଖୋରଧା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ବୁଧବାର ଏକ ବିସ୍ତୃତ ସମୀକ୍ଷା କରାଯାଇଛି।
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ତଥା ନିର୍ବାଚନୀ ଭୋଟର ତାଲିକା ସଂଶୋଧନ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା ତାଙ୍କ ଦ୍ୱିତୀୟ ଖୋରଧା ଗସ୍ତରେ ଆସି ଏହି ସମୀକ୍ଷା କରିଥିଲେ। ତ୍ରୁଟିମୁକ୍ତ, ସ୍ୱଚ୍ଛ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତିକୁ ବୈଠକରେ ପ୍ରାଥମିକତା ଦିଆଯାଇଥିଲା।
ସମୀକ୍ଷା ସମୟରେ ଭୋଟର ତାଲିକାରେ ନାମ ସାମିଲ, ବାଦ୍ ଓ ସଂଶୋଧନ ପାଇଁ ଦାଖଲ ହୋଇଥିବା ଦାବି-ଆପତ୍ତି, ବିଭିନ୍ନ ଆବେଦନପତ୍ରର ପ୍ରକ୍ରିୟାକରଣ ଏବଂ ଦସ୍ତାବିଜ୍‌ଭିତ୍ତିକ ଯାଞ୍ଚର ସ୍ଥିତି ସମ୍ପର୍କରେ ଶ୍ରୀମତୀ ପଣ୍ଡା ବିସ୍ତୃତ ତଥ୍ୟ ନେଇଥିଲେ।
ଯୋଗ୍ୟ ଭୋଟରଙ୍କ ନାମ କୌଣସି ପରିସ୍ଥିତିରେ ତାଲିକାରୁ ବାଦ୍ ନପଡ଼ିବା ସହ ଭୁଲ, ଦ୍ୱୈତ କିମ୍ବା ଅଯୋଗ୍ୟ ନାମକୁ ନିୟମାନୁସାରେ ଯାଞ୍ଚ ପରେ ହିଁ ବାଦ୍ ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ।
ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ହୋଇଥିବା କାର‌୍ୟ୍ୟରେ ପର୍ଯ୍ୟବେକ୍ଷକ ସନ୍ତୋଷ ପ୍ରକାଶ କରିବା ସହ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଭୋଟର ତାଲିକା ପ୍ରସ୍ତୁତିର ପ୍ରତ୍ୟେକ ପର୍ଯ୍ୟାୟରେ ତଥ୍ୟର ଯଥାର୍ଥତା ଯାଞ୍ଚ କରିବା ଏବଂ ଯାଞ୍ଚ ପରବର୍ତ୍ତୀ ପ୍ରକ୍ରିୟା ନିର୍ଦ୍ଧାରିତ ନିୟମ ଅନୁଯାୟୀ କରିବାକୁ ସେ ପରାମର୍ଶ ଦେଇଥିଲେ।
ବୈଠକରେ ଖୋରଧା ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ। ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ପରିସଂଖ୍ୟାନ ସହ ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ଶ୍ରେଷ୍ଠ ୨୦ଟି ମତଦାନ କେନ୍ଦ୍ରରେ ନାମ ସାମିଲ ଓ ନାମ ବାଦ୍ ସମ୍ପର୍କିତ ତଥ୍ୟ ଉପସ୍ଥାପିତ ହୋଇଥିଲା।
ଏହାସହ ଭୋଟର ତାଲିକାରେ ନାମ ସାମିଲ ପାଇଁ ଦାଖଲ ହୋଇଥିବା ନାମ ସାମିଲ ଆବେଦନପତ୍ର-୬ ଏବଂ ନାମ ବାଦ୍ ପାଇଁ ଦାଖଲ ହୋଇଥିବା ନାମ ବାଦ୍ ଆବେଦନପତ୍ର-୭ର ପ୍ରକ୍ରିୟାକରଣ ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଥିଲା। ମତଦାନ କେନ୍ଦ୍ରସ୍ତରରେ ଆସୁଥିବା ଆବେଦନର ଯାଞ୍ଚ, ଦସ୍ତାବିଜ୍ ପରୀକ୍ଷା ଓ ନିଷ୍ପତ୍ତି ପ୍ରକ୍ରିୟା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଦାବି ଓ ଆପତ୍ତିଗୁଡ଼ିକର ନିୟମାନୁସାରେ ତ୍ୱରିତ ନିଷ୍ପତ୍ତି ସହ ଯୋଗ୍ୟ ଭୋଟରଙ୍କ ନାମ ଯେପରି ଅନାବଶ୍ୟକ ଭାବେ ବାଦ୍ ନପଡ଼େ, ସେଥିପ୍ରତି ଅଧିକାରୀମାନେ ସତର୍କ ରହିବାକୁ ପର୍ଯ୍ୟବେକ୍ଷକ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଭୁଲ, ଦ୍ୱୈତ ଓ ଅଯୋଗ୍ୟ ନାମ ଯାଞ୍ଚ ବିନା ତାଲିକାରେ ରହିନଯାଏ, ତାହା ନିଶ୍ଚିତ କରିବାକୁ କୁହାଯାଇଥିଲା।
ବୈଠକରେ ଜିଲ୍ଲା ଅଧୀନ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ଉପରେ ପୃଥକ୍ ଭାବେ ଆଲୋଚନା ହୋଇଥିଲା।
୧୧୬-ବେଗୁନିଆ ନିର୍ବାଚନମଣ୍ଡଳୀ ପକ୍ଷରୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଉପସ୍ଥିତ ରହି କାର‌୍ୟ୍ୟର ଅଗ୍ରଗତି ନେଇ ତଥ୍ୟ ଦେଇଥିଲେ।
ସେହିପରି ୧୧୧-ଜୟଦେବ ନିର୍ବାଚନମଣ୍ଡଳୀ ପକ୍ଷରୁ ଭୁବନେଶ୍ୱର ଉପଜିଲ୍ଲାପାଳ, ୧୧୫-ଜଟଣୀ ପକ୍ଷରୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ୧୧୭-ଖୋରଧା ପକ୍ଷରୁ ଖୋରଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଉପଜିଲ୍ଲାପାଳ ଏବଂ ୧୧୮-ଚିଲିକା ପକ୍ଷରୁ ଖୋରଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଉପଜିଲ୍ଲାପାଳ ଉପସ୍ଥିତ ରହି ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।
ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ନିୟୋଜିତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରଖି କାର‌୍ୟ୍ୟ ଜାରି ରହିଛି। ଦାବି-ଆପତ୍ତିର ନିଷ୍ପତ୍ତି, ନାମ ସାମିଲ ଓ ନାମ ବାଦ୍ ଆବେଦନପତ୍ରର ପ୍ରକ୍ରିୟାକରଣ ଏବଂ ବିଭିନ୍ନ ସ୍ତରରେ ଯାଞ୍ଚ ପ୍ରକ୍ରିୟାକୁ ନିୟମାନୁସାରେ ସମ୍ପନ୍ନ କରି ଏକ ନିର୍ଭୁଲ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930