Indus Valley Times

ଚନ୍ଦ୍ରପୁର : ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

 Breaking News

ଚନ୍ଦ୍ରପୁର : ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

August 28
13:13 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୨୮/୮ : ଚନ୍ଦ୍ରପୁର ବ୍ଲକ ପଞ୍ଚାୟତ ସମିତି ସଦଭାବନା ସଭା ଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି।
ରାୟଗଡା ଜିଲ୍ଲାପାଳ ପାରୁଲ ପାଟୱାରି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ଵୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର, ଗୁଣୁପୁର ଉପ ଜିଲ୍ଲାପାଳ କିରଣ ଦୀପ କୌର ସ। ହୋତେ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଲାଲ ମୋହନ ରାଉତରାୟ, ବ୍ଲକ ଅଧ୍ୟକ୍ଷ କଇନ କିମ୍ବାକା, ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଜନ ସାଧାରଣ ମାନଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରି ଥିଲେ।
ଅଭି ଯୋଗ ଶୁଣାଣି ରେ ମୋଟ ୮୩ ଟି ପଞ୍ଜୀକୃତ ହୋଇ ଥିବା ବେଳେ ୭୭ ଟି ବ୍ୟକ୍ତି ଗତ ଥିବା ବେଳେ ୧୬ ଟି ସାମୂହିକ ଅଭି ଯୋଗ ରହି ଥିଲା।
୨ଜଣ ଭିନ୍ନ କ୍ଷମ ମାନଙ୍କୁ ମଧୁ ବାବୁ ଭତ୍ତା ମଞ୍ଜୁର କରି ଥିଲେ ଓ ଜଣକୁ ୱିଲ ଚେୟାର ପ୍ରଦାନ କରି ଥିଲେ। ପ୍ରଧାନ ମନ୍ତ୍ରୀ ସଡ଼କ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସଂଯୋଗ , ନୂତନ ଚାଉଳ କାର୍ଡ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା, ଘର ଡିଅ ପ୍ରଦାନ,କଂକ୍ରିଟ ରାସ୍ତା ନିର୍ମାଣ କରିବା, ଆବାସ ଗୃହ ପ୍ରଦାନ କରିବା, ସାରକିମା ଠାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ, ଜମି ମରାମତି, ମିନିଷ୍ଟାଡିମ ନିର୍ମାଣ, ବ୍ରାହାଗାଡ଼। ଠାରେ ନୂତନ ଚାଉଳ ବଣ୍ଟନ କେନ୍ଦ୍ର ଖୋଲିବା, ପିସ୍କାପଙ୍ଗା ଗ୍ରାମ ପଞ୍ଚାୟତରେ ନୂତନ ଗୃହ ନିର୍ମାଣ କରିବା ପ୍ରମୁଖ ଅଭିଯୋଗ ହୋଇ ଥିଲା।
ଜିଲ୍ଲାପାଳ ଏହି ଅଭିଯୋଗ ଗୁଡିକ ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭାଗୀଯ ଅଧିକାରୀଙ୍କୁ ପରାମର୍ଶ ଦେଇ ଥିଲେ। ଏହି କାର‌୍ୟ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ।
ଯୋଗାଣ ନୀରିକ୍ଷକ ମାନସ ରଂଜନ ଜେନା , କମ୍ପୁଟର ପ୍ରୋଗ୍ରାମର ଗୋପୀନାଥ ମହାଙ୍କୁଡ, ଫିରଜ ସୂର‌୍ୟା, ତପନ ଦଣ୍ଡସେନା, ପ୍ରଭାକର ଦଳେଇ ସହଯୋଗ କରି ଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31