Indus Valley Times

ଗଜପତି : ମଧୁସୂଦନପୁର ନର୍ସରୀରେ କୃଷକ ମାନଙ୍କ ଅନୁଭବ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ମଧୁସୂଦନପୁର ନର୍ସରୀରେ କୃଷକ ମାନଙ୍କ ଅନୁଭବ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ

July 28
20:38 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୮/୭ : ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିସିଡ଼ି: ର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଏ ଜଗନ୍ନାଥ ରାଜୁ’ଙ୍କ ସଭାପତିତ୍ବରେ ଓ ପ୍ରୋଗ୍ରାମ ମେନେଜର ବିଜୟ ପ୍ରଧାନଙ୍କ ନେତୃତ୍ୱରେ ପାରିବାରିକ କୈନ୍ଦ୍ରିକ ଗ୍ରାମ ଉନ୍ନତି କାର୍ଯ୍ୟକ୍ରମ (ଏଫଏଫଭିଡିପି:) ଅନ୍ତର୍ଗତ ଅନୁଗ୍ରହୀତ ଗ୍ରାମ ମାନଙ୍କର ୧୫ ଜଣ କୃଷକ ମାନଙ୍କୁ ନେଇ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ମଧୁସୂଦନପୁର ଗ୍ରାମ ଠାରେ ଥିବା “ଶ୍ରୀ ଜଗନ୍ନାଥ ନର୍ସରୀ” କୁ ଭ୍ରମଣ ପାଇଁ ନିଆ ଯାଇଥିଲା।
ଏହି ନର୍ସରୀ ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ,କୃଷକ ମାନଙ୍କୁ ବ୍ୟବହାରିକ ଜ୍ଞାନ ଦେଇ ଚିରସ୍ଥାୟୀ ଓ ବୈଜ୍ଞାନିକ ଚାଷ ପ୍ରଣାଳୀ ପାଇଁ ପ୍ରେରିତ କରିବା। ନର୍ସରୀରେ ସେମାନେ ବିଭିନ୍ନ ପ୍ରକାରର ପନିପରିବା ଗଛ , ଫୁଲ ଓ ଫଳ ଗଛ ସବୁ ଦେଖି ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ।
ଏହା ପରେ କାର୍ଯ୍ୟକ୍ରମର ପ୍ରଶିକ୍ଷକ ଶ୍ରୀ ମୋହନ ପାତ୍ରଙ୍କ ଦ୍ୱାରା ଗ୍ରାଫ୍ଟିଂ, ଉନ୍ନତ ମାନର ଗଛ ଲଗାଇବା ପ୍ରଣାଳୀ , ଓ ନର୍ସରୀ ପରିଚାଳନା ବିଷୟରେ ବ୍ୟବହାରିକ ପ୍ରଶିକ୍ଷଣ ଦିଆ ଯାଇଥିଲା ଓ ଏଥି ସହ ହର୍ଟିକଲ୍ଚର ବିଭାଗର ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ବିଷୟରେ ମଧ୍ୟ ସେମାନଙ୍କୁ ଅବଗତ କରାଇଥିଲେ।
ମୁଖ୍ୟତଃ ଖୋଲା ଆଲୋଚନା ସମୟରେ କୃଷକମାନେ ସେମାନଙ୍କ ଚାଷ ସମ୍ପର୍କିତ ଅନେକ ପ୍ରଶ୍ନ କରି ସ୍ପଷ୍ଟତା ଗ୍ରହଣ କରିଥିଲେ।
ଭ୍ରମଣ ଶେଷରେ ଅନେକ କୃଷକ ନିଜ ଜମିରେ ଲଗାଇବା ପାଇଁ ବିଭିନ୍ନ ପ୍ରକାରର ଗଛ ଓ ଚାରା କିଣିଥିଲେ।
ଏହି କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟ ଅଫିସର ଶ୍ରୀ ବି: ମାନାସା ପରିଚାଳନା କରିଥିଲେ। ଏହି ଅନୁଭବ ଭ୍ରମଣ ଦ୍ୱାରା କୃଷକମାନେ ଉନ୍ନତ ଚାଷ ଅଭ୍ୟାସ ଓ ଦୀର୍ଘକାଳୀନ ଆୟ ବୃଦ୍ଧି ପାଇଁ ଅଧିକ ଉତ୍ସାହିତ ହେବେ ବୋଲି ଆଶା କରାଯାଉଛି।
ଏହି କାର୍ଯ୍ୟକ୍ରମ କୁ ସିସିଡି: ଅନୁଷ୍ଠାନ ସମ୍ପୂର୍ଣ ସହଯୋଗ କରିଥିବା ବେଳେ ଲୀନ୍ସ ଫାଉଣ୍ଡସନ ସହାୟତା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031