Indus Valley Times

ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ବରିଷ୍ଠ ତୀର୍ଥ ଯାତ୍ରୀଙ୍କ ଦୁଇଟି ବସର ଶୁଭାରମ୍ଭ କଲେ ବିଧାୟକ

 Breaking News

ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ବରିଷ୍ଠ ତୀର୍ଥ ଯାତ୍ରୀଙ୍କ ଦୁଇଟି ବସର ଶୁଭାରମ୍ଭ କଲେ ବିଧାୟକ

November 17
11:06 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୭/୧୧ : ରବିବାର ଦିନ ୨ ଘଟିକା ସମୟରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ବୌଦ୍ଧ ଜିଲ୍ଲାରୁ ଉଜ୍ଜୟିନୀ ଅଭିମୁଖେ ଯାତ୍ରା ଉପଲକ୍ଷେ ବୌଦ୍ଧରୁ ବ୍ରହ୍ମପୁର କୁ ଦୁଇଟି ବସରେ ଯାଉଥିବା ୫୫ ଜଣ ତୀର୍ଥ ଯାତ୍ରୀଙ୍କ ଶୁଭାରମ୍ଭ କରାଯାଇଛି ।
ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଯୋଗ ଦେଇ ସବୁଜ ପତାକା ଦେଖାଇ ତୀର୍ଥ ଯାତ୍ରୀ ମାନଙ୍କୁ ନେଇ ବ୍ରମ୍ହପୁର ରେଳ ଷ୍ଟେସନ ଅଭିମୁଖେ ଯାଉଥିବା ଦୁଇଟି ବସର ଯାତ୍ରା ଶୁଭାରମ୍ଭ କରିଥିଲେ ।
ଉକ୍ତ ତୀର୍ଥ ଯାତ୍ରୀ ମାନେ ଆସନ୍ତାକାଲି ବ୍ରହ୍ମପୁର ରେଳଷ୍ଟେସନରୁ ଅନ୍ୟ ଜିଲ୍ଲାର ଯାତ୍ରୀ ମାନଙ୍କ ସହ ଉଜ୍ଜୟିନୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଜ୍ଝ ବୌଦ୍ଧ ଜିଲ୍ଲାରୁ ଯାଉଥିବା ଯାତ୍ରୀ ମାନଙ୍କୁ ପୁଷ୍ପମାଲ୍ୟ ଓ ଚନ୍ଦନ ଲଗାଇବା ସହ ହରିବୋଲ, ହୁଳହୁଳି ସହ ଯାତ୍ରାର ଶୁଭ ମଙ୍ଗଳ କାମନା କରି ପ୍ରଶାସନ ପକ୍ଷରୁ ବିଦାୟ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କଁହର ପରିଚାଳନା କରିଥିଲେ । ସ୍ୱାଗତ ଉପଲକ୍ଷେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ ଏବଂ ତାଙ୍କର ଟିମ ସହ ସୁପରଭାଇଜର, ପ୍ରୋଗ୍ରାମ ଅଫିସର ସହଯୋଗ କରିଥିଲେ ଏବଂ ସମସ୍ତ କାର୍ଯ୍ୟରେ ସହକାରୀ ଜ଼ିଲ୍ଲାପାଳ ଅକ୍ରୁର କୁମାର ଯାନୀ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଜ଼ିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ କ୍ଷ ଏହି ଅବସରରେ ଆଞ୍ଚଳିକ ସଂକୀର୍ତନ ମଣ୍ଡଳୀ, ମର୍ଯ୍ୟାକୁଦ ସଂକୀର୍ତନ୍ୟ ପରିବେଷଣ ସହ ତୀର୍ଥଯାତ୍ରୀ ଏବଂ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930