Indus Valley Times

ଖୋରଧା ପ୍ରିମିୟାର ଲିଗ, ଇଗଲ ଇଂଭିନ୍ସିବିଲକୁ ହରାଇ ଜଟଣୀ ଆନ ଇଣ୍ଡିଆନ ଚମ୍ପିୟାନ

 Breaking News

ଖୋରଧା ପ୍ରିମିୟାର ଲିଗ, ଇଗଲ ଇଂଭିନ୍ସିବିଲକୁ ହରାଇ ଜଟଣୀ ଆନ ଇଣ୍ଡିଆନ ଚମ୍ପିୟାନ

ଖୋରଧା ପ୍ରିମିୟାର ଲିଗ, ଇଗଲ ଇଂଭିନ୍ସିବିଲକୁ ହରାଇ ଜଟଣୀ ଆନ ଇଣ୍ଡିଆନ ଚମ୍ପିୟାନ
July 14
22:25 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୪/୭ : ଖୋରଧା କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବି ଜେ ବି ହାଇସ୍କୁଲ ମିନି ଷ୍ଟାଡିୟମ ଠାର ପ୍ରଥମ ଖୋରଧା ପ୍ରିମିୟର ଲିଗ କ୍ରିକେଟ କାର୍ଣ୍ଣିଭାଲ ର ଫାଇନାଲ ମ୍ୟାଚ ରେ ଜଟଣୀ ଆନ ଇଣ୍ଡିଆନ ଚ୍ୟାଲେଞ୍ଜର୍ସ ଇଗଲ ଇଂଭିନ୍ସିବିଲ ଖୋରଧା କୁ ୭ ରନ ରେ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି ।
ଜଟଣୀ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ୫ ୍ୱିକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ରଂଜିତ ପାଇକରାୟ ସର୍ବାଧିକ ୬୨ ରନ ଓ ରଶ୍ମୀକାନ୍ତ ଦାସ ୩୬ ରନ କରିଥିଲେ।
ଜବାବରେ ଖୋରଧା ଇଗଲ ଦଳ ୧୦ ଓଭର ୫ଟି ୍ୱିକେଟ ହରାଇ ୧୨୮ ରନ ରେ ସୀମିତ ରହିଥିଲେ । ଇଗଲ ଦଳ ତରଫରୁ ରାକେଶ ପଟ୍ଟନାୟକ ସର୍ବାଧିକ ୮୩ ରନ କରିଥିଲେ। ଶ୍ରେଷ୍ଠ ଖେଳାଳୀ ଭାବେ ରଂଜିତ ପାଇକରାୟ ଙ୍କୁ ଓ ମ୍ୟାନ ଅଫ ଦି ସିରିଜ ଭାବେ ସୁମିତ ମହାରଣା ପୁରସ୍କୃତ ହୋଇଥିଲେ।
ମୁଖ୍ୟ ଅତିଥି ଭାବେ ଓଡିଶା କ୍ରିକେଟ ଆସୋସିଏସନ ସଭାପତି ପଙ୍କଜ ଲୋଚନ ମହାନ୍ତି, ଜାତୀୟ ମହିଳା ଖେଳାଳୀ ମାଧୁରୀ ମେହେତା, ଓସିଏ କୋଷାଧକ୍ଷ ବିକାଶ ପ୍ରଧାନ, ପୂର୍ବତନ ଖୋରଧା ପୌରାଧକ୍ଷ ସଂଯୁକ୍ତା ସାହୁ,୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅଜିତ ସାମନ୍ତରାୟ, କାଜଲ ବଳିୟାରସିଂ ପ୍ରମୁଖ ରନର୍ସ ଅପ ହୋଇଥିବା ଇଗଲ ଦଳ କୁ ୪୦୦୦୦ ଟଙ୍କା ଓ ଟ୍ରଫି ଏବଂ ଚମ୍ପିୟାନ ହୋଇଥିବା ଜଟଣୀ ଦଳ କୁ ୬୦୦୦୦ ଟଙ୍କା ଶହ ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ।
ପୂର୍ବରୁ ଓଡିଶା ଆନ୍ତଃ ଜିଲ୍ଲା ଟୁର୍ନାମେଣ୍ଟ ରେ ଖୋରଧା ୧୬ ବର୍ଷରୁ କମ କ୍ରିକେଟ ରେ ଉପବିଜେତା ହୋଇଥିବାରୁ ସବୁ ଖେଳାଳୀ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ୫ ଜଣ ମହିଳା କ୍ରିକେଟର ଙ୍କୁ ଉପହାର ପ୍ରଦାନ କରାଯାଇଥିଲା।
ଦିବ୍ୟାନ୍ସୀ ପଣ୍ଡା ଓ ସି ଏ ସେଣ୍ଟ୍ରାଲ ଏକାଡେମୀ ରେ ସ୍ଥାନ ପାଇଥିବାରୁ ସମ୍ମାନିତ ହୋଇଥିଲେ। ଆଜିର ଖେଳ କୁ ପ୍ରୀତିରଞ୍ଜନ ବିଜୟିସିଂ,ଚନ୍ଦ୍ରମୋହନ ବରାଳ ଓ ଅବଦୁଲ ରହିମ ଖାନ ପରିଚାଳନା କରିଥିବାବେଳେ ଅଭିଷେକ ମହାନ୍ତି ସ୍କୋରର ଥିଲେ।
ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ବିରଞ୍ଚି ନାରାୟଣ ଜେନା, କାଜଲ ବଳିୟାରସିଂ, ବ୍ରିଜେଶ ପ୍ରଧାନ, ସୁଧୀର କୁମାର ସାହୁ,ସରୋଜ ପାତ୍ର ପ୍ରମୁଖ ମ୍ୟାଚ ର ସଂଯୋଜନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031