Indus Valley Times

ସୃଷ୍ଟି ହେଲା ଲଘୁଚାପ: ୨ ଦିନରେ ଅଧିକ ଘନୀଭୂତ ହେବା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

 Breaking News

ସୃଷ୍ଟି ହେଲା ଲଘୁଚାପ: ୨ ଦିନରେ ଅଧିକ ଘନୀଭୂତ ହେବା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ସୃଷ୍ଟି ହେଲା ଲଘୁଚାପ: ୨ ଦିନରେ ଅଧିକ ଘନୀଭୂତ ହେବା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
July 25
11:32 2026

ଭୁବନେଶ୍ୱର, ୨୫/୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି।
ଶୁକ୍ରବାର ସକାଳ ସୁଦ୍ଧା କେନ୍ଦୁଝର ଜିଲା ହାଟଡିହୀଠାରେ ସର୍ବାଧିକ ୧୨୦.୨ ମି.ମି. ବର୍ଷା ରେକର୍ଡ କରାଯାଇଛି ।
ସେହିପରି ବାଲେଶ୍ୱର ଜିଲା ବାହାଙ୍ଗାଠାରେ ୮୫ ମି.ମି., ଭୋଗରାଇରେ ୫୮ ମି.ମି., ଓଉପଦାଠାରେ ୫୨ ମି.ମି., କେନ୍ଦୁଝର ଜିଲା ଘଷିପୁରାଠାରେ ୫୧.୩ ମି.ମି., ଆନନ୍ଦପୁରରେ ୫୧ ମି.ମି. ବର୍ଷା ହୋଇଛି। ଆସନ୍ତା ୩୦ ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଶନିବାର କଟକ, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930