Indus Valley Times

ଧର୍ମଶାଳା ବିଜେପିର ମିଶ୍ରଣ ପର୍ବ

 Breaking News

ଧର୍ମଶାଳା ବିଜେପିର ମିଶ୍ରଣ ପର୍ବ

ଧର୍ମଶାଳା ବିଜେପିର ମିଶ୍ରଣ ପର୍ବ
July 25
22:37 2026

ଗୁଲାମ୍ ଗସ୍‌ଙ୍କ ରିପୋର୍ଟ
ଧର୍ମଶାଳା,୨୫/୭ : ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିଅମ ହଲରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହ, ସମ୍ମାନୀୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ, ପୂର୍ବତନ ସାଂସଦ ରିତା ତରେଇ, ଜିଲ୍ଲା ପରିଷଦ ସଦସ୍ୟ ଜଳଧର ମହାନ୍ତି, ଡ଼. ପ୍ରିୟନାଥ ମହାପାତ୍ର, ଆତ୍ମାର ଅଧ୍ୟକ୍ଷ ଉପେନ୍ଦ୍ର କୁମାର କର ପ୍ରମୁଖ ଯୋଗଦେଇ ବିଜେପି ସରକାରର କାର‌୍ୟ୍ୟଧାରାରେ ବିଭିନ୍ନ ଲୋକମାନେ ଆକୃଷ୍ଟ ହୋଇ ବିଜେପି ଦଳରେ ସମିଲ ହେଉଛନ୍ତି ବୋଲି ମାତାବ୍ୟକ୍ତ କରିଥିଲେ ।
. ଏହି କ୍ରମରେ ଆଜି ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡ ଆଜି ବିଜେପିରେ ସାମିଲ ହୋଇଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଧାୟକ ଶ୍ରୀ ସାହୁଙ୍କ କାର୍ଯ୍ୟଦକ୍ଷତା ପ୍ରତି ଆକୃଷ୍ଟ ହୋଇ ଅନ୍ୟ ଦଳର କର୍ମୀ ମାନେ ଦଳ ଛାଡି ଆଜି ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
ବିଜେପି ଦଳରେ ସାମିଲ ହୋଇଥିବା ନୂତନ କର୍ମୀ ମାନଙ୍କୁ ବିଧାୟକ ଶ୍ରୀ ସାହୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ କୁମାର ପାଳ, ଜିତେନ୍ଦ୍ର ରାଉତ,ଦେବରାଜ ମିଶ୍ର, ବିଶ୍ୱଜିତ ପୃଷ୍ଟି, ଅଭିଷେକ ରାଉତ, ତପନ ମହୁନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031