ଭୋକର ବିକଳ ଚିତ୍ର ! ମୃତ କୁକୁର ପାଖରେ ବସି ମାଂସ ଖାଇଲେ ବ୍ୟକ୍ତି
November 14
15:17
2026
ସମ୍ବଲପୁର, ୧୪/୧୧ : ଭୋକର ଯନ୍ତ୍ରଣା କେତେ ଭୟଙ୍କର ହୋଇପାରେ, ତାହାର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ରାସ୍ତାକଡ଼ରେ ମୃତ କୁକୁରର ମାଂସ ଖାଉଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଚିନ୍ତା ବଢ଼ାଇଛି।
ସୂଚନା ଅନୁସାରେ, ସମ୍ବଲପୁର ସହର ଉପକଣ୍ଠ ମାନେଶ୍ୱର ଛକ ନିକଟରେ ଏକ ଗାଡ଼ି ଧକ୍କାରେ କୁକୁରଟିର ମୃତ୍ୟୁ ହୋଇଥିଲା। ଏହାପରେ କୁକୁରର ମୃତଦେହ ରାସ୍ତାକଡ଼ରେ ପଡ଼ି ରହିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ମୃତ କୁକୁର ପାଖରେ ବସି ତା’ର ମାଂସ ଖାଉଥିବା ଦେଖିବାକୁ ମିଳିଥିଲା।
ବ୍ୟକ୍ତିଙ୍କ ଅବସ୍ଥା ଓ ପୋଷାକକୁ ଦେଖି ସେ ଅତ୍ୟନ୍ତ ଅସହାୟ ଥିବା ସହ ମାନସିକ ଭାବେ ଅସୁସ୍ଥ ହୋଇଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ।
ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତାଙ୍କୁ ଏପରି ମାଂସ ଖାଇବାରୁ ରୋକିବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରଥମେ ସେ କାହାରି କଥା ଶୁଣି ନଥିଲେ ଏବଂ ମାଂସ ଖାଇବା ଜାରି ରଖିଥିଲେ।







