Indus Valley Times

ଆସନ୍ତା ୨୭/୨୮ ତାରିଖ ରେ ହେବ ବନବାସୀ କଲ୍ୟାଣ ଆଶ୍ରମ ର ପ୍ରାନ୍ତୀୟ କ୍ରୀଡା ପ୍ରତିଯୋଗିତା

 Breaking News

ଆସନ୍ତା ୨୭/୨୮ ତାରିଖ ରେ ହେବ ବନବାସୀ କଲ୍ୟାଣ ଆଶ୍ରମ ର ପ୍ରାନ୍ତୀୟ କ୍ରୀଡା ପ୍ରତିଯୋଗିତା

December 22
18:12 2025

ମହେନ୍ଦ୍ର କୁମାରର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୨/୧୨ : ଆସନ୍ତା ତା.୨୭ ଏବଂ ୨୮ ରିଖ୍ ଦୁଇ ଦିନ ଧରି ଖଲିଆପାଲି ନିକଟସ୍ଥ ଆମ୍ବେଦକର ଷ୍ଟାଡିୟମ୍ ଠାରେ ବନବାସୀ କଲ୍ୟାଣ ଆଶ୍ରମ ର ପ୍ରାନ୍ତୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ।
ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୯ ଟି ଜିଲ୍ଲାରୁ ପ୍ରାୟ ୩୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ପୁଅ ଏବଂ ଝିଅ ଭାଗ ନେବେ।ତୀରନ୍ଦାଜ,କବାଡି ଓ ଖୋଖୋ ପ୍ରତିଯୋଗିତାରେ ଜୁନିୟର,ସବ ଜୁନିୟର ଉଭୟ ପୁଅ ଏବଂ ଝିଅ ଭାଗ ନେଇ ପାରିବେ।
ଏହି ଅବସରରେ ଆସନ୍ତା ୨୬ ତାରିଖ ଅପରାହ୍ନ ୩.୩୦ ସମୟରେ ସ୍ଥାନୀୟ ଅଗ୍ରସେନ୍ ଭବନରୁ ଏକ ଭବ୍ୟ ଶୋଭାଯାତ୍ରା ହସ୍ପିଟାଲ ଛକ,ପାଟନେଶ୍ୱରି ମନ୍ଦିର, ସମଲେଶ୍ଵରୀ ମନ୍ଦିର,ପୁରୁଣା ବସ୍ ଷ୍ଟାଣ୍ଡ,ଭାଗିରଥି ଛକ ଦେଇ କଦମ ପଡା ଶିଶୁ ମନ୍ଦିର ଠାରେ ସମାପ୍ତି ହେବ।
୨୭ ଏବଂ ୨୮ ଦୁଇ ଦିନ ବ୍ୟାପୀ ପ୍ରତିଯୋଗିତା ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ରେ ସମାପ୍ତ ହେବ।ପ୍ରତିଯୋଗିତା ର ଉଦ୍ଘାଟନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଯୋଗଦାନ କରୁଥିବା ବେଳେ ମୁଖ୍ୟବକ୍ତା ଭାବେ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶାର କାର୍ଯ୍ୟକାରୀ ସଭାପତି ଡ଼.ପୁରୁଷୋତ୍ତମ ଅଗ୍ରୱାଲ ଯୋଗଦେବେ।
ସେହିଭଳି ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହଲିଙ୍ଗ ଯୋଗଦାନ କରୁଥିବା ବେଳେ ମୁଖ୍ୟବକ୍ତା ଭାବେ ଅଖିଳ ଭାରତୀୟ ସହ ଖେଳକୁଦ ପ୍ରମୁଖ ଶ୍ରୀଯୁକ୍ତ ପଙ୍କଜ ସିଂହ ଯୋଗଦେବେ।ଅନ୍ୟତମ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ଏବଂ କୋଟପାଡ଼ ବିଧାୟକ ଶ୍ରୀଯୁକ୍ତ ରୂପ ଭଦ୍ରା ଯୋଗଦାନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସାଂଗଠନିକ ସମ୍ପାଦକ କ୍ରୀଷ୍ଣ ଚନ୍ଦ୍ର ଭାଟି ପ୍ରକାଶ କରିଛନ୍ତି।
ବନବାସୀ କଲ୍ୟାଣ ଆଶ୍ରମ ସର୍ବପ୍ରଥମେ ୧୯୫୨ ମସିହା ଡିସେମ୍ବର ମାସ ୨୬ ତାରିଖ ରେ ଛତିଶଗଡ଼ ର ଯଶପୁର ଠାରେ ଆରମ୍ଭ ହୋଇଥିଲା।
ଏହି ବନବାସୀ କଲ୍ୟାଣ ଆଶ୍ରମ ବର୍ତ୍ତମାନ ସମଗ୍ର ଭାରତ ବର୍ଷ ରେ ଥିବା ଜନଜାତି ସମାଜ ର ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟକରୀ ଆସୁଛି।୧୯୭୯ ମସିହାରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଏହି ବନବାସୀ କଲ୍ୟାଣ ଆଶ୍ରମ କାର୍ଯ୍ୟ ଆରମ୍ଭ କରି ଓଡ଼ିଶାର ୨୬ ଗୋଟି ବନବାସୀ ଜିଲ୍ଲାରୁ ୨୨ ଗୋଟି ଜିଲ୍ଲାରେ ଜନଜାତି ସମାଜର ଉନ୍ନତି ମୂଳକ କାର୍ଯ୍ୟ କରିଆସୁଛି।
ଚଳିତ ବର୍ଷ ବଲାଙ୍ଗିର ଠାରେ ବନବାସୀ କଲ୍ୟାଣ ଆଶ୍ରମ ତାର ପ୍ରାନ୍ତୀୟ କ୍ରୀଡା ପ୍ରତିଯୋଗିତା ଆଡଭୋକେଟ୍ ମହେନ୍ଦ୍ର ଅଗ୍ରୱାଲ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଆୟୋଜକ ମାନେ ପ୍ରକାଶ କରିଥିଲେ।
ସାମ୍ବାଦିକ ସମ୍ମିଳନୀ ରେ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶାର ସଂଯୋଜକ ଆଡଭୋକେଟ ମହେନ୍ଦ୍ର ଅଗ୍ରୱାଲ,ରାଜ୍ୟ କାର୍ଯ୍ୟକାରୀ ସଭାପତି ଡ଼.ପୁରୁଷୋତ୍ତମ ଅଗ୍ରୱାଲ,ରାଜ୍ୟ ସଂଗଠନ ସମ୍ପାଦକ କ୍ରିଷ୍ଣ ଚନ୍ଦ୍ର ଭାଟି,ରବି କୁମାର ଅଗ୍ରୱାଲ,ମୁକେଶ କୁମାର ଅଗ୍ରୱାଲ ଏବଂ ସୁନିଲ କୁମାର ଅଗ୍ରୱାଲ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31