Indus Valley Times

ଏମିତି ବି ଆସେ ମୃତ୍ୟୁ ! ଅଫିସ୍‌ରେ ବସି କାମ କରୁ ଥିବା ସମୟରେ ହଠାତ୍ ହୃଦଘାତରେ ଚାଲିଗଲା ଜୀବନ

 Breaking News

ଏମିତି ବି ଆସେ ମୃତ୍ୟୁ ! ଅଫିସ୍‌ରେ ବସି କାମ କରୁ ଥିବା ସମୟରେ ହଠାତ୍ ହୃଦଘାତରେ ଚାଲିଗଲା ଜୀବନ

ଏମିତି ବି ଆସେ ମୃତ୍ୟୁ ! ଅଫିସ୍‌ରେ ବସି କାମ କରୁ ଥିବା ସମୟରେ ହଠାତ୍ ହୃଦଘାତରେ ଚାଲିଗଲା ଜୀବନ
April 11
19:21 2026

ଭଦ୍ରକ, ୧୧/୪ : ଭଦ୍ରକରୁ ଆସିଛି ଏକ ହୃଦୟବିଦାରକ ଖବର। ଅଫିସ୍‌ରେ କାର୍ଯ୍ୟରତ ଥିବା ସମୟରେ ହଠାତ୍ ହୃଦଘାତରେ ପ୍ରାଣ ହରାଇଲେ ଡିଏଫଓ ସୌଭାଗ୍ୟ ରଞ୍ଜନ ସାହୁ। ସେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଭାବେ କାର‌୍ୟ୍ୟରତ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, କାମ କରୁଥିବାବେଳେ ହଠାତ୍ ତାଙ୍କ ଶରୀରରେ ଅସୁସ୍ଥତା ଦେଖାଦେଇଥିଲା। ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ୍ୟୁ ବେଳେ ସେ ୫୯ ବର୍ଷ ବୟସ୍କ ଥିଲେ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବାରୁଣାଡିଆରେ ଅବସ୍ଥିତ। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31