Indus Valley Times

ଓୟୁଜେ ଖୋର୍ଦ୍ଧା ଜିଲ୍ଲା ଶାଖାର ବରିଷ୍ଠ ସଦସ୍ୟ ସାମ୍ବାଦିକ ବାବୁଲି ମହାନ୍ତିଙ୍କ ପରଲୋକ

 Breaking News

ଓୟୁଜେ ଖୋର୍ଦ୍ଧା ଜିଲ୍ଲା ଶାଖାର ବରିଷ୍ଠ ସଦସ୍ୟ ସାମ୍ବାଦିକ ବାବୁଲି ମହାନ୍ତିଙ୍କ ପରଲୋକ

September 04
11:08 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୪/୯: ବୁଧବାର ଭୋର୍ ୪ ଟା ସମୟରେ ସାମ୍ବାଦିକ ପ୍ରଭାତ କୁମାର ମହାନ୍ତି ଓରଫ (ବାବୁଲି )ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ବାବୁଲି ବାବୁ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନର ପୁରାତନ ବରିଷ୍ଠ ସଦସ୍ୟ ଥିଲେ। ସେ ଜଣେ ପରୋପକାରୀ ଧର୍ମ ପରାୟଣ ବ୍ୟକ୍ତି ଥିଲେ।
ତାଙ୍କର ଅନ୍ୟ ଏକ ପରିଚୟ ଜଣେ ଭଲ ମେକାନିକ ଭାବରେ ଖୋର୍ଦ୍ଧା ସହରରେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଓୟୁଜେ ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ, ଓୟୁଜେ ଖୋର୍ଦ୍ଧା ଜିଲ୍ଲା ସଭାପତି ତପନ ନାୟକ, ସାଧାରଣ ସମ୍ପାଦକ ଲୋହିତ ମହାପାତ୍ର, ଉପ-ସଭାପତି ସୟଦ ଅନସର ଅଲ୍ଲୀ, ସମ୍ପାଦକ ରାଜେଶ୍ ଚନ୍ଦ୍ର ମହାନ୍ତି, ଉପଦେଷ୍ଟା ସନତ କୁମାର ପଟ୍ଟନାୟକ, ମହମ୍ମଦ ଇମଦାଦ ଶରିଫ ଓ ଅୟେସ ମହାନ୍ତି ପ୍ରମୁଖ ସ୍ଥାନୀୟ ଖ୍ରୀଷ୍ଟିଆନ ସାହି ସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରିଥିଲେ।
ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଆମର ଆତ୍ମାର ସଦ୍ଗତି ପାଇଁ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିସହ ଖୋର୍ଦ୍ଧା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଓ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ, ପୁଅ, ବୋହୂ, ଝିଅ ଓ ନାତି, ନାତୁଣୀ ବନ୍ଧୁ ବାନ୍ଧବ ପରିଜନ ଉପସ୍ଥିତ ରହିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031