Indus Valley Times

କ୍ଷେତ୍ରସ୍ତରୀୟ କଳା ଉତ୍ସବ,୫ ଜିଲ୍ଲାର ଛାତ୍ରଛାତ୍ରୀ ଦେଖାଇଲେ ପ୍ରତିଭା

 Breaking News

କ୍ଷେତ୍ରସ୍ତରୀୟ କଳା ଉତ୍ସବ,୫ ଜିଲ୍ଲାର ଛାତ୍ରଛାତ୍ରୀ ଦେଖାଇଲେ ପ୍ରତିଭା

October 18
21:22 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୮/୧୦ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା ଖୋର୍ଦ୍ଧା ଆନୁକୂଲ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ନେଇ କ୍ଷେତ୍ରସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଜେବି ହାଇସ୍କୁଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ମୋଟ୍ ୧୨୬ ଜଣ ଛାତ୍ରୀଛାତ୍ର ଯୋଗଦେଇ ୧୨ ଟି ବିଭାଗରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଉତ୍ସବ ଉଦ୍‌ଘାଟନ କରି କହିଥିଲେ ଯେ, ଶିକ୍ଷା ସହିତ କଳା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ।
ଶିକ୍ଷାର ଚାପଗ୍ରସ୍ତ ମଧ୍ୟରେ ନୃତ୍ୟ ଓ ସଙ୍ଗୀତ ମନରେ ଆନନ୍ଦ ଭରିଦେଇଥାଏ। କାର‌୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା କହିଥିଲେ, କଳା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ କରେ।
ତେଣୁ କଳାର ଆବଶ୍ୟକ‌ତା ଜୀବନର ଅପରିହାର୍ଯ୍ୟ। ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଂଯୋଜିକା ସୁନୀତା ପଟ୍ଟନାୟକ ଏହି ଉତ୍ସବର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ବିଜେବି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ଉପସ୍ଥିତ ଥିଲେ।
ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ ଶ୍ରୀଯୁକ୍ତ ବେଉରା କହିଥିଲେ ଯେ, ପିଲାମାନଙ୍କ ମଧ୍ୟରେ ପ୍ରତିଭା ରହିଛି। ସେମାନଙ୍କ ସୃଜନଶୀଳତା ବିକାଶ ଦିଗରେ କଳା ଉତ୍ସବ ଏକ ବଳିଷ୍ଠ ମାଧ୍ୟମ।
ପ୍ରତ୍ୟେକ ସ୍ତରରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ପଡେ। ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ଧୀରସ୍ଥିର, ଶାନ୍ତଚିତ୍ତ ଭାବେ ଅଧ୍ୟୟନ ଜରୁରୀ।
ପ୍ରତ୍ୟେକ ବିଫଳତା ପଛରେ ଏକ ସଫଳତା ରହିଛି। କୌଣସି କାର୍ଯ୍ୟରେ ଅକୃତକାର୍ଯ୍ୟ ହେଲେ ଭାଙ୍ଗି ନ ପଢି ପୁନଃ ଉଠିବାକୁ ଚେଷ୍ଟା କର। ସଫଳତାର ଶୀର୍ଷରେ ପହଞ୍ଚି ପାରିବ।
ଶୃଙ୍ଖଳା ସଫଳତାର ମାର୍ଗ ପ୍ରଶସ୍ତ କରେ। ସମ୍ମାନିତ ଅତିଥି ଭାବେ ରଶ୍ମିବାଳା ପରିଡା ଓ ପ୍ରଜ୍ଞା ପରମିତା ଜେନା ବିଦ୍ୟାଧ୍ୟୟନ ସହ କଳାରେ ମଧ୍ୟ ଅଗ୍ରସର ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ଏହି ପ୍ରତିଯୋଗିତାରେ ଏକକ ସଙ୍ଗୀତରେ ପ୍ରଥମ ଆହନ ସ୍ବାଇଁ, ଦଳଗତ ସଙ୍ଗୀତରେ ପ୍ରଥମ ଆଦର୍ଶ ବିଦ୍ୟାଳୟ ଫତେଗଡ଼, ବାଦ୍ୟଯନ୍ତ୍ର ସଙ୍ଗୀତରେ ପ୍ରଥମ ଜୟ ଅଗ୍ରୱାଲ, ମୃଦଙ୍ଗରେ ପ୍ରଥମ ପ୍ରଜ୍ଵଲ ସୂତାର, ଶାସ୍ତ୍ରୀୟ ସଙ୍ଗୀତରେ ପ୍ରଥମ ବିକାଶ ଆବାସିକ ବିଦ୍ୟାଳୟ, ଦଳଗତ ନୃତ୍ୟରେ ପ୍ରଥମ ନୂଆଗାଁ କନ୍ଧମାଳ, ଏକକ ନୃତ୍ୟରେ ପ୍ରଥମ କ୍ଷୀରାବ୍ଧି ତନୟା ରାଉତ, ନାଟକରେ ପ୍ରଥମ ବିଜେବି ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧା, ଦୃଶ୍ୟକଳା ଟୁ ଡିରେ ଆଶୁତୋଷ ସ୍ବାଇଁ, ଥ୍ରୀ ଡି ରେ ନିରଞ୍ଜନ ବାରିକ, ଦଳଗତ ଥ୍ରୀ ଡିରେ ସ୍ନେହାଶିଷ ସାହୁ ଏବଂ ଓମ୍ ଶୁଭମ ନାୟକ, ଗଳ୍ପ କଥନରେ ବିଜେବି ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧା ପ୍ରମୁଖ ୧ ମ ସ୍ଥାନରେ ରହିଛି ।
ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ଛାତ୍ରଛାତ୍ରୀ ଆସନ୍ତା ୨୨, ୨୩ ଓ ୨୪ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦେବେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭରତ ଚନ୍ଦ୍ର ପ୍ରଧାନ, ସନ୍ଧ୍ୟାବତୀ ଲେଙ୍କା, ବିଜେବି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ, ସମଗ୍ର ଶିକ୍ଷାର ବିଭାଗୀୟ ମୁଖ୍ୟ, ଖୋର୍ଦ୍ଧା ବ୍ଲକର ସମସ୍ତ ସିଆର୍‌ସିସି, ପ୍ରଧାନ ଶିକ୍ଷକ ଅଗାଧୁ ସେଠୀ, ସହକାରୀ ଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ର, ରବିନାରାୟଣ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସୁନୀତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930