Indus Valley Times

ଖୋର୍ଦ୍ଧା ଏ ସି ଡ଼ି ସି ବୈଠକ :ସାମଗ୍ରୀକ ଦ୍ରୁତ ବିକାଶ ଓ ମଡେଲ ନିର୍ବାଚନ ମଣ୍ଡଳୀ ଭିଜନରେ ଅଧିକାରୀ ମାନେ ବ୍ରତୀ ହୁଅନ୍ତୁ ,ବିଧାୟକ

 Breaking News

ଖୋର୍ଦ୍ଧା ଏ ସି ଡ଼ି ସି ବୈଠକ :ସାମଗ୍ରୀକ ଦ୍ରୁତ ବିକାଶ ଓ ମଡେଲ ନିର୍ବାଚନ ମଣ୍ଡଳୀ ଭିଜନରେ ଅଧିକାରୀ ମାନେ ବ୍ରତୀ ହୁଅନ୍ତୁ ,ବିଧାୟକ

ଖୋର୍ଦ୍ଧା ଏ ସି ଡ଼ି ସି ବୈଠକ :ସାମଗ୍ରୀକ ଦ୍ରୁତ ବିକାଶ ଓ ମଡେଲ ନିର୍ବାଚନ ମଣ୍ଡଳୀ ଭିଜନରେ ଅଧିକାରୀ ମାନେ ବ୍ରତୀ ହୁଅନ୍ତୁ ,ବିଧାୟକ
May 15
10:50 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୫/୫ : ବୁଧବାର ପୂର୍ବାହ୍ନରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ (ଏ ସି ଡି ସି) ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଓ ଆବାହକ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମ୍ରିତ ପାଲ ସିଂ ପ୍ରମୁଖ ଯୋଗଦେଇଥିଲେ ।
ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୪୨ ଗୋଟି ବିଭାଗର ଉନ୍ନୟନ ଯୋଜନା ଓ ଏଥି ଅନ୍ତର୍ଗତ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ସାମଗ୍ରିକ ଦୃତ ବିକାଶ ଓ ମଡେଲ ନିର୍ବାଚନ ମଣ୍ଡଳୀ ଭିଜନରେ ବ୍ରତୀ ହେବାକୁ ଅଧିକାରୀ ମାନଙ୍କୁ ଆହ୍ଵାନ ଦେଇଥିଲେ ।
ପ୍ରଥମେ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜଗଦ୍ଦେବ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ତୃଣମୂଳ ସ୍ତରରୁ ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ସେବା ଉପଲବ୍ଧ କରାଇ ସେମାନଙ୍କୁ ଦୃତ ବିକାଶର ସ୍ରୋତରେ ସାମିଲ କରାଇ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀକୁ ସମଗ୍ର ରାଜ୍ୟ ଓ ଦେଶରେ ଦୃଷ୍ଟାନ୍ତ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି କର୍ତ୍ତବ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜଗଦ୍ଦେବ ତାଙ୍କ ପରି ସମସ୍ତେ ଜଣେ ଜଣେ ବେସାମରିକ ସୈନିକ ପରି ନିଷ୍ଠା, କର୍ତ୍ତବ୍ୟ ଓ ଦାୟିତ୍ବବୋଧ ରେ ପ୍ରକୃତ ହିତାଧିକାରୀଙ୍କୁ ସରକାରଙ୍କ ଯୋଜନାର ସୁଫଳ ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ବିକଶିତ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ, ବିକଶିତ ଓଡ଼ିଶା, ବିକଶିତ ଭାରତ ନିର୍ମାଣରେ ନିଜର କର୍ମ ବୀରତାର ପରିଚୟ ଦେବାସହ ଇଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ପ୍ରେରଣା ଦେଇଥିଲେ ।
ଖୋର୍ଦ୍ଧା ସହରକୁ ନିଶାମୁକ୍ତ, ଶାନ୍ତି ଶୃଙ୍ଖଳା ଓ ସ୍ବଚ୍ଛତା ବାତାବରଣ ଅଧିକରୁ ଅଧିକ ସୃଷ୍ଟି କରିବା ନିମନ୍ତେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଆଗାମୀ ଦିନରେ ସ୍ବଚ୍ଛତା ଏବଂ ସଫେଇ ଅଭିଯାନରେ ସାମିଲ ହେବା ସହ ନିଜ କାର୍ଯ୍ୟାଳୟ ପରିସର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ମାନେ ସ୍ୱଛତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।
ସେହିପରି ବିଧାୟକ ଭାରତ ସଂଚାର ନିଗମ ଲିମିଟେଡ, ଇଡକୋ, ଆୟକର ବିଭାଗ, ଭାରତୀୟ ଡାକ ସେବା, ଭାରତୀୟ କୃଷି ଗବେଷଣା କେନ୍ଦ୍ର, ଭାରତୀୟ ଜୀବନବୀମା ନିଗମ ଭିତ୍ତି ଭୂମି ସହ ଦୃତ ଶିଳ୍ପାୟନର ବିକାଶ ମାଧ୍ୟମରେ ସି ଏସ ଆର ଫଣ୍ଡରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ରୂପରେଖ ଶୀର୍ଷରେ ଫଞ୍ଚାଇବାକୁ ଅଧିକାରୀମାନେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
ସେହିପରି ସୁକ୍ଷ୍ମରୁ ସୂକ୍ଷ୍ମ ଖସଡ଼ା ପ୍ରସ୍ତୁତ କରି ସମସ୍ତ ବିଭାଗରେ ପଡ଼ିରହିଥିବା ଅନୁଦାନ ଅର୍ଥକୁ ୨୦୨୬ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଖର୍ଚ୍ଚ କରି ବିନିଯୋଗ ପତ୍ର ସରକାରଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଟାଙ୍ଗୀ ଓ ଖୋର୍ଦ୍ଧା ବ୍ଲକ ଏବଂ ପୌର ପରିଷଦରେ ୮୦ ବର୍ଷରୁ ଅଧିକ ବର୍ଷ ହୋଇଥିବା ହିତାଧିକାରୀଙ୍କୁ ଜାତୀୟ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରିବା, ମୃତ ହିତାଧିକାରୀଙ୍କ ସ୍ଥାନ ଗୁଡିକୁ ଅବିଳମ୍ବେ ପୂରଣ କରିବା, ବ୍ୟାପକ ବୃକ୍ଷରୋପଣ କରିବା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମତ୍ସ୍ୟ ଚାଷୀଙ୍କୁ ଅଗ୍ରାଧିକାର ଦେଇ ଅଧିକ ପୋଖରୀ ଖନନ କରିବା, ଜଳସେଚନ,ପୌରପରିଷଦ ପକ୍ଷରୁ ଇଡକୋର ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା,ଏମ ଜି ଏନ୍ ଆର ଇ ଜି ଏସ ଯୋଜନାକୁ ଦୃତ ଗତିରେ ଆଗେଇନେବା, ମହିଳା ମହାବିଦ୍ୟାଳୟ ଓ ପି ଏନ୍ ମହାବିଦ୍ୟାଳୟର ପାଚେରୀ ନିର୍ମାଣ,ପ୍ରାଣନାଥ ମହାବିଦ୍ୟାଳୟକୁ ସ୍ଵୟଂ ଶାସିତ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ କରିବା, ଖୋର୍ଦ୍ଧାରେ ଅଡିଟୋରିୟମ ଓ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ, ରାଶନ୍ କାର୍ଡ ଅଗ୍ରଗତି କାର୍ଯ୍ୟ, କ୍ଷୁଦ୍ର ଜଳସେଚନ ଅଧୀନ ବନ୍ଧ ଗୁଡ଼ିକୁ ଉଚ୍ଚା କରିବା, ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ, ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆବାସିକ ଗୃହ ନିର୍ମାଣ, ଟାଙ୍ଗୀ ଉପ ନିବନ୍ଧକ କାର୍ଯ୍ୟାଳୟ ଓ କ୍ୱାଟର ନିର୍ମାଣ, ପ୍ରଦକ୍ଷଣ ଭବନ ପୁନଃ ନିର୍ମାଣ କାର୍ଯ୍ୟ, ଉଠା ଜଳସେଚନ ପ୍ରକଳ୍ପ ଟାଙ୍ଗୀ ଓ ଖୋର୍ଦ୍ଧା ବ୍ଲକରେ ଯଥାକ୍ରମେ ୧୫୯ ଓ ୧୦୪ର ଅଗ୍ରଗତି କାର୍ଯ୍ୟ, ନୀରାକାରପୁର ଠାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବସିବା, ପାଇପଲାଇନ ଜଳ ଯୋଗାଣ, ଶିଆଲିଆ ଆଦିବାସୀ ସ୍କୁଲ ପାଣି ସମସ୍ୟା ସମାଧାନ, ଲକ୍ଷ ପତି ଦିଦି ଯୋଜନା, ଓରିଡା ବିଦ୍ୟୁତ୍ ଶକ୍ତି, ମିଶନଶକ୍ତି ଯୋଜନା,,ଓରମାସ ଯୋଜନା, ଗ୍ରାମୀଣ ଗୃହ ଯୋଜନା ଓ ଅନ୍ତର୍ଦ୍ଵୟ ଅନ୍ନ ଯୋଜନା, ପ୍ରଧାନମନ୍ତ୍ରୀ ସିଞ୍ଚନ ଯୋଜନାକୁ ସଫଳ ଭାବେ ରୂପାୟନ ନିମନ୍ତେ ପୁଖାନୂପୁଙ୍ଖ ସମୀକ୍ଷା କରିଥିଲେ ।
ସେହିପରି ବିଧାୟକ ପୁଲିସ ଆଉଟ୍ ପୋଷ୍ଟ ଓ ଥାନା ଆବଶ୍ୟକତା ଦିଗରେ ରିପୋର୍ଟ ଦେବାକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ପରାମର୍ଶ ଦେବାସହ ସିକୋ ଓ ବେଗୁନିଆରେ ଆଉଟ୍ ପୋଷ୍ଟ ନିର୍ମାଣର ଆବଶ୍ୟକତା ଅଛି ବୋଲି କହିବା ସହ ପ୍ରତ୍ୟେକ ବିଭାଗରେ ଉନ୍ନୟନର ସମ୍ଭାବନା ବିଧାୟକଙ୍କ ନଜିରକୁ ଆଣିବାକୁ ପରାମର୍ଶ ଦେଇଥିଲେ ।
ଏଥି ସହ ଆସନ୍ତା ବୈଠକକୁ ପ୍ରତ୍ୟେକ ବିଭାଗୀୟ ଅଧିକାରୀ ସେମାନଙ୍କ ଅଧୀନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ବୈଠକରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା କହିଲେ ଯେ ସମସ୍ତ ଅଧିକାରୀ ମାନେ ପ୍ରକଳ୍ପ ପ୍ରସ୍ତାବ ଗୁଡ଼ିକୁ ମାନ୍ୟବର ବିଧାୟକ ଓ ଜନପ୍ରତିନିଧି ମାନଙ୍କ ସହ ବିଚାର ବିମର୍ଶ କରି ତାହାକୁ ଅନୁମୋଦନ ନିମନ୍ତେ ସୂପାରିଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବି ଡି ଓ, ଖୋର୍ଦ୍ଧା କ୍ଷୀରାଦ୍ଵି ତନୟା ସାହୁ, ଖୋର୍ଦ୍ଧା ପୌର ପରିଷଦ, ନିର୍ବାହୀ ଅଧିକାରୀ ରିଜୱାନ କାବବ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସୁଗୁଡ଼ା ମୁର୍ମୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହୀଆଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ, ସହକାରୀ ନିର୍ଦେଶକ,ଉଦ୍ୟାନ କୃଷି ସସ୍ମିତା ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଇଁ ରଶ୍ମିତା ଦାସ , ସାଧାରଣ ପରିଚାଳକ,ଜିଲ୍ଲା ଶିଳ୍ପ କେନ୍ଦ୍ର, ସମୁଚିତା ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ନିର୍ବାହୀ ତଥା ଅଧିକ୍ଷଣ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031