Indus Valley Times

ଚାଷୀ ବେହାଲ ବ୍ୟବସାୟୀ ମାଲେମାଲ

 Breaking News

ଚାଷୀ ବେହାଲ ବ୍ୟବସାୟୀ ମାଲେମାଲ

September 22
10:28 2025

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ମୁନିଗୁଡା ,୨୨/୯ : ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଗତ ଏକ ଦସନ୍ଦି ଧରି କୃଷି ଉତ୍ପାଦନ ଵୃଦ୍ଧି ସହ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଯେତେ ସବୁ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଅଛି । ତଥା ଡିଣ୍ଡିମ ପିଟା ଯାଉଛି ତାହା ଧୂଆଁବାଣ ଛଡ଼ା ଅନ୍ୟକିଛି ନୁହେଁ ବୋଲି ଭାତ ହାଣ୍ଡିରୁ ଗୋଟିଏ ଭାତ ପରଖିବା ପରି ଜନଜାତି ବହୁଳ କେବିକେ ତଥା ଆଙ୍କାକ୍ଷୀ ଜିଲ୍ଲା ଅନ୍ତର୍ଗତ ରାୟଗଡା ଜିଲ୍ଲା ର ମୁନିଗୁଡା ପଞ୍ଚାୟତ ସମିତି ଅଞ୍ଚଳରୁ ଜଣାପଡୁଛି ।
ବିଶେଷତଃ ପନିପରିବା ଚାଷ କରୁଥିବା ଗ୍ରାମାଅଞ୍ଚଳ ର ଗରୀବ ଚାଷୀମାନେ କ୍ରମଶଃ ପାରମ୍ପରିକ ବିହନ ଜୈବିକ ଖତ ସାର କୀଟ ନାଶକ ଔଷଧ ବ୍ୟବହାର ଠାରୁ ଦୂରେଇ ଯାଇ ଅଧିକ ଅମଳ କ୍ଷମ ହାଇବ୍ରିଡେ ବିହନ ରାସାୟନିକ ସାର ବିଷାକ୍ତ କୀଟ ନାଶକ ଏବଂ ଘାସମରା ଔଷଧ ଉପରେ ନିର୍ଭରଶୀଳ ହୋଇ ପଡୁଥିବାରୁ ଏହାର ସୁଯୋଗ ନେଇ ଲାଭଖୋର ବ୍ୟବସାୟିମାନେ ସେମାନଙ୍କୁ ଶୋଷଣ କରିବାରେ ଲାଗିଥିବା ଦେଖା ଯାଉଛି ।
ମୁନିଗୁଡା ଚନ୍ଦ୍ରପୁର ସମେତ କୋଟଗଡ ଅଞ୍ଚଳର ହଜାର ହଜାର ଚାଷୀ ମୁନିଗୁଡା ବଜାର ଉପରେ ନିର୍ଭରଶୀଳ ଥିଲା ବେଳେ ଏଠାରେ ଦୀର୍ଘବର୍ଷ ଧରି ବ୍ୟବସାୟ କରୁଥିବା ତ୍ରିପାଠୀ ସିଡସ୍ ବିଭାଗୀୟ ଛତ୍ରଛାୟା ତଳେ ରହି ବର୍ଷ ତମାମ ଚାଷୀ ମାନଙ୍କୁ ଠକୁଥିବା ଅଭିଯୋଗ ହେଉଛି ।
ଏହି ବ୍ୟବସାୟ ପ୍ରତିଷ୍ଠାନ ସରକାରୀ ଭାବେ ଅଧିସ୍ଵକୃତ ବିକ୍ରେତା ହୋଇ ମଧ୍ୟ ରିହାତି ଦେବା ବଦଳରେ ଅଜ୍ଞ ନିରକ୍ଷର ସରଳ ଗାଉଁଲି ଚାଷୀ ମାନଙ୍କୁ ବର୍ଷ ର ଅଧିକାଂଶ ସମୟରେ ନକଲି ବିହନ ସାର ନିଷେଧ ହୋଇଥିବା ଘାସ ମରା କୀଟ ନାଶକ ଔଷଧ କୃଷି ସରଞ୍ଜାମ ଛଡା ଦାମରେ ବିକ୍ରୟ କରି ମାଲେ ମାଲ ହେଉଥିବା ଅନେକ ଚାଷୀ ଆମ ପ୍ରତିନିଧି ଙ୍କୁ ଜଣାଇବା ସହିତ ସଂପୃକ୍ତ ବ୍ୟବସାୟୀ ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଲେ ମଧ୍ୟ ଓଲଟା ଗାଳି ଗୁଲଜ ଶୁଣିବାକୁ ପଡୁଥିବା ସେମାନେ ପ୍ରକାଶ କରିଛନ୍ତି ।
ଏହି ମୁନାଫା ଖୋର ବ୍ୟବସାୟୀ ଙ୍କ ସଂପର୍କରେ ବିରୁଦ୍ଧରେ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଚାଷୀ ମହଲରୁ ଦାବୀ ହେଉଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031