Indus Valley Times

ଜିଲ୍ଲା ପ୍ରେସ କ୍ଳବ ପକ୍ଷରୁ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ବୃକ୍ଷ ରୋପଣ

 Breaking News

ଜିଲ୍ଲା ପ୍ରେସ କ୍ଳବ ପକ୍ଷରୁ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ବୃକ୍ଷ ରୋପଣ

August 06
20:37 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୬/୮ : ଜ଼ିଲ୍ଲା ପ୍ରେସ କ୍ଲବ, ଖୋର୍ଦ୍ଧା ଓ ଜାନକୀ ବଲ୍ଲଭ ସ୍ମୃତି କମିଟି ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ସବୁଜ ବନାନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବର ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୈନିକ ଓଡ଼ିଆ ସମ୍ବାଦ ପତ୍ର \” ସମ୍ବାଦ \” ର ପ୍ରତିଷ୍ଠାତା ସମ୍ପାଦକ ତଥା ବିଶିଷ୍ଟ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ,ସମାଜସେବୀ ଗୁରୁ ପ୍ରସାଦ ପଟ୍ଟନାୟକ,କ୍ୟାପଟେନ ମନ୍ମଥ ରାଉତରାୟ,ଅବସରପ୍ରାପ୍ତ କର୍ଣ୍ଣେଲ ଅରୁଣ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ ।
ସଭା ପ୍ରାରମ୍ବରେ ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ଶ୍ରୀଯୁକ୍ତ ସାମନ୍ତରାୟ ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ।
ସେଗୁଡିକ ମଧ୍ୟରୁ ଜାତୀୟ ଦିବସ ଗୁଡିକର ପାଳନ, ସଡ଼କ ସୁରକ୍ଷା ସପ୍ତାହ, ରକ୍ତଦାନ ଶିବିରର ଆୟୋଜନ,ବୃକ୍ଷ ରୋପଣ ଜଳ ଛତ୍ରର ଆୟୋଜନ ପ୍ରଭୃତି ବିଷୟରେ ଅତିଥି ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।
ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବର ଏପରି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଂଶସା କରିବା ସହିତ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ ଟାଙ୍ଗରା ଭୁଁଇରେ ବିଭିନ୍ନ କିସମ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଖୋର୍ଦ୍ଧା ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ରାମ ଶଙ୍କର, ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବର ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ,ଓଡିଶା ସାମ୍ବାଦିକ ୟୁନିଅନ(ଓ.ୟୁ.ଜେ) ରାଜ୍ୟ ସମ୍ପାଦକ, ପ୍ରସନ୍ନ ପାଇକରାୟ ,ଓୟୁଜେ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ତପନ କୁମାର ନାୟକ, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ(ଓ.ୟୁ.ଡବ୍ଲୁ.ଜେ) ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀ, ଉତ୍କଳ ସାମ୍ବାଦିକ ସଙ୍ଘ(ୟୁ.ଜେ.ଏ) ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ଜାନକୀ ବଲ୍ଲଭ ସ୍ମୃତି କମିଟି ଟ୍ରଷ୍ଟର ସମ୍ପାଦକ ସଞ୍ଜୟ ପଟ୍ଟନାୟକ, କୋଷାଧକ୍ଷ ପ୍ରକାଶ କୁମାର ସାମନ୍ତରାୟଙ୍କ ସମେତ ଜ଼ିଲ୍ଲା ପ୍ରେସ କ୍ଲବର ସମସ୍ତ ସଦସ୍ୟ, ବୁଦ୍ଧିଜୀବି, ବରିଷ୍ଠ ନାଗରିକ, ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।
ଶେଷରେ ଉପସ୍ଥିତ ଅତିଥି ଏବଂ ଜ଼ିଲ୍ଲା ପ୍ରେସ କ୍ଲବର ସଦସ୍ୟ ମାନେ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ।
ଆଗାମୀ ଏକ ବର୍ଷ ମଧ୍ୟରେ ଏହି ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରାଗଲେ ଜନ ସାଧାରଣ ଆଗାମୀ ଦିନରେ ଅଧିକ ରୁ ଅଧିକ ବୃକ୍ଷ ରୋପଣ କରି ସୁସ୍ଥ ପରିବେଶ ଗଠନ କରିବାରେ ସାମିଲ ହେବେ ବୋଲି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।
ଖୋର୍ଦ୍ଧା ଠାରୁ ଅନତି ଦୂରରେ ବିଂଝଗିରି ରେ ହଜାର ହଜାର ବୃକ୍ଷକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିକାଶ ପାଇଁ ଉଚ୍ଛେଦ କରିବା ପ୍ରକ୍ରିୟା କୁ ଘୋର ବିରୋଧ କରିବାକୁ କ୍ୟାପଟେନ ଶ୍ରୀ ରାଉତରାୟ ଆହ୍ବାନ ଦେଇ ବୃକ୍ଷ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ପ୍ରତି ଟି ବୃକ୍ଷରେ ରାକ୍ଷୀ ବନ୍ଧାଯାଇ ତାହାର ସେବା, ଯତ୍ନ, ସୁରକ୍ଷା ପାଇଁ ସମସ୍ତ ସାମ୍ବାଦିକ ଶପଥ ନେଇଥିଲେ। ଶେଷରେ ତପନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930