Indus Valley Times

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲଠାରେ ଆଭାସୀ ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

 Breaking News

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲଠାରେ ଆଭାସୀ ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

January 13
10:47 2026

ବୌଦ୍ଧ , ୧୩/୧ : (ସୋମବାର) ଦିନ ଦିବା ୧୨ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲ୍ ଠାରେ ଆଭାସୀ ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ ଟି ରାସ୍ତାର ଉନ୍ନତ୍ତି କରଣ ପ୍ରକଳ୍ପର ଶିଳାନ୍ୟାସ କରା ଯାଇଛି ।
ଭୁବନେଶ୍ବର ଠାରେ ଆୟୋଜିତ ଉତ୍ସବରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳାନ୍ୟାସ କରିଥିବା ବେଳେ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ ।
ସେହିପରି ବୌଦ୍ଧ ଓସୱାନ ହଲ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସାଂସଦ, କନ୍ଧମାଳ ଙ୍କ ଜ଼ିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ ଛୁଆଲ ସିଂ, ସହକାରୀ ନିର୍ବାହୀ ଯନ୍ତ୍ରୀ କୁନା ଚରଣ ସିଂ, ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ସମେତ ପୂର୍ତ୍ତ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ, ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନୂତନ ଭାବେ ଯୋଗ ଦେଇଥିବା ଡେପୁଟି କଲେକ୍ଟର, ସହକାରୀ ଜ଼ିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରଖଲିଆପାଲି, ଲମ୍ବସରୀ, ଦପଲା, ବରଗୋଚ୍ଛା ରାସ୍ତା (୧୫.୨୦୦ କି. ମି.) ପର୍ଯ୍ୟନ୍ତ ଉନ୍ନତିକରଣର ଶିଳନ୍ୟାସ- ପ୍ରକଳ୍ପ ର ମୂଲ୍ୟ ୩୪.୩୩ କୋଟି, ରେକଡୋଲ, ଫାସେଡ, ବରପଦର, କେଉଟିପାଲି ରାସ୍ତା ୬ କି. ମି. ପର୍ଯ୍ୟନ୍ତ ଉନ୍ନତିକରଣ ର ଶିଳାନ୍ୟାସ – ପ୍ରକଳ୍ପ ର ମୂଲ୍ୟ – ୯ କୋଟି, ଖଟଖଟିଆ, ବାଉଲସାହି ରାସ୍ତା ର ୦ କିମି ଠାରୁ ୧୮.୮୩୫ କି. ମି. ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ ର ଶିଳାନ୍ୟାସ – ୨୧.୯୯ କୋଟି, ବାଉଁଶୁଣୀ, ଗୁନ୍ଦୁଲିଆ ରାସ୍ତା – ୧୩.୪୮୪ କି.ମି. ଠାରୁ ୧୪.୦୫୦ କି. ମି. ରାସ୍ତା ପର୍ଯ୍ୟନ୍ତ ଉନ୍ନତିକରଣ ର ଶିଳାନ୍ୟାସ – ୩୯.୭୨ କୋଟି, ତିଲିକାମାଳ, ଶିମିଳିଯୋରା, ନାରାୟଣପ୍ରସାଦ, ଦେଢ଼େଣମାଲ ରାସ୍ତା ୦ କି. ମି. ଠାରୁ ୧୨.୩୦୦ କି. ମି. ପର୍ଯ୍ୟନ୍ତ ଉନ୍ନତିକରଣ ର ଶିଳାନ୍ୟାସ – ପ୍ରକଳ୍ପ ର ମୂଲ୍ୟ ୨୮.୮୯ କୋଟି ଏହିପରି ସର୍ବମୋଟ ୧୩୩.୯୩ କୋଟି ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ ।
କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ର ରାସ୍ତା ର ଉନ୍ନତିକରଣ ର ଶିଳାନ୍ୟାସ ହୋଇଥିବାରୁ କଣ୍ଟାମାଲ ବିଧାୟକ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ଅଂଚଳ ବାସୀ ଉପକୃତ ହୋଇ ପାରିବେ ବୋଲି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031