Indus Valley Times

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ -୨୦୨୫ ପାଳିତ “

 Breaking News

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ -୨୦୨୫ ପାଳିତ “

September 08
19:07 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୮/୯ : ଆନ୍ତର୍ଜାତୀୟ ସାକ୍ଷରତା ଦିବସ -୨୦୨୫ ପାଳିତ ହୋଇଥିଲା । ଏହା ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ ) ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ଠାରେ ଅନୁଷ୍ଠିତ ହୋଇଥିଲା।
ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀମତୀ ରୋଜିନା ଦାସ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଏକ ସଚେତନ ରାଲି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳୀ ସାହୁ,ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଶରତ କୁମାର ସାହୁ ଓ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ ଯୋଗଦାନ କରିଥିଲେ ।
ନବ ଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମରେ ବିଚାରକ ଭାବରେ ସୁସାହିତିକ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଓ ଶିକ୍ଷକ ପ୍ରତାପ କୁମାର ପରିଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲା ଯୋଗଦେଇଥିଲେ।
ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରୁଥିବା ଶିକ୍ଷାର୍ଥୀ ମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।
ବକ୍ତୃତା ବିଭାଗରେ ପୁଣ୍ୟଜ୍ୟୋତି ବଳିଆରସିଂହ ପ୍ରଥମ, ଓଏଭି ବଳରାମ ପ୍ରସାଦ ରଣପୁର,ଦ୍ୱିତୀୟ ଅଭିପିଶା ମିଶ୍ର ଜନଶକ୍ତି ନୋଡାଲ ଉଚ୍ଚ ବିଦ୍ୟାଳୟ , ଚାହାଳି, ନୂଆଗାଁ ତୃତୀୟ ଶୁଭସ୍ମିତ ରଥ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼।ପ୍ରବନ୍ଧ ବିଭାଗରେ ସୌମ୍ୟଶ୍ରୀପତି ମିଶ୍ର ପ୍ରଥମ, ଓଏଭି ବଳରାମ ପ୍ରସାଦ ରଣପୁର,ଦ୍ୱିତୀୟ ବିଜୟଲକ୍ଷ୍ମୀ ପରିଡ଼ା,ଓଏଭି ନୂଆଗାଁ ତୃତୀୟ ଶୁଭମ କାଠୁଆ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ , ଦଶପଲ୍ଲା।ଚିତ୍ରାଙ୍କନ ବିଭାଗରେ ଲୋପାମୁଦ୍ରା ପ୍ରଧାନ ପ୍ରଥମ, ଓଏଭି ନୂଆଗାଁ,ଦ୍ୱିତୀୟ ବିଷ୍ଣୁ ପ୍ରସାଦ ମଲ୍ଲିକ, ବି ଡି ବିଦ୍ୟାପୀଠ ଭାପୁର, ତୃତୀୟ ଶ୍ରିମୟୀ ସ୍ୱାତିପର୍ଣ୍ଣା ଓଏଭି ଆଖୁପଦର ଓଡ଼ଗାଁ ।
ପୋଷ୍ଟର ମେକିଙ୍ଗିରେ ସିପ୍ରା ସୋମାଲିନ ପରିଡ଼ା ପ୍ରଥମ, ଓଏଭି ନୂଆଗାଁ,ଦ୍ୱିତୀୟ ପ୍ରଜ୍ଞା ପାରମିତା ସାହୁଓଏଭି ବଳରାମ ପ୍ରସାଦ ରଣପୁର, ତୃତୀୟ ଦେବୀପ୍ରସାଦ ମହାପାତ୍ର ଆର ଏମ ଜେ ଉଚ୍ଚ ବିଦ୍ୟାଳୟ ସାତ ପାଟଣା, ଦଶପଲ୍ଲା।
ଏହି କାର୍ଯ୍ୟକ୍ରକୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ଖେଳ ଶିକ୍ଷକ ପ୍ରଦୀପ୍ତ ଚିତ୍ତରଞ୍ଜନ ସାହୁ ରାଲି ରେ ସହଯୋଗ କରିଥିଲେ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଶିକ୍ଷକ ପ୍ରତାପ କୁମାର ପରିଡ଼ା, ଜୁନିୟର ଆସିଷ୍ଟାଣ୍ଟ ଅରବିନ୍ଦ ନାୟକ ଓ ସଞ୍ଜୀବ ମଲ୍ଲିକ ସୁପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031