Indus Valley Times

ଦ୍ୱିତୀୟ ବାର୍ଷିକ “ରଜ ମଉଜ” ଉତ୍ସବ ଉଦଯାପିତ : ଶତାଧିକ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ସାମିଲ

 Breaking News

ଦ୍ୱିତୀୟ ବାର୍ଷିକ “ରଜ ମଉଜ” ଉତ୍ସବ ଉଦଯାପିତ : ଶତାଧିକ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ସାମିଲ

June 17
10:23 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୭/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ତିନି ଦିନିଆ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇ ମଙ୍ଗଳବାର ରାତ୍ର ରେ ଉଦଯାପିତ ହୋଇଯାଇଛି ।
ଏହି ଅବସରରେ ତିନିଦିନ ଧରି ଗାଁଠୁ ସହର ପର‌୍ୟ୍ୟନ୍ତ ସବୁଠି ଦୋଳି ଖେଳ, ରଜଗୀତ, ପୋଡ଼ପିଠା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ଆସର ଜମିଥିଲା।
ଯୁବତୀ ମାନେ ନୂତନ ପୋଷାକ ପିନ୍ଧି ରଜ ପାଳନ କରୁଥିବା ବେଳେ ଶିଶୁ ଓ ଯୁବବର୍ଗ ମଧ୍ୟ ଏହି ପର୍ବରେ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ରଜ ଦୋଳି, ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୋଇଥିଲା ।
ଓଡ଼ିଆ ଲୋକ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କୁ ଆଖି ଆଗରେ ରଖି ସ୍ଥାନୀୟ ଟାଉନର ଦଣ୍ଡପାଣି ଲଜ ମାଲିକ ପଦ୍ମନାଭ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଲଜ ର ସାଂସ୍କୃତିକ ଭବନ ପରିସରରେ ତିନି ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି ।
ଉଦଯାପିତ ଉତ୍ସବ ରେ ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ପରିଦର୍ଶକ ତଥା ବରିଷ୍ଠ ସାଂସ୍କୃତିକ କଳାକାର ନାରାୟଣ ବରାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କାର‌୍ୟ୍ୟକ୍ରମ ଆରମ୍ଭ ହୋଇଥିଲା ।
ତିନିଦିନ ଧରି ଆୟୋଜିତ ଏହି ଉତ୍ସବ ରେ ଅଞ୍ଚଳ ର ଶତାଧିକ ବିବାହିତ ମହିଳା, ଝିଅ, ଶିଶୁ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଅତିଥି ଙ୍କ ଠାରୁ \” ଦଣ୍ଡପାଣି ପାଣିଗ୍ରାହୀ ସ୍ମାରକୀ\” ରେ ସମ୍ମାନିତ କରାଯାଇଥିଲା ।
ଏଥିରେ ଜଜ ଭାବେ ନାରାୟଣ ବରାଳ ଏବଂ ଓଡ଼ିଶୀ ନୃତ୍ୟ ଗୁରୁ କେଦାର ନାଥ ନାୟକ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ର ପରିଚାଳନା ନିର୍ଦେଶିକା ପ୍ରିୟଦର୍ଶନୀ ପାଣିଗ୍ରାହୀ ଉପସ୍ଥିତ ରହି ଅତିଥି ତଥା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନ ର ସଦସ୍ୟ ନିକିତା ପାଣିଗ୍ରାହୀ, ଅଙ୍କିତା ପାଣିଗ୍ରାହୀ, ପ୍ରତୀକ ପାଣିଗ୍ରାହୀ, ଦେବାଶିଷ ଦାସ , ବିନାୟକ ଦାସ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ମୋବାଇଲ ରିକଭରି ମେଳା : ହଜିଥିବା ୬୨ ଟି ମୋବାଇଲ ଫେରସ୍ତ ହେଲା
କନ୍ଧମାଳ, ୧୭/୬ : କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ “ମୋବାଇଲ ରିକଭରି ମେଳା” ଆୟୋଜିତ ହୋଇଥିଲା । ସମଗ୍ର ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ରେ ଚୋରୀ ହୋଇଥିବା ମୋବାଇଲ ଗୁଡିକୁ ପୋଲିସ ଉଦ୍ଧାର କରିଥିଲା ।
ଉଦ୍ଧାର ହୋଇଥିବା ୬୨ଟି ହଜିଯାଇଥ‌ିବା ଓ ଚୋରି ହୋଇଥିବା ମୋବାଇଲ ଫୋନ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଏସ୍‌ପି ରାମେନ୍ଦ୍ର ପ୍ରସାଦ, ଏଏସ୍‌ପି ବିଭୂତି ଭୂଷଣ ମହାପାତ୍ର, ଏସ୍‌ଡିପିଓ ଶୁଭ୍ରଜିତ ବିଶ୍ବାଳ ଏବଂ ସାଇବର କ୍ରାଇମ ଇନ୍ସପେକ୍ଟର ଗେଲି ସାହୁ ଉପସ୍ଥିତ ରହି ମୋବାଇଲ ଫୋନ ଗୁଡ଼ିକୁ ମାଲିକମାନଙ୍କ ହାତରେ ହସ୍ତାନ୍ତର କରିଥିଲେ।
ପୁଲିସର ସୂଚନା ଅନୁଯାୟୀ ଜିଲ୍ଲାର ବିଭିନ୍ନ ଥାନାରେ ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ସମ୍ପର୍କରେ ପ୍ରାୟ ୧୭୦ରୁ ୧୮୦ଟି ଅଭିଯୋଗ ଓ ଏତଲା ରୁଜୁ ହୋଇଥିଲା।
ଗତ ଜୁନ ୧ରୁ ୧୫ ତାରିଖ ମଧ୍ୟରେ ଚାଲିଥିବା ସ୍ବତନ୍ତ୍ର ଅଭିଯାନରେ ଜିଲ୍ଲା ସାଇବର ସେଲ୍ ଓ ବିଭିନ୍ନ ଥାନା ପୁଲିସର ମିଳିତ ପ୍ରୟାସରେ ୬୨ଟି ମୋବାଇଲ ଫୋନ ଠାବ କରାଯାଇ ଥିଲା ।
ଆଧୁନିକ ପ୍ରଯୁକ୍ତି, ଟେକ୍ନିକାଲ ବିଶ୍ଳେଷଣ ଏବଂ ନିରନ୍ତର ତଦନ୍ତ ଫଳରେ ଏହି ସଫଳତା ମିଳିଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଏସପି ରାମେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ମୋବାଇଲ ଫୋନ ହଜିଯିବା କିମ୍ବା ଚୋରି ହେଲେ ତୁରନ୍ତ ନିକଟସ୍ତ ଥାନାରେ ଅଭିଯୋଗ କରିବା ସହ ଫୋନ କିଣିଥିବାର ପ୍ରମାଣପତ୍ର ଏବଂ ନିଜର ପରିଚୟ ପତ୍ର ଦାଖଲ କରିବା ଉଚିତ । ଏଥିସହ ଉଋଓଜ ପୋର୍ଟାଲରେ ଅଭିଯୋଗ ପଞ୍ଜିକରଣ କଲେ ମୋବାଇଲ ଫୋନର ଶୀଘ୍ର ଟ୍ରାକିଂ ଓ ଉଦ୍ଧାର ସମ୍ଭବ ହୋଇଥାଏ।
କନ୍ଧମାଳ ପୁଲିସ ପକ୍ଷରୁ କୁହାଯାଇଛି ଯେ, ସାଇବର ଅପରାଧ ରୋକିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏଭଳି ପ୍ରଯୁକ୍ତି ନିର୍ଭର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031