Indus Valley Times

ବଢିପାରେ ବିଧାନସଭା ସିଟ୍ ସଂଖ୍ୟା, ଏକାସାଙ୍ଗେ ବସିପାରିବେ ୩୦୦ ସଦସ୍ୟ

 Breaking News

ବଢିପାରେ ବିଧାନସଭା ସିଟ୍ ସଂଖ୍ୟା, ଏକାସାଙ୍ଗେ ବସିପାରିବେ ୩୦୦ ସଦସ୍ୟ

ବଢିପାରେ ବିଧାନସଭା ସିଟ୍ ସଂଖ୍ୟା, ଏକାସାଙ୍ଗେ ବସିପାରିବେ ୩୦୦ ସଦସ୍ୟ
January 12
18:28 2026

ଭୁବନେଶ୍ୱର, ୧୨/୧ : ୧୪୭ରୁ ୨୦୦ ହୋଇପାରେ ଓଡ଼ିଶା ବିଧାନସଭାର ସିଟ୍ ସଂଖ୍ୟା। ନୂଆ ବିଧାନସଭା ଗୃହ ଭତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏନେଇ ବଡ଼ ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭାରେ ବର୍ତ୍ତମାନ ୧୪୭ ସିଟ୍ ରହିଛି, ଡିଲିମିଟେସନ୍‌ରେ ସିଟ୍ ବଢ଼ିପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ତେବେ ନୂଆ ବିଧାନସଭାରେ ୨ ଶହ ପାଖାପାଖି ବିଧାୟକ ରହିପାରନ୍ତି। ପ୍ରାୟ ୫୦ ପାଖାପାଖି ସିଟ୍ ବଢ଼ିବାର ସମ୍ଭାବନା ରହିଛି। ‘ଆଗାମୀ ୫୦/୧୦୦ ବର୍ଷକୁ ଦୃଷ୍ଟିରେ ରଖି ୩ ଶହ ସିଟ୍‌ର ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଏଭଳି କହି କଣ ଇଶାରା ଦେଇଛନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ଆଗକୁ ବିଧାନସଭା ସିଟ ମଧ୍ୟ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି।
ନୂଆ ରୂପରେ ନିର୍ମାଣ ହେବାକୁ ଯାଉଛି ଓଡ଼ିଶାର ବିଧାନସଭା ସହିତ ଲୋକସେବା ଭବନ । ଆଉ ଏହି ନୂଆ ବିଧାନସଭାରେ ବସିପାରିବେ ୩୦୦ରୁ ଅଧିକ ବିଧାୟକ। ଏନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନୂଆ ଲୋକସେବା ଭବନ ତିଆରି ହେବାର ଆବଶ୍ୟକତା ରହିଛି।
ବିଭାଗର ସଂଖ୍ୟା, କର୍ମଚାରୀ ସଂଖ୍ୟା ବଢ଼ିଲାଣି, ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ଏନେଇ କାମ ଆରମ୍ଭ ହୋଇଥିଲା। ଏହିକ୍ରମରେ ରାଜ୍ୟର ନୂଆ ବିଧାନସଭା ଏବଂ ଲୋକସେବା ଭବନ ତିଆରି ହେବ। ଯେଉଁଥିରେ କି ୩ ଶହ ସଦସ୍ୟ ବସିପାରିବେ। ଗୋଟିଏ କ୍ୟାମ୍ପସରେ ହିଁ ଏହି ନୂଆ ଲୋକସେବା ଭବନ ସହିତ ରାଜ୍ୟ ବିଧାନସଭା ରହିବବୋଲି ମନ୍ତ୍ରୀ ସୂଚନ ଦେଇଛନ୍ତି। ଏଥିପାଇଁ ୩ ହଜାର ୬୨୩ କୋଟି ସରକାର ଖର୍ଚ୍ଚ କରିବେ। ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା। ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଥିବା ବେଳେ ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଏହାକୁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031