Indus Valley Times

ବରଗଡ଼ ଲେଙ୍ଗୁ ମିଶ୍ର ଛକରେ ଜବରଦଖଲ ଉଚ୍ଛେଦ : ବେଆଇନ କୋଠା ଓ ଦୋକାନ ଉପରେ ବୁଲିଲା ବୁଲଡୋଜର

 Breaking News

ବରଗଡ଼ ଲେଙ୍ଗୁ ମିଶ୍ର ଛକରେ ଜବରଦଖଲ ଉଚ୍ଛେଦ : ବେଆଇନ କୋଠା ଓ ଦୋକାନ ଉପରେ ବୁଲିଲା ବୁଲଡୋଜର

September 07
16:45 2025

ବରଗଡ଼,୭/୯ : ବରଗଡ଼ ସହରରେ ପ୍ରଶାସନ ପକ୍ଷରୁ ରବିବାରରୁ ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ଟାଉନ ଥାନା ଛକ, ଲେଙ୍ଗୁ ମିଶ୍ର ଛକରେ ଏହି ଅଭିଯାନ ଚାଲିଛି। ଉଚ୍ଛେଦରେ ଅନେକ ଦୋକାନ ଘର ଧୂଳିସାତ୍ ହୋଇଛି। ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବେଆଇନ ଦର୍ଶାଇ କଂଗ୍ରେସ ନେତା ନିପନ କୁମାର ଦାଶ ଉଚ୍ଛେଦସ୍ଥଳକୁ ପହଞ୍ଚି ସ୍ବର ଉତ୍ତୋଳନ ତଥା ପ୍ରତିବାଦ କରିଥିଲେ।
ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପୋଲିସ କଂଗ୍ରେସ ନେତା ଦାଶଙ୍କୁ ସେଠାରୁ ଥାନାକୁ ଉଠାଇ ନେଇଥିଲା। ଏହା ପ୍ରଘଟ ହେବା ପରେ ସ୍ଥାନୀୟ ଅନେକ କଂଗ୍ରେସ ନେତା, କର୍ମୀ ବରଗଡ଼ ଗାନ୍ଧିଛକରେ ପହଞ୍ଚି ରାସ୍ତା ଅବରୋଧ ସହିତ ଥାନାରେ ଅଟକ ଥିବା କଂଗ୍ରେସ ନେତା ଦାଶଙ୍କୁ ନିଃସର୍ତ୍ତରେ ଛାଡ଼ିବାକୁ ଦାବି କରିଥିଲେ। ସେଠାରେ ମଧ୍ୟ ପୋଲିସ ଏବଂ କଂଗ୍ରେସ ନେତା, କର୍ମୀଙ୍କ ସହିତ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା। ପୋଲିସ ସେଠାରୁ ଛାତ୍ର କଂଗ୍ରେସ ନେତା ଗୌରବ ପତି ଆଜାଦଙ୍କ ସମେତ ଆନ୍ଦୋଳନରେ ସାମିଲ ଥିବା ଅନ୍ୟ ନେତା, କର୍ମୀଙ୍କୁ ଉଠାଇ ନେଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930