Indus Valley Times

ବାଲିଗୁଡାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ: ଉପଖଣ୍ଡ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା

 Breaking News

ବାଲିଗୁଡାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ: ଉପଖଣ୍ଡ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା

August 13
22:44 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା , ୧୩/୮: ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି ।
ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଇଛନ୍ତି ।
ଏହି ଅବସରରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ପ୍ରଶାସନ ଆନୁକୁଲ୍ୟରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଠାରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ବାଲିଗୁଡା ର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଆଶା କର୍ମୀ, ଅଙ୍ଗନାୱାଡି କର୍ମୀ ପୋଲିସ, ତହସିଲ ପ୍ରଶାସନ ଯୋଗଦେଇ ଲୋକଙ୍କୁ ଘର ଘର ତ୍ରିରଙ୍ଗା ଉଡାଇବା ଓ ସ୍ବାଧୀନତା ଦିବସକୁ ଧୂମଧାମ ରେ ପାଳନ କରିବାକୁ ସଚେତନ କରିଥିଲେ। ଉକ୍ତ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଉପ ଜିଲାପାଳ ଡ଼. ରୀନା ପ୍ରଧାନ ଯୋଗ ଦେଇ କାନଭାସରେ ଜୟ ହିନ୍ଦ, ଘରେ ଘରେ ତ୍ରିରଙ୍ଗା ଲେଖିବା ସହ ସେଲଫି ନେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ସୂଚନାଯୋଗ୍ୟ କି, କନ୍ଧମାଳ ଜିଲାର ସମସ୍ତ ବ୍ଲକ ଏବଂ ପଞ୍ଚାଯତ ସ୍ତରରେ ପ୍ରଶାସନ ତରଫରୁ ଆଗାମୀ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଏଭଳି ବିଭିନ୍ନ କାର‌୍ୟ୍ୟକ୍ରମ ଅୟୋଜନ କରି ଲୋକଙ୍କୁ ସଚେତନ କରାଯିବ। ଉପଖଣ୍ଡ ପ୍ରଶାସନ ତରଫରୁ ଆୟୋଜିତ ହେଉଥିବା କାର‌୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବା ସହ ତ୍ରିରଙ୍ଗା ପତାକା ସହ ସେଲଫି ଫୋଟୋ ୱେବସାଇଡରେ ଅପଲୋଡ କରି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ବିଡ଼ିଓ ଅଚ୍ୟୁତାନନ୍ଦ ଜାନି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧୀରଜ କୁମାର ପାତ୍ର, ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ସେହିପରି ଅନ୍ୟ ଏକ ଶୋଭାଯାତ୍ରାରେ ସାଇକେଲ, ବାଇକ ଓ ଚାରିଚକିଆ ଗାଡିରେ ଅନେକ ଲୋକ ସାମିଲ ହୋଇଥିଲେ।
ବାଲିଗୁଡ଼ାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ପୂର୍ବ ସୂଚନା ନଥିବାରୁ ଜନ ପ୍ରତିନିଧି ମାନଙ୍କ କ୍ଷୋଭ ପ୍ରକାଶ
ବାଲିଗୁଡା,୧୩/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ବଳଭଦ୍ର ଦୀପ୍, ଉପ- ଜିଲାପାଳ ଡା. ରୀନା ପ୍ରଧାନ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା ପ୍ରମୁଖ ମଂଚାସୀନ ଥିଲେ ।
ସମୁଦାୟ ୪୯ ଗୋଟି ଅଭିଯୋଗ ମଧ୍ୟରେ ୩୯ ଟି ବ୍ୟକ୍ତିଗତ ଏବଂ ୧୦ଟି ସାମୁହିକ ଅଭିଯୋଗର ଶୁଣାଣି ହୋଇଛି ଓ ପଡିକାର୍ଡ, ଆବାସ ଯୋଜନା, ବାଲିଗୁଡା କୁଟିକିଆ,ପଦ୍ମାପଦରକୁ ସଂଯୋଗ କରୁଥିବା ଝୁଲାପୋଲ, ଖମନଖୋଲରେ ଆମ୍ବୁଲାନ୍ସ ସୁବିଧା, ବାରଖମା ମେଡିକାଲରେ ଏକ୍ସରେ ମେସିନ ମରାମତି, ରାସ୍ତାଘାଟ ଆଦି ସମ ଅଭିଯୋଗ ଆସିଥିଲା। ଏହି ଅବସରରେ କିଛି ହିତାଧିକାରୀଙ୍କୁ ହୁଇଲଚେୟାର ଓ ଟ୍ରାଇସାଇକେଲ ଏବଂ ଦୁଇଜଣଙ୍କୁ ନୂତନ ବିଧବା ଭତ୍ତା ଦିଆଯାଇଛି।
ଅନ୍ୟପଟେ ଅଭିଯୋଗ ଶୁଣାଣି ସମ୍ପର୍କରେ ପୂର୍ବରୁ ପୂର୍ବ ସୂଚନା ଦିଆଯାଇ ନଥିବାରୁ ବାଲିଗୁଡା ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧ ପରିଷଦ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । କାର‌୍ୟ୍ୟକ୍ରମ ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଥିଲେ ଆମ ଅଞ୍ଚଳର ସମସ୍ୟା ଲୋକେ ଉପସ୍ଥାପନ କରି ପାରିଥାନ୍ତେ ।
କିନ୍ତୁ ତାହା ହୋଇପାରି ହୋଇପାରିଲା ନାହିଁ ବୋଲି ପରିଷଦର ସଭାପତି ତାପ ମଲ୍ଲିକ, ଉପସଭାପତି ପରମାନନ୍ଦ ନାୟକ, ସମ୍ପାଦକ ଅଶୋକ ମଳିକ, କୋଷାଧକ୍ଷ ଜାନକୀ କହଁର, ଉପଦେଷ୍ଟା ରଘୁନାଥ ମଳିକଙ୍କ ସମେତ ଅନ୍ୟ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031