Indus Valley Times

ବିଜେଡିର ଆୟୁଷ ବହୁତ କମ୍‌, ଏବେ ଆଇସିୟୁରେ: ଜୟନାରାୟଣଙ୍କୁ ଜବାବ ଦେଲେ ଧ୍ରୁବ

 Breaking News

ବିଜେଡିର ଆୟୁଷ ବହୁତ କମ୍‌, ଏବେ ଆଇସିୟୁରେ: ଜୟନାରାୟଣଙ୍କୁ ଜବାବ ଦେଲେ ଧ୍ରୁବ

ବିଜେଡିର ଆୟୁଷ ବହୁତ କମ୍‌, ଏବେ ଆଇସିୟୁରେ: ଜୟନାରାୟଣଙ୍କୁ ଜବାବ ଦେଲେ ଧ୍ରୁବ
November 12
17:11 2024

ଭୁବନେଶ୍ୱର, ୧୨/୧୧: ଜୟନାରାୟଣଙ୍କ ବିସ୍ଫୋରକ ବୟାନ ପରେ ବିଜେଡିର କଡା ଜବାବ। ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସମୟ କହିବ ଆଗକୁ କଣ ହେବ । ଓଡ଼ିଶାର ଜନ ସାଧାରଣ ସେ ନିଷ୍ପତ୍ତି ନେବେ। ଭାଜପା ଏଭଳି ଦିବା ସୱପ୍ନ ଦେଖିବା ଛାଡ଼ୁ । ୪ ମାସ ମଧ୍ୟରେ କିଏ ଆଇସିୟୁ କୁ ଯାଇଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି ଆଗକୁ ତାହାର ବିଚାର କରିବେ ।
ଜୟନାରାୟଣ ମିଶ୍ର କହିଛନ୍ତି, ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ ଏହା ନିଶ୍ଚିତ ସ୍ବାଗତ ଯୋଗ୍ୟ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବିଜେଡିି ରହିଲେ ତ । ବିଜେଡିର ଆୟୁଷ ବହୁତ କମ । ଏବେ ତ ବିଜେଡି ସାଲାଇନ ସହ ଆଇସିୟୁରେ ଅଛି ।
ତେବେ ଦଳ ଯେହେତୁ ଭାଙ୍ଗିଯାଉଛି ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି । ତେବେ ଏଠି ପ୍ରଶ୍ନ ନେତୃତ୍ୱ କାହିଁ ? ବିଜେଡ଼ି ତ ଲିଜରେ ଚାଲିଥିଲା । କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ ଲିଜ ନେଲେ । କୌଣସି କର୍ମୀଙ୍କ କଥା ରହିନାହିଁ । ତେଣୁ ସେ କହିଛନ୍ତି ଦଳ ରହିବା ପରେ ହିଁ ସରକାର ଗଢିବା କଥା କହିବେ ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930