Indus Valley Times

ବୌଦ୍ଧ ଜ଼ିଲ୍ଲା ରେ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧ ଜ଼ିଲ୍ଲା ରେ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 24
16:05 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୨୪/୧୦ : ଗୁରୁବାର ଦିବା ୧୧ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ସମ୍ପର୍କୀତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନାଙ୍କ ସମେତ ବିଭିନ୍ନ ଭିଭାଗର ଅଧିକାରୀ ଓ ପୋଲିସ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ସାଇବର ଠକେଇ ମାମଲା ଦିନକୁ ଦିନ ବ୍ରୁଦ୍ଧି ପାଇବାରେ ଲାଗିଥିବା ବେଳେ ସାଇବର ସୁରକ୍ଷା ସମ୍ପର୍କରେ ଜନ ସାଧାରଣ ମାନଙ୍କୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ ।
ସେଥିପାଇଁ ରାଜ୍ୟରେ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ଅଭିଯାନ ମାସ ଅବସରରେ ଜିଲ୍ଲାରେ ସଚେତନତା ଅଭିଯାନ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ଅକ୍ଟୋବର ୧୮ ତାରିଖଠାରୁ ନାଭମ୍ବର ୧୭ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ସଚେତନତା କାର୍ଯ୍ୟକ୍ରମ ଜିଲାବ୍ୟାପୀ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ସାଇବର ସଚେତନତା ରଥ ଜିଲା ପରିକ୍ରମା କରିବ । ଏହି ସଚେତନତା କାର୍ଯ୍ୟକ୍ରମ ଅବସରରେ ବେଆଇନ ଗଂଜେଇ ଚାଷ ଓ ପୋକ୍ସ ଆଇନ ସଂପର୍କରେ ସଚେତନତା ସୃଷ୍ଟି କରାଯିବ ।
ଏଥିସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଡିବେଟ୍,କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଆସନ୍ତା ନଭେମ୍ବର ୨ ତାରିଖ ଦିନ ଏକ ସଚେତନତା ଶୋଭାଯାତ୍ରା ପରିକ୍ରମା କରି ଟାଉନହଲଠାରେ କାର୍ଯ୍ୟକ୍ରମ ଆୟୋଜନ ହେବ ।
ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାଇବର ସୁରକ୍ଷା ନେଇ କର୍ମଚାରୀମାନଙ୍କୁ ସଚେତନ କରାଯିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ବ୍ଲକସ୍ତରରେ ବିଡିଓ ଓ ଥାନା ଅଧିକାରୀମାନେ ସଚେତନତା କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ । ସାଇବର ସୁରକ୍ଷା ସଚେତନତା ନେଇ ଜନସାଧାରଣଙ୍କ ଅବଗତି ନିମନ୍ତେ ଫ୍ଲେକ୍ସ,ବେନର,ୱାଲ ପେଣ୍ଟିଂ,ପଥପ୍ରାନ୍ତ ନାଟକ,ମାରାଥନ,ସାଇକ୍ଲଥନ ଆଦି କାର‌୍ୟ୍ୟକ୍ରମ ଆୟୋଜନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
କାର୍ଯ୍ୟକ୍ରମର ସଫଳତା ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରାଯିବା ସହିତ ସେମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ଆରକ୍ଷୀ ଅଧିକ୍ଷକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031