Indus Valley Times

ବୌଦ୍ଧ : ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ

 Breaking News

ବୌଦ୍ଧ : ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ

ବୌଦ୍ଧ : ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ
July 16
10:58 2025

କମ୍ଭୁଧର ଖେତିଙ୍କ ରିପୋର୍ଟ
ବୌଦ୍ଧ, ୧୬/୭ : ବୌଦ୍ଧ ଜିଲ୍ଲାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆଜି ତା ୧୫.୦୭.୨୦୧୫ ରିଖ ଦିନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ପାଳନ କରାଯାଇଅଛି ।
ଜ଼ିଲ୍ଲା ପ୍ରଶାସନ ର ସହାୟତା ରେ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ତତ୍ୱାବଧାନ ରେ ସରକାରୀ ଶିଳ୍ପ ତାଲିମ ତଥା ବହୁବୃତ୍ତି ଅନୁଷ୍ଠାନ ର ୨୫୦ ରୁ ଉର୍ଧ ଛାତ୍ର ଛାତ୍ରୀ ଙ୍କୁ ନେଇ ସକାଳ ୧୦ ଟା ରୁ ଏକ ରୋଡ ସୋ ମାଧ୍ୟମ ରେ ବିଶ୍ୱ ଯୁବ ଦକ୍ଷତା ଦିବସ ରେ ବିଭିନ୍ନ ସ୍ଲୋଗାନ ଦେଇ ଗାଁ ଗାଁ ପରିଭ୍ରମଣ କରି ସଚେତନ କରିଥିଲେ ।
୧୧ ଟା ରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ସମ୍ମିଳନୀ କକ୍ଷ ରେ ସମାରୋହ ରେ ଆୟୋଜନ କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବ ରେ ଅତିରିକ୍ତ ଜ଼ିଲ୍ଲପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓ ସମସ୍ତ ଅତିଥି ଙ୍କ ସହିତ ଦକ୍ଷତା ପ୍ରଦର୍ଶନୀ କକ୍ଷ ପରିଭ୍ରମଣ କରିଥିଲେ ।
ଛାତ୍ରଛାତ୍ରୀ ମାନେ ୧୦ ରୁ ୧୨ ପ୍ରକଳ୍ପ ପ୍ରଦର୍ଶିତ କରିବା ସଂଗେ ଏହାର ଉପଯୋଗ ଉପକାରିତା ବିଷୟରେ ଅତିଥି ମାନଙ୍କୁ ଅବଗତ କରିଥିଲେ ।
ସେଥି ମଧ୍ୟରୁ ତିନୋଟି ପ୍ରକଳ୍ପ କୁ ପ୍ରଥମ ଦ୍ଵିତୀୟ ତୃତୀୟ ର ମାନ୍ୟତା ଦିଆ ଯାଇଥିଲା । ତାସଂଗେ ଦକ୍ଷତା ଭିତିକ ପ୍ରତିଯୋଗିତା ରେ ଭାଗ ନେଇ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦିଆ ଯାଇଥିଲା ।
ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ଙ୍କର ଦକ୍ଷ ପ୍ରଶିକ୍ଷଣ ଉପରେ ଆଗ୍ରହ ଦେଖି ଖୁଶିବ୍ୟକ୍ତ କରିବା ଶୈତା ଆଗାମୀ ଦିନ ରେ କିପରି ଅଧିକ ରୁ ଅଧିକ ବେକାରୀ ଯୁବକ ଦକ୍ଷତା ପ୍ରସଖ୍ୟନ ଅପାଇବେ ଏବଂ ରୋଜଗାରକ୍ଷମ ହେବେ ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ହେବେନି ସେ ଉପରେ ଆଲୋକପାତ କରିଥିଲେ ।
ଛାତ୍ର ଛାତ୍ରୀ ଙ୍କରପ୍ରକଳ୍ପ କେମିତି ଜ଼ିଲ୍ଲା ସଦର ମହକୁମା ରେ ପ୍ରଦର୍ଶିତ କରେଇ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଅନୁପ୍ରାଣିତ କରିହେବ ଜ଼ିଲ୍ଲା ପ୍ରଶାସନ ଚେଷ୍ଟା କରିବା କହି ଥିଲେ ।
ଏହି ସମାରୋହ ରେ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ ସଭାପତିତ୍ୱ କରିଥିଲେ. ସରକାରୀ ଶିଳ୍ପ ତାଲିମ ଓ ବହୁବୃତ୍ତି ଅନୁଷ୍ଠାନ ର ଅଧକ୍ଷ ମାନେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ ।
ସହକାରୀ ପ୍ରଶିକ୍ଷଣ ଅଧିକାରୀ ସୁମିତ୍ରା ଜେନା ସଭା ପରିଚାଳନା କରିଥିଲେ. ଶେଷରେ ପ୍ରଶିକ୍ଷଣ ଅଧିକାରୀ ସନ୍ତୋଷିନୀ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031