Indus Valley Times

ବୌଦ୍ଧରେ ଜିଲ୍ଲାସ୍ତରୀୟ ୭୭ତମ ବନ ମହୋତ୍ସବ ପାଳିତ

 Breaking News

ବୌଦ୍ଧରେ ଜିଲ୍ଲାସ୍ତରୀୟ ୭୭ତମ ବନ ମହୋତ୍ସବ ପାଳିତ

ବୌଦ୍ଧରେ ଜିଲ୍ଲାସ୍ତରୀୟ ୭୭ତମ ବନ ମହୋତ୍ସବ ପାଳିତ
July 07
20:00 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୭ : ବୌଦ୍ଧ ଜିଲ୍ଲାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ୭୭ତମ ବନ ମହୋତ୍ସବ ଆଜି ସହରାଞ୍ଚଳ ବନୀକରଣ ପ୍ରକଳ୍ପ, କରୁଣାପାଲୀ ଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି।
ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଡିଏସ ପି କନକ ମାଝୀ, ସମାଜସେବୀ ଗୋବିନ୍ଦ ଅଗ୍ରୱାଲ, ବାମଣ୍ଡା ସରପଞ୍ଚ ଇନ୍ଦୁମତୀ ଝାଙ୍କର, ସମିତି ସଭ୍ୟା କୁମୁଦିନୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ସମସ୍ତ ଅତିଥି ବୃକ୍ଷରୋପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ବନଖଣ୍ଡ ଅଧିକାରୀ ଅତିଥିମାନଙ୍କୁ ସ୍ୱାଗତ କରି ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ବୌଦ୍ଧ ଜିଲ୍ଲାର ବନୀକରଣ ଏବଂ ବନ ସଂରକ୍ଷଣ କ୍ଷେତ୍ରରେ ମିଳିଥିବା ସଫଳତା ସମ୍ପର୍କରେ ଅବଗତ କରାଇଥିଲେ।
ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ, ପରିବେଶ ସୁରକ୍ଷା ଓ ଭବିଷ୍ୟତ ପିଢ଼ିର ସୁରକ୍ଷିତ ଜୀବନ ପାଇଁ ବ୍ୟାପକ ବନୀକରଣ ସମୟର ଆହ୍ୱାନ।
ନିଜସ୍ୱ ଜମି ନ ଥିଲେ ମଧ୍ୟ ସରକାରୀ ଜମିରେ ନିୟମାନୁସାରେ ଗଛ ଲଗାଇ ସମସ୍ତେ ପରିବେଶ ସୁରକ୍ଷାରେ ଅବଦାନ ଦେଇପାରିବେ। ବର୍ତ୍ତମାନ ସମୟରେ ବନ ସଂରକ୍ଷଣର ଗୁରୁତ୍ୱ ଅଧିକ ବଢ଼ିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ‘ଏକ ପେଡ଼ ମା\’ କେ ନାମ’ ଆହ୍ୱାନକୁ ବୌଦ୍ଧ ଜିଲ୍ଲାରେ ସଫଳ କରିବା ପାଇଁ ସେ ସମସ୍ତଙ୍କୁ ବ୍ୟାପକ ଭାବେ ବୃକ୍ଷରୋପଣ କରିବାକୁ ଆହ୍ୱାନ ଜଣାଇଥିଲେ।
ଏଥିପାଇଁ ଜନସାଧାରଣ, ଜନପ୍ରତିନିଧି, ସରକାରୀ କର୍ମଚାରୀ ଓ ବନ ବିଭାଗର ସମସ୍ତ ଅଧିକାରୀ-କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ କଣ୍ଟାମାଳ ବ୍ଲକର ଡିମିରିଝୋଲ ବନ ସୁରକ୍ଷା ସମିତିକୁ ବନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।
ବନ ବିଭାଗ ଅଧିକାରୀ ସଞ୍ଜୟ ପଟ୍ଟନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀ, ପରିବେଶପ୍ରେମୀ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସୁଚାରୁରୂପେ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930