Indus Valley Times

ଶକ୍ତି ବିଭାଗ ଉଚ୍ଚ ଅଧିକାରୀଙ୍କ ପକ୍ଷପାତିତା ବିରୁଦ୍ଧରେ ମହମବତୀ ଜାଳି ପ୍ରତିବାଦ କଲେ ଓପିଟିସିଏଲ ଯନ୍ତ୍ରୀ ସଙ୍ଘ

 Breaking News

ଶକ୍ତି ବିଭାଗ ଉଚ୍ଚ ଅଧିକାରୀଙ୍କ ପକ୍ଷପାତିତା ବିରୁଦ୍ଧରେ ମହମବତୀ ଜାଳି ପ୍ରତିବାଦ କଲେ ଓପିଟିସିଏଲ ଯନ୍ତ୍ରୀ ସଙ୍ଘ

April 03
21:32 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୩/୪ : ଓପିଟିସିଏଲ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟଯୋଗୁ ରାଜ୍ୟ ବିକାଶର ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ବିଭିନ୍ନ ଶକ୍ତି ପ୍ରକଳ୍ପ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବିନା ଭୂମି ଅଧିଗ୍ରହଣ, ଲାଇନ ରୁଟ ସର୍ଭେ, ମୃତ୍ତିକା ସର୍ବେକ୍ଷଣ ଭଳି ଗୁରୁତ୍ବପୂର୍ଣ୍ଣ ପୂର୍ବ ଆବଶ୍ୟକୀୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ନିଗମ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁଁ କର୍ମଚାରୀ ମାନେ ପ୍ରକଳ୍ପର ଆର୍ଥିକ ଆକଳନ ସହିତ ଟେଣ୍ଡର ପ୍ରକ୍ରିୟା ସମାପ୍ତ କରିବାକୁ ବାଧ୍ୟ ହେଉଛନ୍ତି।ଯୋଜନାର ଅଭାବଯୋଗୁ ପ୍ରକଳ୍ପ ସମାପ୍ତିରେ ବିଳମ୍ବ ଘଟୁଛି।
ଏ ବିଷୟରେ ନିଗମର ସର୍ବୋଚ୍ଚ ଅଧିକାରୀଙ୍କୁ ଯନ୍ତ୍ରୀ ସଂଘ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳୁ ନଥିବା ଯନ୍ତ୍ରୀ ସଂଘ କହିଛି।
୨୦୨୧ ମସିହା ଠାରୁ ରାଜ୍ୟ ସରକାରଙ୍କ ଅଧିନରେ ଥିବା ପ୍ରତ୍ୟେକ ବୈଷୟିକ ବିଭାଗ ସହିତ ୨୦୨୪ ମସିହା ଅକ୍ଟୋବର ମାସଠାରୁ ବିଦ୍ୟୁତ ବିତରଣ ସଂସ୍ଥା ମାନଙ୍କର କ୍ୟାଡର ପୁନର୍ଗଠନ ହୋଇସାରିଥିବା ବେଳେ ଓପିଟିସିଏଲର କ୍ୟାଡର ପୁନର୍ଗଠନ ପ୍ରସ୍ତାବ ଶକ୍ତି ବିଭାଗରେ ଦୀର୍ଘ ଦେଢ ବର୍ଷ ହେବ ପଡି ରହିଛି।
ଶକ୍ତିବିଭାଗ ଅଧୀନରେ ଥିବା ନିଗମରେ କାର୍ଯ୍ୟରତ ଯନ୍ତ୍ରୀ ମାନଙ୍କର ଚାକିରୀ ସର୍ତ୍ତାବଳୀ ଓ ନୀତିରେ ସମାନତା ରହିବା କଥା ।
କିନ୍ତୁ ବିଭାଗୀୟ ସଚିବଙ୍କର ଉଦାସୀନତା ପକ୍ଷପାତିତା ଏଥିରେ ବିତ୍ୟୁତି ସୃଷ୍ଟି କରିଛି ଯାହାକି ନିଗମରେ କାର‌୍ୟ୍ୟରତ ଯନ୍ତ୍ରୀ ମାନଙ୍କ ପଦୋନ୍ନତିରେ ବାଧକ ସାଜିଛି ବୋଲି ଓପିଟିସିଏଲ ଯନ୍ତ୍ରୀ ସଂଘର ସାଧାରଣ ସମ୍ପାଦକ ଇଂ ଯୋଗେନ୍ଦ୍ର କୁମାର ଜେନା ଏକ ପ୍ରେସ ବିବୃତିରେ କହିଛନ୍ତି।
ଏହି ଉପଲକ୍ଷେ ସଂଘ ପକ୍ଷରୁ ମହମବତୀ ଜାଳି ପ୍ରତିବାଦ କରାଯାଇଥିଲା। ଖୁବଶୀଘ୍ର ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ସଭାପତି ଇଂ ବିପ୍ଳବ କୁମାର ବେହେରାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031