Indus Valley Times

୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ

 Breaking News

୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ

୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ
June 05
14:21 2026

ଭଦ୍ରକ, ୫/୬ : ସ୍କୁଲ୍‌ର ସ୍ୱୀକୃତି ପ୍ରମାଣପତ୍ର (Recognition Certificate) ପ୍ରଦାନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରି ଶେଷରେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ (DEO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ କୁମାର ଦାଶ। ଏହି ଘଟଣା ଜିଲ୍ଲା ଶିକ୍ଷା ବିଭାଗରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ଏକ ଘରୋଇ ବିଦ୍ୟାଳୟର ସ୍ୱୀକୃତି ସମ୍ବନ୍ଧୀୟ ଫାଇଲ୍ କ୍ଲିୟର କରିବା ପାଇଁ ଶ୍ରୀକାନ୍ତ ଦାଶ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେ ଟଙ୍କା ନେଇନଥିଲେ କାମ ଆଗକୁ ବଢ଼ାଇବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ।
ଏହାପରେ ଅତିଷ୍ଠ ହୋଇ ବିଦ୍ୟାଳୟ ପକ୍ଷରୁ ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀମାନେ ତୁରନ୍ତ ଏକ ସ୍ୱତନ୍ତ୍ର ଟ୍ରାପ୍ ଅପରେସନ୍ ଯୋଜନା କରିଥିଲେ। ଯୋଜନା ମୁତାବକ ଟଙ୍କା ନେଉଥିବା ବେଳେ ଶ୍ରୀକାନ୍ତ ଦାଶଙ୍କୁ ଭିଜିଲାନ୍ସ ଟିମ୍ ରେଡହ୍ୟାଣ୍ଡ ଧରିଥିଲା।
ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ୧୦ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଏହାକୁ ମାମଲାର ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ସିଜ୍ କରାଯାଇଛି।
ଗିରଫ ପରେ ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ ହୋଇଛି। ତାଙ୍କ ପାଖରେ ଆୟ ବହିର୍ଭୂତ ସମ୍ପତ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।
ବାଲେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ-୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ତଦନ୍ତକାରୀ ସଂସ୍ଥା ଏବେ ଶ୍ରୀକାନ୍ତ ଦାଶଙ୍କ ଆର୍ଥିକ କାରବାର ଓ ଅନ୍ୟ କୌଣସି ଅନିୟମିତତା ସହ ତାଙ୍କ ସମ୍ପୃକ୍ତି ରହିଛି କି ନାହିଁ, ତାହାର ଖୋଳତାଡ଼ କରୁଛି।
ଶିକ୍ଷା ବିଭାଗରେ ଲାଞ୍ଚ ନେବା ଅଭିଯୋଗରେ ଏହି ଗିରଫଦାରୀ ପୁଣି ଥରେ ସରକାରୀ କାର‌୍ୟ୍ୟାଳୟରେ ଦୁର୍ନୀତିକୁ ନେଇ ପ୍ରଶ୍ନ ଉଠାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31