Indus Valley Times

ଅମାପ ସମ୍ପତ୍ତିର ମାଲିକ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର : ଘରୁ ମିଳିଲା ଦେଢ କେଜିର ସୁନା, ବ୍ୟାଙ୍କରେ ୨.୭୦ କୋଟି ଟଙ୍କା

 Breaking News

ଅମାପ ସମ୍ପତ୍ତିର ମାଲିକ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର : ଘରୁ ମିଳିଲା ଦେଢ କେଜିର ସୁନା, ବ୍ୟାଙ୍କରେ ୨.୭୦ କୋଟି ଟଙ୍କା

ଅମାପ ସମ୍ପତ୍ତିର ମାଲିକ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର : ଘରୁ ମିଳିଲା ଦେଢ କେଜିର ସୁନା, ବ୍ୟାଙ୍କରେ ୨.୭୦ କୋଟି ଟଙ୍କା
August 12
16:12 2024

ଭୁବନେଶ୍ବର,୧୨/୮ : ଭିଜିଲାନ୍ସ ଜାଲରେ କୁବେର ପୂର୍ବତନ ମୁଖ୍ୟଯନ୍ତ୍ରୀ।ଠୁଳ କରିଛନ୍ତି ଆଖି ଖୋସିଦେବା ପରି ସମ୍ପତ୍ତି। ଚଢ଼ାଉ ବେଳେ ଘରୁ ମିଳିଛି ପୁଳାପୁଳା ସୁନା ଓ ହୀରା ଗହଣା। ଯାହକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇ ଯାଇଛନ୍ତି।ଏସବୁ ଅମାପ ସମ୍ପତ୍ତିର ମାଲିକ ହେଉଛି ଜଌଈ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ତାରା ପ୍ରସାଦଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ଥିବା ଘର, ଖଣ୍ଡଗିରି କସମୋପଲିସରେ ଥିବା ଫ୍ଲାଟ୍, ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ୍, କଟକ ଆଠଗଡ଼ରେ ଥିବା ପୈତୃକ ଘର ଓ ତିଗିରିଆରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି। ଚଢ଼ାଉ ବେଳେ ଭୁବନେଶ୍ୱର ଆପାର୍ଟମେଣ୍ଟରୁ ପୁଳାପୁଳା ସୁନା ଓ ହୀରା ଗହଣା ଜବତ କରିଛି ଭିଜିଲାନ୍ସ। ଏଥିସହ ବିଭିନ୍ନ ଡିଜାଇନର ବହୁ ଗହଣା ସାଙ୍ଗକୁ ସୁନା ବିସ୍କୁଟ୍, ସୁନା କଏନ୍, ଭିନ୍ନ ଭିନ୍ନ ଡିଜାଇନ୍ ର ଦାମୀ ଘଣ୍ଟା ଏବଂ ବହୁ ବିଦେଶୀ ମୁଦ୍ରା ମିଳିଛି। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇ ଯାଇଛନ୍ତି। ତାରାଙ୍କ ଘରେ ଏକ ମିନି ଜୁଏଲାରୀ ସପ୍ ବୋଲି କୁହାଯାଉଛି।
ଜଌଈ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ତାଙ୍କର ଚାକିରି କାଳ ଭିତରେ ଏତେ ସୁନା ଗହଣା, ଏତେ ଫ୍ଲାଟ୍ କିପରି କିଣିଲେ, ତାର ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍। ଏହି ଚଢ଼ାଉରେ ୧୨ ଡିଏସପିଙ୍କ ନେତୃତ୍ୱରେ ୧୨ ଇନ୍ସପେକ୍ଟର,୧୬ ଜଣ ଏଏସ୍‌ଆଇଙ୍କ ସହ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930