Indus Valley Times

ଆଇଆଇଟିରେ ଜାତୀୟ ଶିକ୍ଷାନୀତି ସମ୍ମିଳନୀ,ଶିକ୍ଷକ ମାନେ ଦେଶର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି-ରାଜ୍ୟପାଳ

 Breaking News

ଆଇଆଇଟିରେ ଜାତୀୟ ଶିକ୍ଷାନୀତି ସମ୍ମିଳନୀ,ଶିକ୍ଷକ ମାନେ ଦେଶର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି-ରାଜ୍ୟପାଳ

ଆଇଆଇଟିରେ ଜାତୀୟ ଶିକ୍ଷାନୀତି ସମ୍ମିଳନୀ,ଶିକ୍ଷକ ମାନେ ଦେଶର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି-ରାଜ୍ୟପାଳ
March 14
14:42 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୧୪/୩ : ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଜଟଣୀରେ ଶୁକ୍ରବାର ଜାତୀୟ ଶିକ୍ଷାନୀତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଗୁରୁତ୍ବପୂର୍ଣ ଭୂମିକା ରହିଛି ବୋଲି କହିଥିଲେ ।
ଶିକ୍ଷା ବ୍ୟକ୍ତି ,ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ମୁଖ୍ୟ ଭୂମିକା ନିଭାଇଥାଏ। ଶିକ୍ଷକ ମାନେ ଛାତ୍ରଛାତ୍ରୀଙ୍କ ମନୋଭାବ ଦାୟିତ୍ୱବୋଧ ଗଢ଼ି ତୋଳି ଦେଶର ଭବିଷ୍ୟତ ନିର୍ମାଣ କରନ୍ତି। ଶିକ୍ଷକଙ୍କ ବୃତ୍ତିଗତ ବିକାଶ ଓ ପରାମର୍ଶ ପାଇଁ ଗଠିତ ଏନଏସଟିଇର ପ୍ରୟାସକୁ ଭୂରି ପ୍ରଶଂସା କରିଥିଲେ ।
ଜାତୀୟ ଶିକ୍ଷାନୀତି-୨୦୨୦ ନ୍ୟାଶନାଲ ପ୍ରଫେସନାଲ ଷ୍ଟାଣ୍ଡର୍ଡ଼ସ ଫର ଟିଚରସ (ଏନପିଏସଟି ) ଓ ନ୍ୟାଶନାଲ ମିଶନ ଫର ମେଣ୍ଟରିଙ୍ଗ (ଏନଏମଏମ) ଭଳି ପଦକ୍ଷେପ ସମ୍ପର୍କରେ ସେ ଆଲୋକପାତ କରିଥିଲେ ।
ଜାତୀୟ ଶିକ୍ଷାନୀତି ଦ୍ବାରା ଶିକ୍ଷକଙ୍କୁ ସଶକ୍ତ କରାଯିବା ସହ ଶ୍ରେଣୀ ଗୃହକୁ ସୁଦୃଢ଼ କରାଯାଇପାରିବ ବୋଲି ରାଜ୍ୟପାଳ କହିଥିଲେ। କାର‌୍ୟ୍ୟକ୍ରମରେରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୂରୀଙ୍କ ବାର୍ତ୍ତା ପାଠ କରାଯାଇଥିଲା ।
ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରିମଲକର ଜାତୀୟ ଶିକ୍ଷାନୀତି-୨୦୨୦ ଏବଂ ଶିକ୍ଷା ଓ ଶିକ୍ଷକଙ୍କ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ସହଯୋଗୀ ଶିକ୍ଷା, ସମାଲୋଚନ ମୂଳକ ଚିନ୍ତାଧାରା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦେଇଥିଲେ।
ଆଇଆଇଟି ଡ଼ିନ୍ ପ୍ରଫେସର ଭି.ପାଣ୍ଡୁରଙ୍ଗା ସ୍ବାଗତ ଭାଷଣ ଦେଇଥିଲେ। ଏନଏସଟିଇର ଅଧ୍ୟକ୍ଷ ପ୍ରଫେସର ପଙ୍କଜ ଆରୋରା ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ସମ୍ମିଳନୀରେ ଆସାମ, ଅରୁଣାଚଳ ପ୍ରଦେଶ, ବିହାର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ, ଓଡ଼ିଶା, ସିକିମ, ଝାଡ଼ଖଣ୍ଡ, ମଣିପୁର, ତ୍ରିପୁରା, ପଶ୍ଚିମବଙ୍ଗ ଶିକ୍ଷା ବିଭାଗର ନୋଡ଼ାଲ ଅଧିକାରୀ, କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ, ସିବିଏସଇ, ରାଜ୍ୟ ବୋର୍ଡ଼ର ପଦଧିକାରୀ ଏବଂ ଶିକ୍ଷାବିତ୍ ସାମିଲ ହୋଇଥିଲେ। ଶେଷରେ ଆଇଆଇଟି ଭୁବନେଶ୍ୱର କୋଅର୍ଡିନେଟର ଡ଼ଃ ଭେନୁ ଗୋପାଲ ଆରୁମୁରୁ ଧନ୍ୟବାଦ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031